October 17, 2024

Odia Express

Here, There and Everywhere

ଦେଖନ୍ତୁ ଜଣେ ବାପାଙ୍କ ତ୍ୟାଗ -ଝିଅ ନେଇପାରୁ ଅନଲାଇନ୍ କ୍ଲାସ୍, ଏଥିପାଇଁ ବର୍ଷାରେ ଛତା ନେଇ ଠିଆ ହୋଇ ରହିଥିଲେ ବାପା ଆଉ ତାପରେ..

କୋରନା ମହାମାରୀ କାରଣରୁ ଦେଶ ସାରା ଲୋକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି, ମହଜୁଦା ସମୟରେ ଏହି ଭାଇରସ୍ ଦେଶସାରା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି, କୋରନା ଭାଇରସ୍ ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରିଦେଇଛି, ଲୋକେ କାମକାର୍ଯ୍ୟ ଛାଡିଦେଇଛନ୍ତି, ଯାହାକୁ ନେଇ ସାମ୍ନାରେ ସମସ୍ତଙ୍କର୍ ଆର୍ଥିକ ସମସ୍ୟା ହୋଇଯାଇଛି । ଏହା ଛଡା ଛୁଆଙ୍କ ପାଠପଢାରେ ବି କୋରନା ଭାଇରସ୍ ର ବହୁତ ଗଭୀର ପ୍ରଭାବ ଦେଖିବାକୁ ମିଳିଛି, କୋରନା ଭାଇରସ୍ କାରଣରୁ ସ୍କୁଲ କଲେଜ ସବୁ ବନ୍ଦ ହୋଇଯାଇଛି, ଘରେ ଏବେ ଛୁଆ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ପାଠ ପଢୁଛନ୍ତି, କିନ୍ତୁ ଅନଲାଇନ୍ କ୍ଲାସ୍ ଆଟେଣ୍ତ କରିବା କେଉଁ ଛୁଆପାଇଁ ଏତେ ସହଜ ନୁହେଁ । ଏମିତି ବହୁତ ଛୁଆ ଅଛନ୍ତି ଯିଏକି ଗରୀବ ପରିବାରରୁ ଅଛନ୍ତି ତାଙ୍କ ପାଖରେ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ସୁବିଧା ନଥାଏ, ଏମିତିରେ ଗରିବ ଛୁଆଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି

ଏହା ଛଡା ଗାଁ ବାଲା ଇଲାକାରେ ଯେଉଁ ଛୁଆ ଅଛନ୍ତି, ତାଙ୍କ ସାମ୍ନାରେ ନେଟୱର୍କ ନାହିଁ, କାରଣ ଦୁରଦୁରାନ୍ତ ଗାଁ ମାନଙ୍କରେ ନେଟୱର୍କ ଆସେ ନାହିଁ , ଏବେ ସେମିତି ବର୍ଷାଦିନଆସିଗଲା ଯାହାର କାରଣରୁ ନେଟୱର୍କ ଅସୁବିଧା ଆହୁରି ଅଧିକା ବଢିଯାଇଛି। କିନ୍ତୁ ଯେଉଁ ଛୁଆ ପଢିବାକୁ ଚାହଁନ୍ତି ସେ ଯେ କୌଣସି ପରିସ୍ଥିତିରେ ବି ପାଠପଢିପାରନ୍ତି, କେଉଁ ନା କେଉଁ ଜୁଗାଡ ମାଧ୍ୟମରେ ପଢୁଥିବା ଛୁଅ ନିଜ ଅନଲାଇନ୍ କ୍ଲାସ୍ କରୁଛନ୍ତି, ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଫଟୋ ବହୁତ ଭାଇରାଲ୍ ହେଉଛି, ଯେଉଁ ଫଟୋ ଏହା ଦେଖାଯାଉଛି ବର୍ଷାରେ ଜଣେ ବାପା ଛତା ନେଇ ଠିଆ ହୋଇଛନ୍ତି, ଓ ସେହି ଛାତର ତଳେ ତାଙ୍କ ଝିଅ ଅନଲାଇନ୍ କ୍ଲାସ୍ କରୁଛି । ଯେପରି ଆପଣ ସମସ୍ତେ ଜାଣନ୍ତି କି ମା ତ ନିଜ ପ୍ରେମରେ ଛୁଆଙ୍କୁ ଉଠାଇଦେଇଥାଏ

