October 19, 2024

Odia Express

Here, There and Everywhere

ଅନାଥ ଝିଅକୁ କେବେ ବାନ୍ଧିଥିଲେ Rakhi , ଥାନାବାବୁ କିଛି ଏମିତି ନିଭାଇଲେ ରାକ୍ଷୀର ଫର୍ଜ

ପୋଲିସ୍ କୁ ନେଇ ସବୁବେଳେ ଲୋକଙ୍କର ବିଚାର ଅଲଗା ଅଲଗା ହୋଇଥାଏ, କେହି ପୋଲିସ୍ ର ଛବିକୁ ଭଲ କହିଥାନ୍ତି ଓ କିଏ ଖରାପ, ସେମିତି ପୋଲିସ୍ ର କାମ ଜନସେବା ହିଁ ହୋଇଥାଏ । କିନ୍ତୁ ବହୁତଥର୍ ବର୍ଦିଧାରୀ କିଛି ଏମିତି କରିଥାନ୍ତି ଯାହାର କାରଣରୁ ପୁରା ପୋଲିସ୍  ଫୋର୍ସ ବଦନାମ୍ ହୋଇଯାଏ । କହିଦେବୁ କି ସବୁ ବ୍ୟକ୍ତି ଏକା ସମାନ ହୋଇନଥାନ୍ତି, ଏମିତିରେ ଦୁଇ ଚାରି ପୋଲିସ୍ ବାଲାଙ୍କୁ ଭୁଲ୍ କହି ପୁରା ପୋଲିସ୍ କର୍ମୀ ଖରାପ କହିବା ଉଚିତ୍ ନୁହେଁ ।

ଏହା ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ ଜଣାଇବାକୁ ଯାଉଛୁ ସେ ପୋଲିସ୍ ଙ୍କୁ ନେଇକରି ଆପଣଙ୍କ ନଜରିଆ ବଦଳିଯିବ, ହଁ ଆଜ୍ଞା ଆମେ ଆପଣଙ୍କୁ ପୋଲିସ୍ ର ଏକ ଏମିତି ଚେହେରା ସହ ଜଣାଇବାକୁ ଯାଉଛୁ ଯିଏ ସମାଜକୁ ଏକ ଅଲଗା ସନ୍ଦେଶ ଦେଇଛନ୍ତି, ମାଲୁମ୍ ଥିବ କି ପୋଲିସ୍ କୁ ଜନତାର ରକ୍ଷକ ବୋଲି ମାନାଯାଏ , ପୋଲିସ୍ ସବୁ ସମୟରେ ଏହି ଦାୟିତ୍ୱରେ ରୁହେ କି ସେ ନାଗରିକଙ୍କର ସଙ୍କଟରୁ ରକ୍ଷା କରିବ କିନ୍ତୁ ହନୁମନ୍ତ ତିୱାରୀ କେବଳ ଜନତାଙ୍କ ରକ୍ଷକ ନୁହନ୍ତି ବରଂ ବେସାହାରା ଲୋକଙ୍କର ସାହାରା ହୋଇଯାଇଛନ୍ତି । କହିଦେବୁ କି ହନୁମନ୍ତ ଲାଲ୍ ତିୱାରୀ ସେହି ସମୟରେ ଚର୍ଚ୍ଚାରେ ଥିଲେ ଯେବେ ସେ ନିଜ ଭଉଣୀର ବିବାହ ବହୁତ ଧୁମଧାମ୍ ରେ କରାଇଥିଲେ ।

ମାଲୁମ୍ ଥିବ କି ଏହି ମାମଲା ଉତ୍ତର ପ୍ରଦେଶର ଲକ୍ଷ୍ମିପୁରର ସିକନ୍ଦ୍ରାବାଦରଅଟେ, ଏଠାରେ ନିବାସୀ ବିଚଳ ତ୍ରିବେଦୀ ଗତ ବର୍ଷ ରୁ ମୃତ୍ୟୁ ହୋଇଯାଇଥିଲା, ଯାହାପରେ ତାଙ୍କ ପରିବାର ଭାଙ୍ଗିଗଲା, ଏହି ଭାଙ୍ଗିଯାଈଥିବା ପରିବାରକୁ ସାହାରା ଦେବାପାଈଁ ପହଞ୍ଚିଥିଲେ ହନୁମନ୍ତ ଲାଲ୍ ତିୱାରୀ, ସେ ବିଚଲ ତ୍ରିବେଦୀଙ୍କ ଝିଅକୁ ନିଜ ଭଊଣୀ ବନାଇକରି ତାହାଠାରୁ ରାକ୍ଷୀ ବାନ୍ଧିଲେ, ଥାନାପ୍ରଭାରୀ ହନୁମନ୍ତ ଯେବେ ତାଙ୍କ ଭଉଣୀ ମାନିଥିଲେ ତେବେ ତାସହ ତାର ବିବାହ କରିବାର ଦାୟିତ୍ୱ ବି ନେଇଥିଲେ ।

