October 18, 2024

Odia Express

Here, There and Everywhere

କାର୍ ର ଅଧିକା ବ୍ୟବହାର କରିଲେ ତାହାର ଦାମ୍ ରୁ ତିନିଗୁଣା ଅଧିକା ହୋଇଥାଏ ଖର୍ଚ୍ଚ – ଆପଣ କାର କିଣିବା ଆଗରୁ କିମ୍ବା କାର ଥିଲେ ନିଶ୍ଚୟ ପଢନ୍ତୁ

1 min read

ବନ୍ଧୁଗଣ, କଣ ଆପଣ କେବେ ଭାବିଛନ୍ତି କି ଯେବେ କାର୍ କିଣିବାପରେ  ତାହାର ଲଗାତାର ବ୍ୟବହାର କରନ୍ତି ତେବେ ଆପଣକୁ ନିଜ କାର୍ ର ବାସ୍ତବିକ ମୁଲ୍ୟରୁ ତିନିଗୁଣା ଅଧିକା ଦାମ୍ ଦେବାକୁ ପଡିଥାଏ, ହଁ ଆଜ୍ଞା ଏହା ଶୁଣିବାକୁ ସେମିତି ଅଜବ ଲାଗୁଥିବ , କାର୍ କୁ ପାଞ୍ଚ ବର୍ଷ ପରେ ରଖିଲେ ଏହି କାର୍ ଦାମ୍ ଅଧିକା ଉପରେ ଅଧିକା ଖର୍ଚ୍ଚ ହୋଇଥାଏ , ଯଦି ଆପଣ ଏହାକୁ ଅଧିକା ବ୍ୟବହାର କରୁଛନ୍ତି ଆପଣଙ୍କ କାରର ବାସ୍ତବିକ ମୁଲ୍ୟରୁ ତିନିଗୁଣା ହୋଇପାରେ , ଆସନ୍ତୁ ଜାଣିବା ।

୧)ଡିପ୍ରେସିଏସନ୍-ମୁଲ୍ୟ କମ୍ ହେବା- ଯେବେ ଆପଣ ନୁଆ କାର୍ କିଣିଥାନ୍ତି ତେବେ ଶୋରୁମ୍ ବାହାରକୁଆସିଲେ ତେବେ ଆପଣଙ୍କ କାରର ମୁଲ୍ୟ କମ୍ ହେବା ଆରମ୍ଭ ହୋଇଯାଏ , ପ୍ରାୟ ୧୫ ପ୍ରତିଶତ ସବୁ ବର୍ଷ ଆପଣଙ୍କୁ କାର୍ ଦାମ୍ କମ୍ ହୋଇଯାଏ , ମାନେ ମାନିନିଅନ୍ତୁ ଯଦି ଆପଣ ୭ ଲକ୍ଷ ଦାମ୍ ବାଲା କାର୍ କିଣିବେ ତେବେ ୫ ବର୍ଷ ପରେ ତାହାର ଦାମ୍ କେବଳ ୩,୧ ଲକ୍ଷ ଟଙ୍କା ରହିଯିବ ।

୨) ଫାଇନାନ୍ସ-ସମସ୍ତେ ମହଙ୍ଗା କାର୍ ନଗଦ କିଣିପାରନ୍ତି ନାହିଁ ଏଥିପାଇଁ ଆମେ ଲୋନ୍ ନେଇକରି କାର୍ କିଣିଥାନ୍ତି, ମାନିନିଅନ୍ତୁ ଯଦି ଆପଣ ପାଞ୍ଚ ବର୍ଷ ପାଇଁ କାର୍ ଲୋନ୍ ୮୦ ପ୍ରତିଶତ ଫାଇନାନ୍ସସିଙ୍ଗ୍ ଉପରେ ନେଉଛନ୍ତି, ତେବେ ଆପଣ ପ୍ରାୟ ୧,୫ ଲକ୍ଷ ଟଙ୍କା ସୁଧ ଭରିବାକୁ ପଡିବ ।

୩) ବୀମା- ଆପଣ ଜାଣିଥିବେ କି ଆଜିର ସମୟରେ ମୋଟର୍ ବାହାନ ଆକ୍ଟ ଅନୁସାରେ ଥାର୍ଡ ପାର୍ଟି ଇନୁସୁରାନ୍ସ ଜରୁରୀ ହୋଇଥାଏ, ଏଥିପାଇଁ ବହୁତ ଲୋକ ସବୁ ଜିନିଷକୁ ନେଇକରି କଭର୍ ଇନସୁରାନ୍ସ ବୀମା କରୁଥିଲେ ଯେଉଁଥିରେ କାର୍ ଦୁର୍ଘଟଣା କଭର୍ ସାମିଲ୍ ହୋଇଥାଏ, ଏହି ହିସାବରେ ମାନିନିଅନ୍ତୁ ୭ ଲକ୍ଷ ଟଙ୍କା କାର୍ ପାଇଁ ବୀମା କରୁଛନ୍ତି ତେବେ ପାଞ୍ଚ ବର୍ଷରେ ଆପଣଙ୍କ ପ୍ରାୟ ପ୍ରିମିୟମ୍ ୧,୦୪ ଲକ୍ଷ ଟଙ୍କା ହୋଇପାରେ , ଯଦି ଏହି ମଧ୍ୟର୍ ହୋଇଥିବା କିଛ୍ ଦୁର୍ଘଟଣା ଏହି ପ୍ରିମିୟମ୍ କୁ ବଢାଇପାରେ ।

