October 22, 2024

Odia Express

Here, There and Everywhere

ଥାଇରଏଡ଼ କଣ ଏବଂ କିପରି ଜାଣିବେ ଆପଣଙ୍କୁ ଥାଇରେଡ଼ ଅଛି କିମ୍ବା ନାହିଁ?ଏହି ଉପାୟ କଲେ ସମ୍ପୂର୍ଣ ଭଲ ହେଇଯିବ ଆପଣଙ୍କ ଥାଇରଏଡ଼

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଥାଇରଏଡ଼ ବିଷୟରେ ଜାଣିବା।ଥାଇରଏଡ଼ କଣ ଅଟେ?ଥାଇରଏଡ଼ କେଉଁ ଲୋକଙ୍କୁ ହୋଇଥାଏ?ଥାଇରଏଡ଼ର ଲକ୍ଷଣ କଣ ଅଟେ?ଏବଂ କିପରି ଜାଣିବେ ଆପଣଙ୍କୁ ଥାଇରଏଡ଼ ଅଛି କିମ୍ବା ନାହିଁ?ଏହି ସବୁ ତଥ୍ୟ ଜାଣିବ ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଥାଇରଏଡ଼ ବର୍ତ୍ତମାନ ସମୟର ଏକ ବହୁତ ସାଧାରଣ ସମସ୍ୟା ଅଟେ।ଯାହା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ବର୍ତ୍ତମାନ ଦେଖାଗଲାଣି।ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କୁ ଥାଇରଏଡ଼ ଅଧିକ ପରିମାଣରେ ଦେଖାଯାଇଥାଏ।

ଏକ ରିପୋର୍ଟରୁ ଦେଖିବାକୁ ମିଳିଥିଲା ଭାରତରେ ୪ କୋଟିରୁ ମଧ୍ୟ ଅଧିକ ଲୋକ ଏହି ରୋଗରେ ପୀଡିତ ଅଛନ୍ତି।ପ୍ରଥମରେ ତ ଏହି ରୋଗର ଜଣାପଡିନଥାଏ କିନ୍ତୁ ଆପଣ ଏହାର ଲକ୍ଷଣକୁ ଜାଣି ଡାକ୍ତରଙ୍କ ସହିତ ସମ୍ପର୍କ କରି ଏହାର ଟେଷ୍ଟ କରିପାରିବେ।କୌଣସି ଔଷଧ ଆପଣଙ୍କ ରୋଗକୁ ସମ୍ପୂର୍ଣ୍ଣ ଭାବରେ ଠିକ କରି ନଥାଏ ଏହା କିଛି ବାଟ ପର୍ଯ୍ୟନ୍ତ ରୋଗକୁ କମାଇ ଦେଇଥାଏ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆପଣଙ୍କ ରୋଗ ସେତେ ସମ୍ଭୀର ନଥିବ।କିନ୍ତୁ ଯଦି ଆପଣଙ୍କ ରୋଗ ଗମ୍ଭୀର ଅଛି ତେବେ ଆପଣ ନିଜ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଆପଣଙ୍କ ରୋଗକୁ ଠିକ କରିପାରିବେ।

ଥାଇରଏଡ଼ ଆମ ଗଳାରେ ଥିବା ଏକ ଛୋଟ ଗ୍ଲାଣ୍ଡ।ଏହି ଗ୍ରନ୍ଥିରୁ ବାହାରୁଥିବା ଟି୩ ଏବଂ ଟି୪ ହରମୋନ ଆମ ଶରୀରକୁ ଯାଇଥାଏ।ଏବଂ ଶରୀରର ପାଖାପାଖି ସମସ୍ତ ଭାଗକୁ ଏହାର ଆବଶ୍ୟକତା ଥାଏ।ଆମେ ଯାହା କହିଥାଉ ସେହି ଗ୍ରନ୍ଥି ତାହାକୁ ଉର୍ଜାରେ ପରିଣତ କରିଥାନ୍ତି।ଏହା ସହିତ ହୃଦୟ,ମାଂସପେଶୀ ହାଡ଼କୁ ମଧ୍ୟ ଭଲ ରଖିଥାଏ।ଏହା କାରଣଥାଏ ଯଦି ଆପଣଙ୍କ ଥାଇରଏଡ଼ ଗ୍ରନ୍ଥି ଭଲ ଭାବରେ କାମ କରିନଥାଏ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଭୋଗିବକୁ ପଡିଥାଏ।ଏହାର ଦୁଇ ପ୍ରକାର ସମସ୍ୟା ଦେଖାଦେଇଥାଏ ଯଦି ଥାଇରଏଡ଼ ଟି୩ ଏବଂ ଟି୪ ହରମୋନ ଅଧିକ ତିଆରି କରିବ ଏବଂ ଯଦି ଏହା କମ ତିଆରି ହୋଇଥାଏ।ଏହା ଏକ ଜୀବନଶୈଳୀ ରୋଗ ଅଟେ।

ଅର୍ଥାତ ଠିକ ଖାଦ୍ୟ ନଖାଇବା, ବ୍ୟାୟାମ ନକରିବା ଖାଦ୍ୟରେ ପୋଷକତତ୍ୱର କମି, ଷ୍ଟ୍ରେସରେ ରହିବା, ଧୂମ୍ରପାନ କରିବା ଏହି କାରଣ ସବୁ ପାଇଁ ହୋଇଥାଏ।ଏହା ଅନୁବଂଶୀକ ମଧ୍ୟ ହୋଇପାରିଥାଏ।ଅର୍ଥାତ ଯଦି ଆପଣଙ୍କ ପରିବାରରେ କାହାକୁ ଥାଇରଏଡ଼ ଥାଏ ତେବେ ଆପଣଙ୍କୁ ମଧ୍ୟ ହୋଇପାରିଥାଏ।ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ କଣ।ସବୁଠାରୁ ମୁଖ୍ୟ ଲକ୍ଷଣ ହେଉଛି ଅଚାନକ ଓଜନ କମିବା ଏବଂ ଓଜନ ବଢିବ।ଏହା ସହିତ ଅନିଦ୍ରା,ବେସି ଝାଳ ବହିବା

ବେସି ଶୋଷ ଲାଗିବା ହୃଦୟର ଜୋରରେ କମ୍ପନ ହେବା ଦୁର୍ବଳ ଲାଗିବା ଆଦି ହୋଇଥାଏ।ଏହି ଲକ୍ଷଣକୁ ଚିହ୍ନିକରି ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।ସେ ଆପଣଉ ଟି ଏସ ଏଚ ଟେଷ୍ଟ କରିବାକୁ କହିବେ।ଏହା ଆପଣଙ୍କ ରକ୍ତ ପରୀକ୍ଷାରୁ ଜଣା ପଡିଥାଏ।ଏହା ପରେ ଜଣାପଡିଥାଏ ଆପଣଙ୍କୁ ଥାଇରଏଡ଼ ଅଛି କିମ୍ବା ନାହିଁ।ଏହାପରେ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ନିଅନ୍ତୁ ଏବଂ ନିଜ ଜୀବନଶୈଳୀରେ ସୁଧାର ଆଣିବା ଦ୍ୱାରା ଏହା ଭଲ ହୋଇଜାଇଥାଏ।

Leave a Reply

Your email address will not be published. Required fields are marked *