October 17, 2024

Odia Express

Here, There and Everywhere

ଏହାକୁ ଲଗାଇବା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଶତ ପ୍ରତିଶତ ଦୂର ହୋଇଯିବ – ଜୀବନରେ ଆଉ କେବେ ଆଣ୍ଠୁ ଗାଣ୍ଡି ଯନ୍ତ୍ରଣା ହେବ ନାହିଁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଉପାୟ ଯାହାଦ୍ଵାରା ଆପଣ ଆପଣଙ୍କ ବେକ ଯନ୍ତ୍ରଣା,ଆଣ୍ଠୁ ଯନ୍ତ୍ରଣା ଓ ଅଣ୍ଟା ଆଦିର ଯନ୍ତ୍ରଣା ଦୂର କରିପାରିବେ।ଯଦି ଆପଣଙ୍କ କୌଣସି ଅଙ୍ଗରେ କଷ୍ଟ ହେଉଛି ତ ମୁଁ କହିଥିବା ଅନୁସାରେ ଯଦି ଆପଣ ଏହି ଉପାୟକୁ ପ୍ରୟୋଗ କରୁଛନ୍ତି ତ ଆପଣଙ୍କ ସେହି ଅଙ୍ଗରୁ ଯନ୍ତ୍ରଣା ଦୂର ହୋଇଯିବ।ଯେତେବେଳେ ଆମ ହାଡ଼ରୁ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ ସେତେବେଳେ ଆମ ହାଡ଼ରେ ଯନ୍ତ୍ରଣା ହୋଇଥାଏ।ଏହା ବେଳେବେଳେ ଗଣ୍ଠିକୁ ମଧ୍ୟ ପ୍ରଭାବିତ କରିଥାଏ।ଚାଲିବା,ବୁଲିବା, ସିଡି ଚଢିବା ଆଦି କାମରେ ବହୁତ କଷ୍ଟ ହୋଇଥାଏ।

ଏହି ଉପାୟ ପାଇଁ ଆମେ ପ୍ରଥମେ ବ୍ୟବହାର କରିବା ଶୁଦ୍ଧ ସୋରିଷ ତେଲ।ସାଙ୍ଗମାନେ ଆପଣ ବଜାରରୁ ଯେଉଁ ତେଲ କିଣି ଆଣନ୍ତି ସେଥିରେ ବହୁତ ମିଶ୍ରଣ ହୋଇଥାଏ।ନହେଲେ ସେ ମକାର ତେଲ ହୋଇଥାଏ।କିନ୍ତୁ ଆପଣ ଏଠାରେ ବ୍ୟବହାର କରିବେ ଶୁଦ୍ଧ ସୋରିଷ ତେଲ।ଆପଣ ଦୁଇ ଚାମଚ ସୋରିଷ ତେଲ ଏକ ଖାଲି ପାତ୍ରରେ ନେବେ।ଆପଣ ତେଲର ମାତ୍ରା ସେତିକି ରଖିବେ ଯେତିକି ଆପଣଙ୍କ ଶରୀରରେ ବ୍ୟବହାର ହେବ।ଯଦି ଆପଣ ଅଧିକ ଜାଗାରେ ମାଲିସ କରିବାକୁ ଚାହାଁନ୍ତି ତ ଆପଣ ତେଲର ମାତ୍ରା ମଧ୍ୟ ଅଧିକ ନେବେ।

ଏବେ ଆମେ ଏଥିରେ ଦ୍ଵିତୀୟ ଜିନିଷ ଭାବରେ ନେବା କର୍ପୁର।ଧ୍ୟାନ ରଖିବେ ଆପଣ ଏଠାରେ ବଡ ଖଣ୍ଡ ବାଲା କର୍ପୁର ନେବେ।ଏହି କର୍ପୁର ଦ୍ଵାରା ଆପଣଙ୍କ ଶରୀରରେ ଯେଉଁ ଯନ୍ତ୍ରଣା ରହିଛି ଯେପରି ଆଣ୍ଠୁ ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏସବୁ ଦୂର ହୋଇଯିବ।ଏହାକୁ ଆପଣ ପ୍ରାୟ ମନ୍ଦିର ମାନଙ୍କରେ ଦେଖିଥିବେ।ଆପଣ ଚାହିଁଲେ ବଜାରରେ ମିଳୁଥିବା ଗୋଲ ଛୋଟ କର୍ପୁର ମଧ୍ୟ ବ୍ୟବହାର କରିପାରିବେ।କିନ୍ତୁ ଏହା ଧ୍ୟାନ ରଖିବେ ଯେ କର୍ପୁର ପୁରା ଶୁଦ୍ଧ ହୋଇଥିବା ଆବଶ୍ୟକ।ଆପଣ କର୍ପୁରକୁ ଗୁଣ୍ଡ କରି ସେହି ତେଲରେ ମିଶାଇବେ।ଏବେ ଆପଣ ଏହାକୁ ଭଲ ଭାବେ ମିଶାଇ ଦେବେ।

ଏହା ଏକ ପୁରା ପ୍ରାକୃତିକ ଉପାୟ ଅଟେ ଓ ଏହାଦ୍ବାରା ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ।ଆପଣଙ୍କର ଯେଉଁଠାରେ ବି ଯନ୍ତ୍ରଣା ଥିବ ସେସବୁ ଦୂର ହୋଇଯିବ।ଆପଣ ଚାମଚ ସାହାଯ୍ୟରେ ଏହାକୁ ଭଲ ଭାବେ ମିଶାଇ ଦେବେ।ଏପରି ଭାବେ କରିବେ ଯେପରି କର୍ପୁର ଓ ସୋରିଷ ନିଜ ଭିତରେ ଭଲ ଭାବେ ମିଶିଯିବେ।ଏହାପରେ ଆପଣ ଏହି ମିଶ୍ରଣକୁ ଖରାରେ ଅଳ୍ପ ସମୟ ପାଇଁ ରଖିଦେବେ।ଯଦି ଆପଣ ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବାକୁ ଚାହିଁଛନ୍ତି ତ ଆପଣ ଏକ କାଚ ବୋତଲରେ ରଖିପାରିବେ।ଏବେ ଆପଣ ଏହାକୁ ନିଜ ଯନ୍ତ୍ରଣା ହେଉଥିବା ଜାଗାରେ ମାଲିସ କରିବେ।

Leave a Reply

Your email address will not be published. Required fields are marked *