June 20, 2025

Odia Express

Here, There and Everywhere

ଏହି ପାଞ୍ଚଟି ଜୀବଙ୍କୁ ଖୁଆଉଥିବେ ଖାଦ୍ୟ ତ କେବେ ହେବ ନାହିଁ ଆର୍ଥିକ ଅସୁବିଧାର ସାମ୍ନା – ଏମାନଙ୍କୁ ଆଜିଠୁ ଖାଇବାକୁ ଦିୟନ୍ତୁ

1 min read

ଆଜିର ସମୟରେ ପ୍ରାୟ ସବୁ ମଣିଷ କେଉଁ ନା କେଉଁ ଅସୁବିଧାର ସାମ୍ନା କରିଥାଏ,  ବୋଧେ ଏମିତି କେଉଁ ବ୍ୟକ୍ତି ଥିବ ଯିଏ ଜୀବନରେ ପୁରା ସନ୍ତୁଷ୍ଟ ଓ ସୁଖୀ ଥିବ, ଜୀବନର ସହ ଯୋଡି ହୋଇଥିବା ଛୋଟ ବଡ ସମସ୍ୟା ସମାଧାନ ଶାସ୍ତ୍ରରେ କୁହାଯାଇଛି, ଏକ ଉପାୟ ଅଛି କି ଆମେ ନିଜ ପରିଶ୍ରମ ବଳରେ ଓ ସ୍ୱୟଂ ବୁଝାମଣାରୁ ଏହି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିପାରିବା, ଓ ଦ୍ୱିତୀୟ ଉପାୟ ହେଲା ଆମେ ଧାର୍ମିକ କର୍ମ କିଛି କରିବା , ଆମକୁ ମିଳୁଥିବା ସୁଖ-ଦୁଃଖ, ଆମର କର୍ମରୁ ହିଁ ପ୍ରତିଫଳ ହୁଏ, ଯଦି ପୁଣ୍ୟକର୍ମ କରିବା ତେବେ ଦୁଃଖର ସମୟ ଜଲଦି ମୁକୁଳିଯାଏ,  ଶାସ୍ତ୍ର ଅନୁସାରେ ପାଞ୍ଚଟି ଏମିତି ଜୀବ କୁହାଯାଇଛି ଯାହାଙ୍କୁ ଖାଦ୍ୟ ଖୁଆଇଲେ ଆମର ଜୀବନରେ ସବୁ ସମସ୍ୟା ଦୁରୀଭୁତ ହୋଇଯାଏ । ଆସନ୍ତୁ ଜାଣିବା କେଉଁ ସେହି ଜୀବଗୁଡିକ ଯାହାଙ୍କୁ ଖାଦ୍ୟ ଖୁଆଇଲେ ଜୀବନରେ ଦୁଃଖର ସମାପ୍ତି ହୋଇଥାଏ ।

୧) ଗାଇକୁ ଖୁଆନ୍ତୁ ରୁଟି କିମ୍ବା ଘାସ- ଯଦି କେଉଁ ବ୍ୟକ୍ତି ନିୟମିତ ରୁପରେ ଗାଇକୁ ରୁଟି କିମ୍ବା ଘାସ ଖୁଆଏ ତେବେ ବହୁତ ଚମତ୍କାରୀ ଫଳ ପ୍ରାପ୍ତି ହୋଇଥାଏ, ବ୍ୟକ୍ତିର କୁଣ୍ତଳୀରେ ସବୁ ଗ୍ରହଦୋଷ ଦୁର ହୋଇଯାଏ , ଗାଇକୁ ପୁଜ୍ୟ ଓ ପବିତ୍ର ବୋଲି ଜଣାଯାଏ, ଏହି କାରଣରୁ ଗାଇର ସେବା କରିବା ବ୍ୟକ୍ତି ସର୍ବଦା ସୁଖୀ ଓ ନିରୋଗୀ ରହିଥାଏ ।

