October 18, 2024

Odia Express

Here, There and Everywhere

ଚାଣକ୍ୟ ନୀତି, ଏମିତି ଲୋକଙ୍କ ଠାରୁ ଯେତେ ହୋଇପାରିବ ଦୁରରେ ରୁହନ୍ତୁ, ସେଥିରେ ଆପଣଙ୍କ ଭଲ, ନହେଲେ ଉଠାଇବାକୁ ପଡିପାରେ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ଏମିତି ଜଣେ ବିଦ୍ୟାନ ବ୍ୟକ୍ତି ଥିଲେ ଯାହାଙ୍କ ଦ୍ୱାରା କୁହାଯାଇଥିବା ନୀତିଗୁଡିକ କଳିଯୁଗରେ ବହୁତ ଲାଭ ଦେଇଥାଏ, ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟର ଶ୍ରେଷ୍ଠ ବିଦ୍ୱାନ ଓ ମହାନ୍ ବିଭୂତି ଥିଲେ , ଆପଣଙ୍କୁ କହିଦେବୁ କି ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ , ଓ ସେମିତି ଆଚାର୍ଯ୍ୟ ଚାଣକ୍ୟଙ୍କ ପଦରେ ରହିକରି ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଭିନ୍ନ ବିଷୟରେ ଗଭୀର ଜ୍ଞାନ ଥିଲା । ସେ ଚାଣକ୍ୟ ନୀତି ନାମକ ଏକ ବହି ରଚନା କରିଥିଲେ , ଯେଉଁଥିରେ ମନୁଷ୍ୟର ଜୀବନ ସହ ଯୋଡି ହୋଇଥିବା ସବୁ କଥାର ଉଲ୍ଲେଖ କରାଯାଇଛି ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଏମିତି ବହୁତ ଜରୁରୀ କଥା କହିଛନ୍ତି, ଯାହାର ମନୁଷ ଯଦି ପାଳନ କରିଥାଏ ତେବେ ସେ ନିଜ ଜୀବନରେ କଠିନ ପରିସ୍ଥିତିରେ ବି ସହଜରେ ସାମ୍ନା କରିପାରିବ, ଏହାର ନୀତି ଗୁଡିକ ମାନିଲେ ସବୁ କ୍ଷେତ୍ରରେ ସଫଳତା ହାସିଲ୍ ହେବ, ଆଚାର୍ଯ୍ୟ ଚାଣକ୍ୟ ନୀତିଗୁଡିକ ମନୁଷ୍ୟ ଜୀବନରେ ସବୁ ପ୍ରକାରର କାର୍ଯ୍ୟରେ ଲାଗିଥାଏ, ଏହି କାରାଣରୁ ଏତେ ବର୍ଷ ଯାଇସାରିବାପରେ ବି ଆଜିର ସମୟରେ ଚାଣକ୍ୟଙ୍କ ନୀତିଗୁଡିକ ଲୋକଙ୍କୁ ସଠିକ୍ ମାର୍ଗ ଦେଖାଇବାର କାର୍ଯ୍ୟ କରିଥାଏ । ଆପଣଙ୍କୁ କହିଦେବୁ କି ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନକୁ ନେଇକରି ଆର୍ଥିକ ଓ ସାମାଜିକ ସବୁ ଉପରେ ଭଲ ବନାଇବାପାଇଁ ମହତ୍ତ୍ୱପୁର୍ଣ୍ଣ ପରାମର୍ଶ ଦେଇଛନ୍ତି, ଆଚାର୍ଯ୍ୟ ଚାଣକ୍ୟ ଏମିତି ତିନି ପ୍ରକାରର ଲୋକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାଙ୍କୁ ସବୁବେଳେ ଦୁରେଇ ରହିବା ଭଲ, ଅନ୍ୟଥା କେଉଁ କାରଣରୁ କ୍ଷତିର ସାମ୍ନା କରିବାକୁ ପଡିପାରେ , ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ଚାଣକ୍ୟ ନୀତି କଣ କହୁଛନ୍ତି।

୧)ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରିଛନ୍ତି କିଯେଉଁ ଲୋକ ବିନା କେଉଁ କଥାରେ ସବୁବେଳେ ଦୁଃଖୀ ରୁହନ୍ତି, ସେମାନଙ୍କ ଠାରୁ ଦୁରେଇ ରହିବା ଉଚିତ୍ ,କାରଣ ସେହି ପ୍ରକାରର ଲୋକ ସବୁବେଳେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି, ଓ ଅନ୍ୟଙ୍କୁ ଦେଖିକରି ଇର୍ଷା କରନ୍ତି, ଯାହାର କାରଣରୁ ସେ ଦୁଃଖୀ ରୁହନ୍ତି ।

୨) ଚାଣକ୍ୟ ନୀତି ଅନୁସାରେ ସବୁବେଳେ ଖରାପ ଚରିତ୍ର ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ , କାରଣ ଏମାନଙ୍କ କାରଣରୁ ଆପଣ କେଉଁ ବି ଅସୁବିଧାରେ ଫସିପାରନ୍ତି, ଏତିକି ନୁହେଁ ବରଂ ଖରାପ ଚରିତ୍ର ଲୋକଙ୍କ ସହ ରହିଲେ ଆପଣଙ୍କ ମାନ ସମ୍ମାନ ବି ହାନି ହୋଇପାରେ,  ମୁର୍ଖ ଲୋକଙ୍କୁ କେବେ ଧର୍ମ କର୍ମ ଉପରେ ବିଶ୍ୱାସ କରନ୍ତି ନାହିଁ , ଏହି କାରଣରୁ ଏହି ପରି ବ୍ୟକ୍ତିଙ୍କ ଠାରୁ ଦୁରତା ବନାଇ ରଖନ୍ତୁ ।

୩) ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରିଥିଲେ କି ବ୍ୟକ୍ତି ସବୁବେଳେ ମୁର୍ଖ ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ , ମୁର୍ଖ ଲୋକଙ୍କୁ ସେମିତି ଅଧିକା ଜ୍ଞାନ ଦେବା ଉଚିତ୍ ନୁହେଁ । କାରଣ ମୁର୍ଖ ବ୍ୟକ୍ତି ଭଲ ପାଇଁ ଦିଆଯାଇଥିବା ଜ୍ଞାନ ତା ଆଗରେ ମୁଲ୍ୟ ହୀନ ହୋଇଥାଏ, ଓ ବିନା କେଉଁ କଥାରେ ସେ ତର୍କ ବିତର୍କ କରିଥାଏ, ଯାହାର କାରାଣରୁ ଜ୍ଞାନୀ ବ୍ୟକ୍ତିଙ୍କ ବହୁମୁଲ୍ୟ ସମୟ ଖରାପ ହୋଇଯାଏ , ଏହି କାରଣରୁ ମୁର୍ଖ ଲୋକଙ୍କ ଠାରୁ ଦୁରତା ବନାଇବା ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶ ଅଟେ ।

Leave a Reply

Your email address will not be published. Required fields are marked *