ଏହାପରେ ହନୁମନ୍ତ ଲାଲ୍ ତିୱାରୀ ମଝଗଇ ଚୌକୀର ଥାନାପ୍ରଭାରୀ ହୋଇଗଲେ, କିନ୍ତୁ ଏହାପରେ ସେ ନିଜ ଦାୟିତ୍ୱକୁ ଭୁଲିନଥିଲେ, ସେ ପରିବାର ଲୋକଙ୍କର ସହମତିରେ ଦିବଂଙ୍ଗ ବିଚଲ ତ୍ରିବେଦୀଙ୍କ ଝିଅ ଅନିତାଙ୍କ ବିବାହ ଧୁମଧାମ୍ ରେ କରାଇଲେ, ଦିବଂଗତ ସ୍ତ୍ରୀ କମଲେଶ୍ ତ୍ରିବେଦୀ ଙ୍କ ଅନୁସାରେ ହନୁମନ୍ତ ଲାଲ୍ ତିୱାରୀ ତାଙ୍କ ପରିବାର ପ୍ରତି ଏକ ପୁଅର ଦାୟିତ୍ୱ ନେଇଛନ୍ତି, ହନୁମନ୍ତ ଅନିତାଙ୍କ ତିଲକରେ ବି ଯାଇଥିଲେ, ବିବାହର ସବୁ ଖର୍ଚ୍ଚ ହନୁମନ୍ତ ଉଠାଇଥିଲେ

ଏହା ଛଡା ଏକ ଭାଇ ପରି ଅନୀତାଙ୍କ୍ ବିବାହରେ ଅତିଥିଙ୍କ ସ୍ୱାଗତ ପାଇଁ କବାଟ ପାଖରେ ଠିଆ ହେଲେ, ସେମିତି ହନୁମନ୍ତ ଲାଲ୍ ତିୱାରୀଙ୍କ ଅନୁସାରେ ଦିବଂଗତ ବିଚଲଙ୍କ ପରିବାର ବହୁତ୍ ଗରିବ ଅଟେ, ସେ ନିଜ ମୃତ୍ୟୁ ପରେ ପଛରେ ସ୍ତ୍ରୀ ସହିତ ତିନି ଝିଅ ତଥା ଏକ୍ ପୁଅ ଛାଡି ଚାଲିଗଲେ, ପୁଅ ଏତେ ଛୋଟ ଅଛି କି ଘରର ଦାୟିତ୍ୱ ନେଇପାରିବ ନାହିଁ, ଥାନାପ୍ରଭାରୀ ହନୁମନ୍ତ କହନ୍ତି କି ସେ କେଉଁଠି ବି ରୁହନ୍ତୁ, ତାଙ୍କ ପରିବାରକୁ ଯଥା ସଂମ୍ଭବ ସାହାଯ୍ୟ କରିବେ ।

କହିଦେବୁ କି ହନୁମନ୍ତ ଲାଲ୍ ତିୱାରୀ ନିଜ ଭଲ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ଏବେ ସେ ବହୁତଦିନରୁ ଜଙ୍ଗଲ ତଟରେ ଭଟକୁଥିବା ଏକ୍ ବୃଦ୍ଧାଙ୍କୁ ତାଙ୍କ ପରିବାର ସହ ଭେଟାଇଛନ୍ତି । ମଝଗଇ ଚୋକୀର ଇନଚାର୍ଜ ହନୁମନ୍ତ ଲାଲ୍ ତିୱାରୀ ଙ୍କ ନଜର ଏହି ଭଟକୁଥିବା ମହିଳାଙ୍କ ଉପରେ ପଡିଲା ତ ସେ ସାହାଯ୍ୟ ପାଇଁ ବାହାରି ଆସିଲେ, ବହୁତଥର ପଚାରିବାପରେ ସେ ସେହି ମହିଳାଙ୍କୁ ପରିବାର ବିଷୟରେ କହିପାରୁନଥିଲେ, ପରେ ହନୁମନ୍ତ ଲାଲ୍ ତିୱାରୀ ଙ୍କ ପ୍ରୟାସରୁ ମହିଳାଙ୍କ ପରିବାର ବିଷୟରେ ଜଣାପଡିଲା, ତାପରେ ଏହି ମହିଳାଙ୍କୁ ତାଙ୍କ ପରିଜନଙ୍କ ପାଖରେ ଦେଖାକରିଦେଲେ, ଏହି ସମୟରେ ଥାନାପ୍ରଭାରି ସେହି ମହିଳାଙ୍କ ଉଚିତ୍ ଚିକିତ୍ସା ବି କରାଈଥିଲେ ।

Leave a Reply

Your email address will not be published. Required fields are marked *