June 22, 2025

Odia Express

Here, There and Everywhere

ଭଲପାଇବାରେ କିପରି ହୋଇଥାନ୍ତି S ଓ F ନାମଧାରୀ ବ୍ୟକ୍ତିମାନେ – କିଏ ଅଧିକ ଶକ୍ତିଶାଳୀ କାହା ଭାଗ୍ୟ କେତେ ଭାଗ୍ୟଶାଳୀ..

1 min read

ସାଙ୍ଗମାନେ ଆମ ପାଇଁ ଭଲ ପାଇବାର ଅନୁଭୂତି ବହୁତ ଖାସ ହୋଇଥାଏ।ଗୋଟିଏ ଥର ମଣିଷ ପ୍ରେମରେ ପଡ଼ିବା ପରେ ନିଜକୁ ବହୁତ ଭାଗ୍ୟବାନ ମନେ କରିଥାଏ।ଜ୍ୟୋତିଷ ଶାସ୍ତ୍ରରେ ଜାତକ,ରାଶି,ଜନ୍ମ ସହିତ ନାମର ପ୍ରଥମ ଅକ୍ଷରର ମଧ୍ୟ ବହୁତ୍ ମହତ୍ତ୍ଵ ରହିଥାଏ।ଏଥିପାଇଁ ଜନ୍ମ ତାରିଖ ସହ ନାମର ପ୍ରଥମ ଅକ୍ଷରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ।ଜ୍ୟୋତିଷ ଶାସ୍ତ୍ରକୁ ଆଧାର କରି କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ସେହି ବ୍ୟକ୍ତିର ସ୍ଵଭାବ ମଧ୍ୟ ଜାଣିହେବ।ଆଜି ମୁ ଆପଣ ମାନଙ୍କୁ କହିବି ଏସ ନାମଧାରୀ ଓ ଏଫ ନାମଧାରୀ ବ୍ୟକ୍ତି ମାନଙ୍କ ଯୋଡି କିପରି ରହିବ। ଭଲ ପାଇବାର S ଅକ୍ଷରଧାରି ବ୍ୟକ୍ତି ମାନେ ବହୁତ୍ ସଫା ହୋଇଥାନ୍ତି।ଭଲ ପାଇବାରେ ଏମାନଙ୍କ ଫୋକସ ହୃଦୟ ଉପରେ ଅଧିକ ରହିଥାଏ।ପ୍ରେମ ଛଡ଼ା ଏମାନେ ନିଜ ପରିବାରକୁ ମଧ୍ୟ ବହୁତ୍ ଭଲ ପାଆନ୍ତି।ଭଲ ପାଇବାରେ ଏମାନଙ୍କ ସହିତ ଛୋଟ ମୋଟ ଝଗଡ଼ା ହୋଇଥାଏ କିନ୍ତୁ ଏହା ତାଙ୍କ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଏନାହିଁ।

F ନାମକ ବ୍ୟକ୍ତି ମାନଙ୍କ ଭଲ ପାଇବା ଉପରେ ଅଧିକ ବିଶ୍ୱାସ ରହିଥାଏ।କିନ୍ତୁ ଏମାନଙ୍କ ଭଲ ପାଇବା ରାସ୍ତାରେ କଷ୍ଟ ମଧ୍ୟ ବହୁତ ଆସିଥାଏ।ଏମାନେ ଯାହାକୁ ଭଲ ପାଇଥାନ୍ତି ତା ସହ ସବୁଦିନ ପାଇଁ ରହିଥାନ୍ତି।ଏମାନେ ନିଜ ପରିବାର ସହିତ ସବୁ ସୁଖଦୁଃଖ ବାଣ୍ଟି ଥାଆନ୍ତି।ଏମାନେ ବହୁତ୍ ଦାୟିତ୍ବବାନ ଓ ନିୟମିତ ହୋଇଥାନ୍ତି।ଏମାନେ ବହୁତ୍ ସରଳ ସ୍ଵଭାବର ହୋଇଥାନ୍ତି।

S ଅକ୍ଷର ଧାରୀ ବ୍ୟକ୍ତି ମାନଙ୍କୁ ନିଜ ନିୟମ ଉପରେ ଚାଲିବା ପସନ୍ଦ ଆସିଥାଏ।ନିଜ ପାର୍ଟନରକୁ ବହୁତ ଭଲ ପାଉଥିବା ଏମାନେ କେବେବି ତାଙ୍କ ହାତ ଛାଡନ୍ତି ନାହିଁ।ଏମାନେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସ୍ଵଭାବର ହୋଇଥାନ୍ତି।ଏମାନଙ୍କ ରେପୁଟେଶନ ଏମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।ଏମାନେ ଏମାନଙ୍କ ସବୁ ରାଜ ନିଜ ଭିତରେ ହିଁ ଲୁଚାଇ ରଖିଥାନ୍ତି।

F ନାମଧାରୀ ବ୍ୟକ୍ତିମାନେ ଜଲଦି କାହା ସହିତ ଭଲ ଭାବେ ମିଶିଯାଆନ୍ତି ନାହିଁ।ଏମାନେ ନିଜ ଭିତର କଥା କାହା ଆଗରେ କହନ୍ତି ନାହିଁ।ଏମାନେ ଏହି କଥାକୁ ଡରନ୍ତି ଯେ କାଳେ ଏମାନଙ୍କ ପାଇଁ କିଏ କଷ୍ଟ ପାଇବ।ଏମାନେ ବେଳେବେଳେ ନିଜ ହୃଦୟର କଥା କହିପାରନ୍ତି ନାହିଁ ଓ ଏହି କଥା ଏମାନଙ୍କୁ ଅସୁବିଧାରେ ପକାଇଥାଏ।ଏମାନଙ୍କୁ ବୁଝିବା ଟିକେ କଷ୍ଟ ହୋଇଥାଏ।

S ନାମଧାରୀ ବ୍ୟକ୍ତିମାନେ ବାହାରକୁ ଟିକେ ସରଳ ସ୍ଵଭାବର ଜଣା ପଡନ୍ତି କିନ୍ତୁ ଏମାନଙ୍କ ମନ ଭିତରେ କୌଣସି ନା କୌଣସି କଥା ଚାଲୁଥାଏ।ଏମାନେ ନିଜକୁ ଅନ୍ୟ ମାନଙ୍କ ସାମ୍ନାରେ ଶାନ୍ତ ଦେଖାଇବାକୁ ଚେଷ୍ଟା କରିଥାନ୍ତି।ଏମାନେ ଟିକେ ଜିଦ୍ଦୀ ପ୍ରକୃତିର ହୋଇଥାନ୍ତି।ଏମାନେ ତାଙ୍କ ପାଖ ପରିବେଶକୁ ବହୁତ ଖୁସି ରଖିଥାନ୍ତି।ଏମାନେ ସବୁବେଳେ ଆଗରେ ରହିବାକୁ ଚେଷ୍ଟା କରିଥାନ୍ତି।ଏମାନେ ଯାହାକୁ ପସନ୍ଦ କରନ୍ତି ତାର ଖୁବ ପ୍ରଶଂସା କରିଥାନ୍ତି।

Leave a Reply

Your email address will not be published. Required fields are marked *