୪) ପେଟ୍ରୋଲ୍ ଡିଜେଲ୍ ଖର୍ଚ୍ଚ- ଆପଣ ଜାଣିଛନ୍ତି କି ପେଟ୍ରୋଲ୍ ଡିଜେଲ୍ ବହୁତ ମହଙ୍ଗା ହେଉଛି, ଯଦି ଆପଣ ସବୁଦିନ କାର୍ ବ୍ୟବହାର କରୁଛନ୍ତି, ମାନେ ଯଦି ଆପଣ ସବୁଦିନ ୧୦୦ କିମି ପର୍ଯ୍ୟନ୍ତ କାର୍ ଚଲାଉଛନ୍ତି ତେବେ ଭାବନ୍ତୁ ତେଲ ଖର୍ଚ୍ଚ କେତେ ଅଧିକା ହେବ , ମାନିନିଅନ୍ତୁ ଆପଣଙ୍କୁ କାର୍ ୧୫ କିମି ପ୍ରତି ଲିଟର ମାଇଲେଜ୍ ଦେଉଛି, ତେବେ ଏହି ହିସାବରେ ଆପଣ ସବୁ ବର୍ଷ ନିଜ କାର୍ ପେଟ୍ରୋଲ୍ ପକାଇବା ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ , ଏହି ହିସାବରେ ଡିଜେଲ୍ କାର୍ ଶସ୍ତା ହୋଇପାରେ, ଅଧିକା ମହଙ୍ଗା କାର୍ କିଣୁଛନ୍ତି ତେବେ ତାହାର ମେଣ୍ଟେନାନ୍ସ ସହ ଖର୍ଚ୍ଚ ଅଧିକା ହୋଇପାରେ ।

୫)  ଭଙ୍ଗାଭଙ୍ଗି ଓ ରକ୍ଷଣାବେକ୍ଷଣ- ନିଜ ଗାଡିକୁ ସଠିକ୍ ଚଲାଇବା ପାଇଁ ଆପଣଙ୍କୁ ପ୍ରତି ଛଅ ମାସରେ କିମ୍ବା ୧୦ ହଜାର କିମି ଡ୍ରାଇଭିଙ୍ଗ୍ ରେ ସର୍ଭିସିଙ୍ଗ୍ ଓ ରକ୍ଷଣାବେକ୍ଷଣ ପାଇଁ ଗ୍ୟାରେଜ୍ ପଠାଇବାକୁ ପଡିବ, ଯେଉଁଥିରେ ମୋବିଲ୍ ବଦଳାଇବା , ଗାଡିର କ୍ଲଚ୍ ପ୍ଲେଟ୍, ବ୍ରେକ୍ ପ୍ୟାଡ୍, ଫିଲଟର୍, ରେଡିଏଟର୍ କମ୍ପୋନେଣ୍ଟ, ବ୍ୟାଟେରି ଓ ଟାୟାର୍ ସହ ବହୁତ ଭାଗରେ ହାଲକା ଫୁଲକା ଭଙ୍ଗାଭଙ୍ଗି କିମ୍ବା ଏହାକୁ ବଦଳାଇବାର ଦରକାରପଡିପାରେ , ମାନେ ପାଞ୍ଚ ବର୍ଷରେ ଆପଣଙ୍କୁ ପ୍ରାୟ ୬୦ ହଜାର ଟଙ୍କା ସର୍ଭିସିଙ୍ଗ୍ ଓ ରିପ୍ଲେସମେଣ୍ଟ ପାଇଁ ଖର୍ଚ୍ଚ କରିବାକୁ ପଡିବ, ତାହା ସହ ପାଞ୍ଚ ବର୍ଷରେ କାରରେ ସଫାସଫି ଓ କେଉଁଆଡେ ଯିବାରେ ଏହାକୁ ପାର୍କ କରିବାରେ ବହୁତ ଖର୍ଚ୍ଚ ହୋଇଥାଏ ।

Leave a Reply

Your email address will not be published. Required fields are marked *