୨) ପକ୍ଷୀମାନଙ୍କୁ ଦାନା ଖୁଆନ୍ତୁ- ପକ୍ଷୀମାନଙ୍କୁ ଦାନା ଖୁଆଇଲେ ଆର୍ଥିକ ମାମଲାରେ ବିଶେଷ ଲାଭ ହୁଏ, ବ୍ୟବସାୟ କରୁଥିବା ଲୋକଙ୍କୁ ଅନିର୍ବାଯ୍ୟ ରୁପରେ ସବୁଦିନ ପକ୍ଷୀ ମାନଙ୍କୁ ଦାନା ଅବଶ୍ୟ ପକାଇବା ଉଚିତ୍ , ଏମିତି କରିଲେ ବ୍ୟବସାୟରେ ବୃଦ୍ଧି ହୋଇଥାଏ ।

୩) କୁକୁରକୁ ରୁଟି ଖୁଆଇବା- ଯଦି କେଉଁ ବ୍ୟକ୍ତିର ଶତ୍ରୁ ଅଛନ୍ତି ଓ ତାଙ୍କୁ ସେ ହଇରାଣ କରୁଛନ୍ତି ତେବେ କୁକୁରକୁ ରୁଟି ଖୁଆଇବା ଉଚିତ୍ , ନିୟମିତ ରୁପରେ ଯେଉଁ ବ୍ୟକ୍ତି କୁକୁରକୁ ରୁଟି ଖୁଆଇଥାଏ, ତାର ଶତ୍ରୁ ଭୟରେ ଦୁରେଇ ରୁହନ୍ତି, କୁକୁରଙ୍କୁ ରୁଟି ଖୁଆଇଲେ ଶନିଦୋଷ ଦୁର ହୋଇଯାଏ ।

୪) ଚଢେଇ ମାନଙ୍କୁ ଚିନି ଓ ଅଟା ପକାନ୍ତୁ- କରଜରେ ଚିନ୍ତିତ ହୋଇଥିବା ବ୍ୟକ୍ତି ଚଢେଇମାନଙ୍କୁ ଚିନି କିମ୍ବା ଅଟା ଖୁଆନ୍ତୁ, ଏମିତି କରିଲେ କରଜ ଭାର ଦୁର ହୋଇଯାଏ , ଧନ ସଂବନ୍ଧୀ କାର୍ଯ୍ୟରେ ଆସୁଥିବା ସବୁ ବାଧା ଦୁର ହୋଈଯାଏ ।

୫) ମାଛ ମାନଙ୍କୁ ଅଟାର ଗୋଳା କରି ଖୁଆନ୍ତୁ- ଯେଉଁ ଲୋକଙ୍କର ପୁରୁଣା ସଂମ୍ପତ୍ତି ତାଙ୍କ ହାତରୁ ଚାଲିଯାଇଛି କିମ୍ବା କେଉଁ ମୁଲ୍ୟବାନ ବସ୍ତୁ ହଜିଯାଇଛି, ସେ ପ୍ରତିଦିନ ମାଛମାନଙ୍କୁ ଅଟାର ଗୋଳା କରି ଖୁଆଇବା ଉଚିତ୍, ଏମିତି କରିଲେ ଲାଭ ମିଳିଥାଏ,  ମାଛଙ୍କୁ ଅଟାର ଗୋଳା କରି ଖୁଆଇଲେ ଏମିତି ଯୋଗ ହୋଇଥାଏ ଯାହା ଆପଣଙ୍କ ପୁରୁଣା ସଂମ୍ପତ୍ତି ପୁନଃ ଆପଣଙ୍କୁ ମିଳିପାରେ , ଏହି ପାଞ୍ଚଟି ଜୀବଙ୍କୁ ଯେଉଁ ବ୍ୟକ୍ତି ଖାଦ୍ୟ ଦିଏ, ତାର ସବୁ ଦୁଃଖ ପୀଡା ଦୁର ହୁଏ , ଓ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *