October 18, 2024

Odia Express

Here, There and Everywhere

ଦାନ୍ତର ପୋକ ସମସ୍ୟା ଦୂର କରିବ ଓ ଯନ୍ତ୍ରଣା କମ କରିବ – ଅଳିଆ ଦାନ୍ତକୁ ସଫା କରିବାର ଉପାୟ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ଆଣିଚି ଯାହାଦ୍ଵାରା ଆପଣ ଆପଣଙ୍କ ଅଳିଆ ଅସନା ଦାନ୍ତକୁ ମୋତି ଭଳି ଚମକେଇ ପାରିବେ।ସାଙ୍ଗମାନେ ପ୍ରାୟ ଲୋକମାନେ ବିଡି ତମ୍ବାକୁ, ଗୁଟକା ଆଦି ଖାଇଥାନ୍ତି।ଏହାଦ୍ବାରା ତାଙ୍କ ଦାନ୍ତ ବହୁତ ଅପରିଷ୍କାର ହୋଇଥାଏ।ଅନ୍ୟ ମାନଙ୍କ ସାମ୍ନାରେ ଆମକୁ ଏଥିପାଇଁ ବହୁତ ଖରାପ ଲାଗିଥାଏ।ଯଦି ଆପଣ ମାନେ ଏହି ଉପାୟକୁ ମୁଁ କହିଥିବା ଅନୁସାରେ ପ୍ରୟୋଗ କରନ୍ତି ତ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ।ଏହି ଉପାୟ ବହୁତ ସହଜ ଅଟେ ଓ ଏହାକୁ ଆପଣ ନିଜ ଘରେ ଆରାମରେ ତିଆରି କରିପାରିବେ।

ସାଙ୍ଗମାନେ ଏହି ଉପାୟକୁ ତିଆରି କରିବା ପାଇଁ ଆପଣଙ୍କୁ ସବୁଠୁ ପ୍ରଥମେ ଦରକାର ଲବଙ୍ଗ ତେଲ।ଲବଙ୍ଗ ତେଲ ସାହାଯ୍ୟରେ ଆପଣଙ୍କ ଦାନ୍ତର ସମସ୍ତ ସମସ୍ୟା ଦୂର ହୋଇଯିବ।ଲବଙ୍ଗ ତେଲରେ ଏମିତି କିଛି ଗୁଣ ରହିଥାଏ ଯାହା ଆପଣଙ୍କ ଦାନ୍ତର ପୋକକୁ ବାହାର କରିବାରେ ସହାୟକ ହୋଇଥାଏ। ତା ସହିତ ଯଦି ଆପଣଂକ ମାଢ଼ି ଦରଜ ହେଉଛି ତ ଏହା ତାକୁ ବି କମ କରିବାରେ ସାହାଯ୍ୟ କରିବ।ଆପଣ ଗୋଟିଏ ଚାମଚ ଲବଙ୍ଗ ତେଲ ଏକ ଖାଲି ପାତ୍ରରେ ନେବେ।ଏହାପରେ ଆମେ ଦ୍ଵିତୀୟ ଜିନିଷ ଭାବେ ବ୍ୟବହାର କରିବା ଗେଣ୍ଡୁ ଫୁଲର ପତ୍ର।ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଦାନ୍ତ ଭିତରର ସମସ୍ତ ଜୀବାଣୁ ମାନଙ୍କୁ ନାଶ କରିଥାଏ।

ଏହାଦ୍ବାରା ଆପଣଙ୍କ ଦାନ୍ତର ପୋକ ସମସ୍ୟା ଦୂର ହେବ ଓ ଯନ୍ତ୍ରଣା ମଧ୍ୟ କମିଯିବ।ଆପଣ ଏହି ଗେଣ୍ଡୂ ଫୁଲକୁ ପେଶୀ ତାହାର ପେଷ୍ଟ ବାହାର କରିଦେବେ।ଆପଣ ଏକ ଚାମଚ ମାତ୍ରାରେ ଏହି ପେଷ୍ଟକୁ ସେହି ଲବଙ୍ଗ ତେଲରେ ମିଶାଇବେ।ଏବେ ଆପଣ ଏହାକୁ ଭଲ ଭାବେ ମିଶେଇ ଦେବେ।ସାଙ୍ଗମାନେ ଏହି ଉପାୟ ପୁରା ପ୍ରଭାବ ଶାଳୀ ହେବ ଓ ଆପଣ ମାନଙ୍କୁ କୌଣସି ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ହେବନାହିଁ।ଆପଣଙ୍କ ଦାନ୍ତର ସମସ୍ୟା ଅତି ସହଜରେ ଦୂର ହୋଇଯିବ।ଆପଣ ଏହାକୁ ପୁରା ଭଲ ଭାବେ ଘାଣ୍ଟି ଦିଅନ୍ତୁ ଓ ଏହାପରେ ମୁଁ ଆପଣଙ୍କୁ କହିବି ଯେ ଏହାର ବ୍ୟବହାର କେବେ ଓ କିପରି କରିବେ।

ଆପଣ ଏହାକୁ ନିଜ ଦାନ୍ତ ଉପରେ ପ୍ରୟୋଗ କରିବେ।ଆପଣ ପ୍ରଥମେ ଅଳ୍ପ ଉଷୁମ ପାଣି ଦ୍ଵାରା କୁଳି କରିବେ।ଆପଣ କୁଳି କରି ସାରିବା ପରେ ଏକ କଟନ ସାହାଯ୍ୟରେ ଆପଣଙ୍କ ଯେଉଁଠାରେ ବି ଯନ୍ତ୍ରଣା ହେଉଥିବ ସେହି ଜାଗାରେ ରଖିଦେବେ।ଆପଣଙ୍କ ଯନ୍ତ୍ରଣା ଅତି ଶୀଘ୍ର ସମାପ୍ତ ହୋଇଯିବ।ସାଙ୍ଗମାନେ ଯଦି ମୁଁ କହିଥିବା ଅନୁସାରେ ଆପଣ ଏହାକୁ ବ୍ୟବହାର କରିବେ ତ ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ।

Leave a Reply

Your email address will not be published. Required fields are marked *