December 22, 2024

Odia Express

Here, There and Everywhere

ଓଡ଼ିଆ ଢଗଢ଼ମାଳି ଚତୁର ପ୍ରଶ୍ନ – ବର୍ଷକରେ ଥରେ ଖାଏ, ମୁଁହ ମାଡି ପଡିଥାଏ – ଏଠାରେ କାହା କଥା କୁହାଯାଇଛି ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

ବନ୍ଧୁମାନେ ଆମର ଓଡ଼ିଆ ଭାଷାରେ ବହୁତ ଢଗଢମାଳି ରହିଛି।ଯାହାକୁ ଜଣେ ଓଡ଼ିଆ ହିସାବରେ ଆପଣ ନିହାତି ଜାଣିବା ଦରକାର।ତେବେ ଆପଣ ଲକ୍ଷ୍ୟ କରିଥିବେ ଅଧିକ ବୟସର ଲୋକମାନେ ସବୁବେଳେ ନିଜ କଥାରେ ଢଗଢମାଳିର ବ୍ୟବହାର କରିଥାନ୍ତି।ତେବେ ସେ ଯାଗାରେ ଯଦି ଆପଣ ସେ ଢଗର ପ୍ରକୃତ ଅର୍ଥ ବୁଝି ପାରୁନଥିବେ, ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଲଜ୍ଜା ଅନୁଭବ କରିପାରନ୍ତି।ତେଣୁ ଆଜି ଆମେ ଏଠାରେ ଓଡ଼ିଆର ୧୦ଟି ଢଗ ଓ ଏହାର ପ୍ରକୃତ ଅର୍ଥ ବିଷୟରେ ଜାଣିବା।ତେବେ ଏଠାରେ ଆମେ ଗୋଟେ ଢଗଟିଏ ଦେଖାଇବୁ ଓ ଏହାର ଅର୍ଥ ପଚାରିବୁ, ଆପଣ ୧୦ ସେକେଣ୍ଡ ଭିତରେ ଏହାର ଉତ୍ତର ଦେଇ ନ ପାରିଲେ ଏହାର ଉତ୍ତର ଦେଖି ପାରିବେ।ତେବେ ଏହି ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ, ଯାହା ଦ୍ଵାରା ଆପଣ ବହୁତ କିଛି ଜାଣିବାକୁ ପାଇବେ।

୧)ପ୍ରଥମ ଢଗଟି ହେଉଛି: ରଙ୍ଗରଙ୍ଗତା, ପାଣି ଦେଲେ ଗଛ ମରିଯାଆନ୍ତା। ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ନିଆଁ।

୨)ଦ୍ଵିତୀୟ ଢଗଟି ହେଉଛି: କଞ୍ଚା ଲତପତ ପାଚିଲା ଟାଣ।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି:ମାଟି ହାଣ୍ଡି।

୩)ତୃତୀୟ ଢଗଟି ହେଉଛି:ବିଭୂତିଭୂଷଣ ଜଟାଧାରୀ, ବାବୁ ଶୋଇଥିଲେ ପାଳପାରି।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି:ପାଣିକଖାରୁ।

୪)ଚତୁର୍ଥ ଢଗଟି ହେଉଛି: ଏ ଘରେ ହଡା ମଲା, ସେ ଘରକୁ ବାସନା ଗଲା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି:ପଣସ।

୫)ପଞ୍ଚମ ଢଗଟି ହେଉଛି: ବର୍ଷକରେ ଥରେ ଖାଏ, ମୁଁହ ମାଡି ପଡିଥାଏ।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ଚାଳ।

୬)ଷଷ୍ଠ ଢଗଟି ହେଉଛି: ଗଛ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ଧାନ/ଗହମ।

୭)ସପ୍ତମ ଢଗଟି ହେଉଛି: ଅମଞ୍ଜି ମଞ୍ଜା,ମଞ୍ଜି ନାହିଁ ତାର ପତ୍ରରୁ ଗଜା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ହେମକେଦାର ଗଛ।

୮)ଅଷ୍ଟମ ଢଗଟି ହେଉଛି: ବାପ ବଙ୍କା, ପୁଅ ସଳଖା, ନାତି ଟୋକା ବଡ଼ ତରକା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ଧନୁଶର।

୯)ନବମ ଢଗଟି ହେଉଛି: ଠୋ ଠୋ ନବ ଗୋଇଁଠା, ଠାକୁର ଖାଆନ୍ତି କାହା ଅଇଁଠା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ବାଛୁରୀ

୧୦)ଦଶମ ଢଗଟି ହେଉଛି: ଯାଇଥିଲି ଓସକଣା, ଏକା ଗଛକେ ଦେଖି ଆସିଲି କପା, କଦଳୀ, ବଡଚଣା।ଏଠାରେ କଣ ବିଷୟରେ କୁହାଯାଉଛି?୧୦ ସେକେଣ୍ଡ ଭିତରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ନ ଆସିଲେ ଉତ୍ତର ଦେଖନ୍ତୁ।

ଏହାର ଉତ୍ତର ହେଉଛି: ଶିମୁଳୀ।

Leave a Reply

Your email address will not be published. Required fields are marked *