ଥଣ୍ତା କାଶ ଜ୍ୱରର ଘରୋଇ ଉପଚାର ଆପଣଙ୍କ ଘରେ ହିଁ ଅଛି – ଆସନ୍ତୁ ଜାଣିବା ସେହି ବିଷୟରେ
1 min read
ଥଣ୍ତା,କାଶ ଜ୍ୱର ଏକ ପରିବାରର ରୋଗ ଅଟେ, ଓ ଏହାର ଔଷଧୀ ବି ପ୍ରାୟ ଗୋଟେ ଅଟେ, ଆସନ୍ତୁ ଦେଖିବା ଆପଣଙ୍କ ରୋଷେଇରେ ଥଣ୍ତା,କାଶ, ଜ୍ୱର ପାଇଁ କଣ କଣ ଔଷଧୀ ଅଛି, ଏହି ତିନି ରୋଗର ସବୁଠାରୁ ଭଲ ଔଷଧୀ ହେଲା ଅଦା ଦ୍ୱିତୀୟ ଭଲ ଔଷଧୀ ହେଲା ହଳଦୀ, ଓ ତୃତିୟ ଭଲ ଔଷଧୀ ଯାହା ଥଣ୍ତା,କାଶ, ଓ ଜ୍ୱର ପାଇଁ ବାଛିବାର ଅଛି, ଓ ଚତୁର୍ଥ ଔଷଧୀ ହେଲା ଡାଲଚିନି, ପଞ୍ଚମ ସବୁଠାରୁ ଭଲ ଔଷଧୀ ହେଲା କିସମିସ୍, ଏହା ସହ କିଛି ସହଯୋଗୀ ଔଷଧୀ ଅଛି ଯାହା ମୁଖ୍ୟ ଔଷଧୀର ସହ ମିଶ୍ରିତ କରି ଉପଯୋଗ କରାଯାଏ , ସେ ହେଲା କଳାମରିଚ, ତୁଳସୀର ପତ୍ର ଓ ମହୁ ।
ଏହି ଔଷଧୀକୁ ନେବାର ତରିକା- ୧) ଅଦାର ରସ ବାହାର କରିଦିଅନ୍ତୁ, ତାହାକୁ ହାଲକା ଗରମ କରି ଟିକିଏ ମହୁ ମିଶାଇ ସକାଳୁ ଖାଲିପେଟରେ , ଦ୍ୱିପହରରେ ଓ ସଂନ୍ଧ୍ୟାରେ ଏକ ଚାମଚ କରି ପିଅନ୍ତୁ
୨) ଅଦାର ରସ ସହ ତୁଳସୀର ରସ ମିଶାଇଦିଅନ୍ତୁ, ଓ ହାଲକା ଗରମ କରି ମହୁ କିମ୍ବା ଗୁଡ ମିଶାଇକରି ଖାଲିପେଟରେ, ଦ୍ୱିପହର ଓ ସଂନ୍ଧ୍ୟାକୁ ଏକ ଚାମଚ କରି ନିଅନ୍ତୁ ।
୩) ଏକ ଗିଲାସ ଦେଶୀ ଗାଇର କ୍ଷୀରରେ ଏକ ଚତୁର୍ଥାଂଶ ହଳଦୀ ମିଶାଇକରି ତାକୁ କିଛି ସମୟ ସିଝାଇକରି ରାତିରେ ଶୋଇବା ସମୟରେ ନେବାର ଅଛି, ଯଦି କ୍ଷୀର ନାହିଁ ତେବେ ପାଣିରେ ନେଇପାରିବେ ,ଯଦି ଆପଣଙ୍କୁ କଞ୍ଚା ହଳଦୀ ମିଳିଯାଏ ତେବେ ଭଲ, ଛୋଟ ଛୋଟ ଖଣ୍ତ କରି କ୍ଷୀରରେ ସିଝାଇପାରିବେ , ଏହି ହଲଦୀ ଟୋନ୍ସିଲାଇଟିସ୍ ର ବି ସବୁଠାରୁ ଭଲ ଔଷଧୀ ଅଟେ, ଛୁଆଙ୍କ ଟୋନ୍ସିଲାଇଟିସ୍ ଅପରେସନ୍ କରିବା ଉଚିତ୍ ନୁହେଁ , ଟୋନ୍ସିଲାଇଟିସ୍ ଯଦି କ୍ରୋନିକ୍ ଅଛି, ମାନେ ପୁରୁଣା ଅଛି ତେବେ ହଳଦୀର ସିଧା ବ୍ୟବହାର କରିବାର ଅଛି, ଚାମଚରେ ଅଧା ହଳାଦୀ ଭରି ତାହାର ମୁହଁ ଭିତରେ ନେଇଯାଇ ହଳଦିକୁ ପକାଇଦେବାର ଅଛି, ତାପରେ ଲାଳର ସହ ମିଶିକରି ହଳଦୀ ଭିତରକୁ ଚାଲିଯିବ
ଏହି ସମୟରେ ପାଣି ଦେବା ଦରକାରା ନାହିଁ ୧ ଘଣ୍ଟା ପର୍ଯ୍ୟନ୍ତ, ସପ୍ତାହରେ ଯଦି ଆପଣ ତିନିଦିନ ଏହା କରିନେବେ ତେବେ ଚତୁର୍ଥ ଦିନ ଛୁଆଙ୍କୁ ଟୋନ୍ସିଲାଇଟିସ୍ ଠିକ୍ ହୋଇଯିବ ଓ ଟୋନ୍ସିଲାଇଟିସ୍ ଯଦି ଏକ୍ୟୁଟ୍ ଅଛି ମାନେ ଏବେ କିଛି ଦିନ ହେବ ହେଇଛି, ତେବେ ଆପଣ କ୍ଷୀରରେ କିମ୍ବା ପାଣିରେ ହଳଦୀ ମିଶାଇ ନିଅନ୍ତୁ । ଗଳାରେ ଇନଫେକ୍ସନ୍ ହେଲେ ପାଣି ପିଇଲେ ବି ପୀଡା ହୋଇଥାଏ, ଲାଳ ବାହାରିଲେ ବି ପୀଡା ଲାଗେ, ଆବାଜ୍ ମୋଟା ହୋଈଯାଏ , ଏହାପାଇଁ ଏକ ଗିଲାସ ଦେଶୀ ଗାଇର କ୍ଷୀର, ଏକ ଚାମଚ ଦେଶୀ ଗାଇର ଘିଅ ଓ ଚତୁର୍ଥାଶ ହଳଦି ମିଶାଇକରି କିଛି ସମୟ ସିଝାଇବାର ଅଛି ତାପରେ ତାକୁ ଚାହା ପିଇଲା ଭଳି ପିଇବାର୍ ଅଛି ସଂନ୍ଧ୍ୟାରେ ଥରେ । ଗହମର ଦାନାକୁ ବରାବର ଚୁନା କରି ସବୁଦିନ ସକାଳୁ ଖାଲିପେଟରେ ଏକ କପ୍ ଦହି, ଡାଲି, ଆଖୁର୍ ରସ କିମ୍ବା ପାଣି ମିଶାଇପିଅନ୍ତୁ,