June 22, 2025

Odia Express

Here, There and Everywhere

ଗଳା,ନାକ ଓ ଛାତିର କଫକୁ ମୂଳରୁ ସଫା କରିବାର ଉପାୟ – ନିଶ୍ଚୟ ଏହି କଥା କୁ ଜାଣି ରଖିଥାନ୍ତୁ..

କଣ ଆପଣଙ୍କ ଗଳା ଓ ଛାତିରେ କଫ ଜମା ହୋଇଯାଇଛି,ବହୁତ ଅସୁସ୍ଥ ଲାଗୁଚି, ତ ଆଜି ମୁ ଆପଣ ମାନଙ୍କ ପାଇଁ ଏମିତି ଏକ ଉପାୟ ଆଣିଚି ଯାହାଦ୍ଵାରା ଆପଣଙ୍କ କଷ୍ଟ ସମ୍ପୂର୍ଣ୍ଣ ଦୂର ହୋଇଯିବ।ଏହି ଉପାୟ ସତ ପ୍ରତିଶତ ପ୍ରାକୃତିକ ଅଟେ ଓ ଆପଣଙ୍କ ରୋଷେଇ ଘରେ ଏହା ଅତି ସହଜରେ ମିଳିଯିବ।ଏହା ସହିତ ଇଏ ଜଲଦି ମଧ୍ୟ ପ୍ରଭାବ ପକାଇବ।ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏହି ଉପାୟ ସମସ୍ତେ ବ୍ୟବହାର କରିପାରିବେ।ଏହି ଉପାୟ ଆସ୍ଥମା ରୋଗୀ ମାନେ ମଧ୍ୟ ବ୍ୟବହାର କରିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା।

ଆପଣ ମାନେ ଆପଣଙ୍କ ରୋଷେଇ ଘରର ମସଲାର ରାଣୀ ଡାଲଚିନିର ବ୍ୟବହାର ତ କରିଥିବେ।ଏହା ଖାଦ୍ୟକୁ ସ୍ଵାଦିଷ୍ଟ ମଧ୍ୟ କରିଥାଏ ଓ ତାସହିତ ଏହା ବହୁତ ରୋଗର ଔଷଧ ମଧ୍ୟ।ଯଦି ଆପଣ ଡାଲଚିନିରେ ମହୁ ମିସେଇବେ ତ ଏହା ଆହୁରି ଭଲ ହେବ।ଆପଣ ମାନଙ୍କୁ ଏକ ପାତ୍ରରେ କିଛି ଡାଲଚିନି ଖଣ୍ଡ ନେବାକୁ ହେବ।ଡାଲଚିନିରେ ସମସ୍ତ ପ୍ରକାର ରୋଗ ସହିତ ଲଢ଼ିବାର କ୍ଷମତା ରହିଛି।ଆଲାର୍ଜି ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ଭାବେ କାମ କରିଥାଏ।

ଆପଣ ଡାଲଚିନିକୁ ଭଲ ଭାବେ ପେଶି ଦେବେ।ଆପଣ ଏକ ପାତ୍ରରେ ଏକ ଚାମଚ ଡାଲଚିନି ପାଉଡର ନେବେ।ଏହାପରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇବେ।ଏହାପରେ ଏହାକୁ ଭଲ ଭାବେ ମିଶାଇ ପେଷ୍ଟ କରିଦିଅନ୍ତୁ।ଆପଣ ଏହାକୁ ଯେବେ ଖାଇବେ ସେତେବେଳେ ପ୍ରସ୍ତୁତ କରିବେ।ତାହା ପୂର୍ବରୁ ଜମା ବି କରିବେ ନାହିଁ।

ଏହାପରେ ଆପଣ ଏଥିରେ ଟିକେ ସୈନ୍ଧା ଲୁଣ ଟିକେ ମିସାଇବେ।ଆପଣ ଏଥିରେ କଳା ଲୁଣ ମଧ୍ୟ ମିଶାଇ ପାରିବେ।ସୈନ୍ଧା ଲୁଣ ମିଶାଇବା ପରେ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।ଆପଣ ଛୋଟ ପିଲା ମାନଙ୍କୁ କେବଳ ଆଙ୍ଗୁଠିରେ ଏହାକୁ ଚଟାଇ ଦେବେ।ଏହାକୁ ଆପଣ ଦୁଇ ଥର ଦେବେ ସକାଳେ ଓ ସନ୍ଧ୍ୟାରେ।ବଡ଼ ମାନଙ୍କ ପାଇଁ ଏହା ପୁରା ନେବାକୁ ପଡିବ ଓ ସନ୍ଧ୍ୟାରେ ପୁଣି ଆଉଥରେ ପ୍ରସ୍ତୁତ କରିବା ପାଇଁ ପଡ଼ିବ।ଏହାକୁ ଆପଣ ସକାଳ ଜଳଖିଆ ପରେ ଓ ରାତିରେ ଶୋଇବା ପୁର୍ବରୁ ନେବେ।ଏହାକୁ ନେବା ପରେ ଆପଣ ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ।

ଆପଣ ଛୋଟ ପିଲା ମାନଙ୍କୁ ହାଲକା ଗରମ ପାଣି ଦେଇପାରିବେ।ଏହା ଦ୍ଵାରା ଆପଣଙ୍କ କଫ ତରଳିବାକୁ ଲାଗିବ ଏହାର ଗ୍ୟାରେଣ୍ଟି ମୁ ଆପଣ ମାନଙ୍କୁ ଦେଉଚି।ଏହା ବହୁତ ଜଲଦି ଓ କମ ଖର୍ଚ୍ଚରେ ପ୍ରସ୍ତୁତ ହୋଇଯିବ।ଆପଣ ଖାସିବା ସମୟରେ ଯେଉଁ କଫ ଆସିବ ତାକୁ ଗିଳି ଦେବେନି ତାକୁ ବାହାର କରିଦେବେ।ଆପଣ ଥଣ୍ଡା ଜାତୀୟ ଜିନିଷ ଠାରୁ ଦୂରେଇ ରହିବେ ବିଶେଷ କରି ରାତିରେ।ଏହାକୁ ପ୍ରୟୋଗ କରିବାର ଗୋଟିଏ ଦିନ ଭିତରେ ଆପଣଙ୍କୁ ଫରକ ଜଣା ପଡ଼ିବ।

Leave a Reply

Your email address will not be published. Required fields are marked *