କଣ ହେବ ଯଦି ସୂର୍ଯ୍ୟ ଗାୟବ ହେଇଯାଏ ତ – ଏହି କଥା ଆପଣ କେବେ ଭାବି ନଥିବେ – ଏବେ ଜାଣିରଖନ୍ତୁ

ଆଜି ଆମେ ଏକ ବହୁତ ବଡ଼ କଳ୍ପନାତ୍ମକ ବିଷୟରେ କଥା ହେବାକୁ ଯାଉଛୁ ଯାହା ଆପଣମାନନ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ ହେଇପାରେ। ଆପଣ କେବେ ଜାଣିଛନ୍ତି କି ଆମେ ଏହି ସମଗ୍ର ବ୍ରହ୍ମାଣ୍ଡର ଏକ ବହୁତ ଛୋଟ ଗ୍ରହ ପୃଥିବୀରେ ବସବାସ କରିଥାଉ।ମୁଁ ଏହାକୁ ଛୋଟ ଏଥିପାଇଁ କହିଲି କାରଣ ଅନ୍ତରୀକ୍ଷରୁ ଆମ ପୃଥିବୀ ବହୁତ ଛୋଟ ବିନ୍ଦୁ ଭଳି ଲାଗିଥାଏ ଆଉ ତାହା ଆମ ପାଇଁ ବହୁତ ବଡ଼ ଲାଗିଥାଏ।ଆମ ପୃଥିବୀରେ ଜୈବଜଗତ ଏଇଥିପାଇଁ ସମ୍ଭବ ହେଇ ପାରିଛି କାରଣ ଆମ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଏକ ନିର୍ଦ୍ଧରିତ ଦୂରତାରେ ଅଛି।ଏହା ଯଦି ବେସି ପାଖରେ ଥାନ୍ତା ଅଥବା ବେସି ଦୂରରେ ତାହେଲେ ବି ଆମ ଜୀବଜଗତ ନଥାନ୍ତା।ମାତ୍ର ଏହା ଏକ ଏପରି ଦୂରତାରେ ଅଛି ଯାହା ପାଇଁ ଆମ ଯିବା ଜଗତ ଆଜି ତିଷ୍ଠି ରହୁଛି।
ଜୀବଜଗତ ବଂଚି ରହିବାର ଏକ ମୁଖ୍ୟ କାରଣ ହେଉଛି ସୂର୍ଯ୍ୟ କିରଣ ଆଉ ତାର ଗରମ ଉତ୍ତାପ।ଏହାଦ୍ୱାରା ଆମ ପୃଥିବୀରେ ଜୀବନ ତିଷ୍ଠି ପାରିଛି।କଣ ଆପଣ କେବେ ଭାବିଛନ୍ତି ଯଦି ଆମ ସୂର୍ଯ୍ୟ ଗାୟବ ହି ହେଇଯାଏ ତାହେଲେ କଣ ହେବ।କଣ ଆପଣ ଭାବିଛନ୍ତି କି ଯଦି ସୂର୍ଯ୍ୟ କେବେ ସମଗ୍ର ବ୍ରହ୍ମାଣ୍ଡର ଯାତ୍ରା କରିବା ପାଇଁ ଚାଲିଯାନ୍ତି ଆଉ କେବେ ନ ଫେରିବା ପାଇଁ ଫଇସଲା କରନ୍ତି ତାହେଲେ କଣ ହେବ? ଏହାର ସମସ୍ତ ଜବାବ ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ।ଆସନ୍ତୁ ଜାଣିବା।
ଆପଣଙ୍କୁ ପ୍ରଥମେ ଜାଣିବାକୁ ହେବ କି ଆମ ସୌରମଣ୍ଡଳର କେନ୍ଦ୍ର ହେଇଥାଏ ସୂର୍ଯ୍ୟ ଯାହା ଆମ ସମସ୍ତ ଗ୍ରହ ମାନଙ୍କୁ ନିଜର ମାଧ୍ୟାକର୍ଷଣ ବଳ ଦ୍ୱାରା ବାନ୍ଧି ରଖିଥାଏ।ଏହାଦ୍ୱାରା ସମସ୍ତ ଗ୍ରହ ଏକ ଫିକ୍ସ ହେଇଥିବା ଦୂରତାରେ ସୂର୍ଯ୍ୟ ଚାରିପଟେ ଘୁରି ବୁଲନ୍ତି।ଯେତେବେଳେ ସୂର୍ଯ୍ୟ ହି ରହିବ ନାହିଁ ସେତେବେଳେ ଏହି ସମସ୍ତ ଗ୍ରହ ଏକ ବହୁତ ବଡ଼ ଯାତ୍ରାରେ ବହାରିଯିବେ ଯାହାର ଅନ୍ତ ହି ନଥିବ।ଏମାନଙ୍କ ଗତି ବହୁତ ପ୍ରଖର ରହିବ ଆଉ ସେମାନେ ଜୋର ଜୋର ଆଗକୁ ବଢି ଚାଲିବେ।ଆମ ଚନ୍ଦ୍ର ଆମ ମାନଙ୍କ ପାଖରୁ ବାହାରି ଯିବ ଆଉ ପୃଥିବୀରେ ଯେଉଁ ସ୍ଥାନରେ ରାତି ହେବା କଥା ସେ ଜାଗାରେ ରାତି ରହିବ ଆଉ କୌଣସି ଜାଗାରେ ଦିନ ହି ହେବ ନାହିଁ।ଆମକୁ ସୌର କିରଣ ମିଳି ପାରିବ ନାହିଁ ଆଉ ଚାରି ଆଡ଼େ ଅନ୍ଧାର ରହିବ।
ଏହି ଖବର ଗୋଟେ ଦିନ ଭିତରେ ହି ଚାରି ଆଡ଼େ ଖେଳି ଯିବ ଆଉ ତାହା ଆମକୁ ଏକ ମଜାକ ଲାଗିବ ମାତ୍ର ପରେ ସବୁ କିଛି ଘଟି ସାରିବା ପରେ ଆମକୁ ଜଣା ପଡିବ କି ତାହା କିଛି ବି ମଜାକ ନଥିଲା ତାହା ଏକ ସତ୍ୟ ଖବର ଥିଲା। ଆମକୁ ଆରମ୍ଭର ୨୪ ଘଣ୍ଟା ଭିତରେ ତ କିଛି ଲାଗିବ ନାହିଁ ମାତ୍ର ତା ପରେ ଆମକୁ ଏହା ଜଣା ପଡିବ କି ଆମେ ମରିଯାଉଛୁ।ଆମ ଅମ୍ଳଜାନ ସ୍ତର କମିଯିବାକୁ ଲାଗିବ ଆଉ ବୃକ୍ଷ ତଥା ସବୁ ଜୀବ ଜନ୍ତୁ ମରିବାକୁ ଲାଗିବେ ଯାହା କି ଆମ ଜୀବଜଗତର ଅନ୍ତ ହେଇଯିବ।ସମସ୍ତ ପାଣି ବରଫ ହେଇଯିବ ଆଉ ଆମ ପାଖରେ ପିଇବା ପାଇଁ କିଛି ରହିବ ନାହିଁ।