June 22, 2025

Odia Express

Here, There and Everywhere

ଶରୀରରେ ଏହି ୪ ଅଙ୍ଗରେ କଳାଯାୟୀ ରହିବା ଅଟେ ଅତ୍ୟନ୍ତ ଭାଗ୍ୟଶାଳୀ – ଆପଣଙ୍କ ଦେହରେ ଅଛି କି – ଏବେ ଦେଖି ନିୟନ୍ତୁ..

1 min read

ସାଙ୍ଗମାନେ ଆପଣ ସବୁବେଳେ ଶରୀରରେ କଳାଯାୟୀ(ତିଳ) ରହିବା କଥା ବିଷୟରେ ଶୁଣିଥିବେ ଏବଂ ଯାହା ବିଷୟରେ ଆପଣ ଲୋକଙ୍କ ଠାରୁ ଅଲଗା ଅଲଗା କଥା ମଧ୍ୟ ଶୁଣିଥିବେ।ଶରୀରରେ ଅଲଗା ଅଲଗା ଅଂଶରେ ତିଳ ରହିବାର ଅଲଗା ଅଲଗା ମହତ୍ଵ ରହିଥାଏ ଯାହା ଆମ ଉପରେ ତାଙ୍କର ଅଲଗା ଅଲଗା ପ୍ରଭାବ ପକାଇଥାଏ।ଜ୍ୟୋତିଷ ମାଧ୍ୟମରେ ଜଣା ପଡ଼ିଥାଏ କିଛି ତିଳ ମଣିଷ ଜୀବନରେ ସକାରତ୍ମକ ପ୍ରଭାବ ରଖିଥାଏ ଏବଂ ଆଉ କିଛି ନକାରତ୍ମକ ମଧ୍ୟ ରଖିଥାଏ।ଆଜି ଆମେ ଆପଣଙ୍କୁ କହିବୁ ୪ ଟି ଏମିତି ଜାଗା ଯେଉଁଠି ତିଳ ରହିବା ବହୁତ ଶୁଭ ହୋଇଥାଏ।ତ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମେ ହେଉଛି ହାତରେ:- ହାତରେ କଳାଯାୟୀ ବହୁତ କମ ଲୋକଙ୍କ ପାଖରେ ଦେଖାଯାଇଥାଏ ଏବଂ ଏହା ସହିତ ଏହା ମଧ୍ୟ କହାଯାଏ କି ଯଦି ଏହି ତିଳ ବନ୍ଦ ମୁଠିରେ ରହିଥାଏ ତାହେଲେ ଏହା ବହୁତ ଶୁଭ ମଣାଯାଇଥାଏ।ଯେଉଁ ମନୁଷ୍ୟର ହାତରେ ତିଳ ରହିଥାଏ ସେମାନେ ବହୁତ ଭାଗ୍ୟବାନ ମନାଯାଇଥାନ୍ତି।ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।ଏମାନଙ୍କ ଜୀବନ ସୁଖସମୃଦ୍ଧିରେ ଭରିହୋଇ ରହିଥାଏ।ଏମିତି ଲୋକଙ୍କର ଜୀବନ କୁଶଳ ମଙ୍ଗଳ ହୋଇଥାଏ ଏବଂ ଏହା ସହିତ ସେମାନେ ବହୁତ ଧନବାନ ମଧ୍ୟ ହୋଇଥାନ୍ତି।

ଦ୍ୱିତୀୟ ହେଉଛି ନାକରେ :- ନାକରେ ଯେଉଁ ଲୋକଙ୍କର ତିଳ ରହିଥାଏ ସେମାନେ ରାଗି ଏବଂ ନଖରାଵାଲା ବ୍ୟକ୍ତି ହୋଇଥାନ୍ତି କିନ୍ତୁ ଜ୍ୟୋତିଷ ଅନୁସାରେ ଏହିପରି ମନୁଷ୍ୟ ତୀବ୍ର ବୁଦ୍ଧିଯୁକ୍ତ ହୋଇଥାନ୍ତି ଯିଏ କାହାର ଭୁଲ କଥା ସହିପାରନ୍ତି ନାହିଁ।ଶରୀରରେ ତିଳ ଏମାନଙ୍କ ବ୍ୟବହାରରେ ଆକ୍ରମକତା ଆଣିପାରେ କିନ୍ତୁ ଏମାନେ ହୃଦୟରୁ ସଫା ହୋଇଥାନ୍ତି।ଏମାନେ ଅନ୍ୟର ସାହାଯ୍ୟ ମଧ୍ୟ କରିଥାନ୍ତି।କାହାକୁ ବିପଦରେ ଦେଖି ଏମାନେ ଅଣଦେଖା କରିପାରନ୍ତି ନାହିଁ।କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଏମାନେ ଲୋକଙ୍କ ସହ ଠିଆ ହୋଇଥାନ୍ତି।

ତୃତୀୟ ହେଉଛି ଥୁଡିରେ:- ଯାହାର ଥୁଡିରେ ତିଳ ରହିଥାଏ ଏହା ତାଙ୍କ ପାଇଁ ଶୁଭ ସଂକେତ ହୋଇଥାଏ।ମନାଯାଏକି ଯେଉଁ ଲୋକଙ୍କର ଥୁଡିର ମଝିରେ ତିଳ ରହିଥାଏ ସେମାନେ ନିଜ ସାଥି ସହିତ ବହୁତ ଭଲ ସଂପର୍କ ରଖିଥାନ୍ତି।ଏମାନେ ପ୍ରତ୍ୟେକ ପରିସ୍ଥିତିରେ ମଝି ରାସ୍ତା ଖୋଜିବାରେ ସକ୍ଷମ ହୋଇଥାନ୍ତି।

ଚତୁର୍ଥ ହେଉଛି ପିଠିରେ:- ପିଠିରେ ଯେଉଁ ଲୋକମାନଙ୍କର ତିଳ ରହିଥାଏ ସେମାନେ ବହୁତ ଖୁସିପୁର୍ଣ ଜୀବନ ବିତାଇଥାନ୍ତି ଏବଂ ଏହା ସହିତ ଏମାନଙ୍କ ଜୀବନରେ ଉତ୍ତମ ସନ୍ତାନ ସୁଖ ରହିଥାଏ ଯେଉଁମାନେ ଭବିଷ୍ୟତରେ ତାଙ୍କର ସମ୍ପୁର୍ଣ୍ଣ ଯତ୍ନ ନେଇଥାନ୍ତି।ଏମାନଙ୍କ ସ୍ଵଭାଵ ବହୁତ ରୋମାଣ୍ଟିକ ହୋଇଥାଏ ଏବଂ ବୁଲାବୁଲି କରିବାର ସଉକ ମଧ୍ୟ ରଖିଥାନ୍ତି।ନିଜ ସାଥୀପ୍ରତି ଏମାନେ ବହୁତ ସ୍ନେହୀ ହୋଇଥାନ୍ତି। ଶରୀରରେ ତିଳ ଥିବା ଏହି ଲୋକ ବହୁତ ଭାଗ୍ୟଶାଳୀ ମନାଯାଇଥାନ୍ତି।

ତ ଏହାଥିଲା ସାଙ୍ଗମାନେ ଶରୀରରେ କଳାଯାୟୀ ରହିବାର ଜ୍ୟୋତିଷ ସଂକେତ।ଏହି ୪ ଅଙ୍ଗରେ ତିଳ ରହିବା ହୋଇଥାଏ ବହୁତ ଭାଗ୍ୟଶାଳୀ।

Leave a Reply

Your email address will not be published. Required fields are marked *