ମା ନିଜ ମମତ ପାଇଁ ଜଣାଯାଏ , କିନ୍ତୁ ବାପା ନିଜ ଛୁଆପାଇଁ ସବୁ କିଛି ତ୍ୟାଗ କରିବାପାଇଁ ଜଣାଯାଆନ୍ତି, ସେମିତି ବାପା ଉପରୁ କଠୋର ହୋଇଥାନ୍ତି, କିନ୍ତୁ ଭିତରୁ ବହୁତ ନରମ ହୋଇଥାନ୍ତି, ଯାହାଙ୍କ ଏକ ଜ୍ୱଳନ୍ତ ଉଦାହରଣ ଏହି ଫଟୋ ଅଟେ, ଯାହା ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେଉଛି, ଆପଣଙ୍କୁ କହିଦେବୁ କି ଏହି ଫଟୋ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ସ୍ଥିତ ସୁଲିଆ ତାଲୁକା ଏକ ଗାଁରେ ସାମ୍ନାରେ ଆସିଛି ଯେଉଁଠି ସବୁ ଲୋକଙ୍କ ହୃଦୟ ଜିତିପାରିଛି । ଯେପରି ଆପଣ ଏହି ଫଟୋରେ ଦେଖିପାରିବେ କି ଏକ ଝିଅ ବହୁତ୍ ବର୍ଷାରେ ରାସ୍ତାର ସାଇଡ୍ ରେ ବସିଛି, ଓ ତାଙ୍କ ବାପା ନିଜ ଝିଅକୁ ବର୍ଷା ଦାଉରୁ ରକ୍ଷା କରିବାପାଈଁ ତାଙ୍କ ମୁଣ୍ତ ଉପରେ ଛତା ଧରି ଠିଆ ହୋଇଛନ୍ତି, ଏହି ଝିଅ ଦଶମ ଶ୍ରେଣୀରେ ପଢୁଛି, ଓ ଏହି ବର୍ଷାରେ ନିଜର ଅନଲାଇନ୍ କ୍ଲାସ୍ ଦେଉଛି

ଏହି ଫଟୋକୁ ସୁଲିଆ ଏକ ପତ୍ରକାର ମହେଶ ପୁଚପଡି ଉଠାଇଥିଲେ, ତାଙ୍କର କହିବା କଥା କି ଏହି ଝିଅ ସବୁ ଦିନ ସଂନ୍ଧ୍ୟା ୪ ଟା ବେଳେ ଏହି ଜାଗାରେ ପଢିବାକୁଆସେ । ପ୍ରକୃତରେ ଦକ୍ଷିଣ କନ୍ନଡ ଗ୍ରାମୀଣ କ୍ଷେତ୍ରରେ ଇଣ୍ଟରନେଟ୍ କନେକ୍ଟିଭିଟି ବହୁତ ଦୁର୍ବଳ ଅଛି, ଯାହାର କାରଣରୁ ଏଠାରେ ପଢୁଥିବା ଛୁଆ ନିଜ ଗାଁରୁ ୧୦ କିମି ଦୁରକୁ ଯାଇକରି ଅନଲାଇନ୍ କ୍ଲାସ୍ କରୁଛନ୍ତି, ଏଠାରେ ଗାଁ ମୁକାବଲାରେ ଇଣ୍ଟରନେଟ୍ କନେକ୍ସନ୍ ଭଲ ରହିଥାଏ, ମିଡୀଆ ସହ କଥାବାର୍ତ୍ତାରେ ମହେଶ କହିଲେ କି ଏହି ଦିନ ଏଠାରେ ବହୁତ ବର୍ଷା ହେଉଛି, ଯାହାର କାରଣରୁ ଭାରି ବର୍ଷାରେ ବାପା ଛତା ନେଇକରି ଠିଆ ହେଉଛନ୍ତି, ଯାହାଦ୍ୱାରା ତାଙ୍କ ଝିଅ ଅନ୍ ଲାଇନ୍ କ୍ଲାସ୍ ପୁରା କରିପାରୁ ।

Leave a Reply

Your email address will not be published. Required fields are marked *