June 22, 2025

Odia Express

Here, There and Everywhere

ବିଛା ମାନଙ୍କ ସମ୍ପର୍କରେ କଣ ଆପଣ ଏହା ଜାଣିଛନ୍ତି ? ଦୁନିଆର ସବୁଠୁ ବିଷାକ୍ତ ବିଛା ବିଷୟରେ ଏହି କଥା ଜାଣିରଖନ୍ତୁ ..

ସାଙ୍ଗ ମାନେ ଆଜି ମୁ ଆପଣ ମାନଙ୍କୁ କହିବି ବିଛା ସହିତ ଜଡ଼ିତ କିଛି ରୋଚକ ତଥ୍ୟ।ଏମାନେ ବିଶ୍ୱରେ ପ୍ରାୟ ସବୁ ଜାଗାରେ ଦେଖା ଯାଇଥାନ୍ତି।କେବଳ ଆଣ୍ଟାରକର୍ଟିକା କୁ ଛାଡି ବାକି ସବୁ ସ୍ଥାନରେ ଏମାନେ ଦେଖା ଯାଇଥାନ୍ତି।ସାଙ୍ଗମାନେ ବିଛା ଦୁନିଆର ପୁରୁଣା ଜୀବ ମାନଙ୍କ ମଧ୍ୟରେ ଗଣାଯାଏ। ବିଛାର ୨୦୦୦ ରୁ ବି ଅଧିକ ପ୍ରଜାତି ଦେଖାଯାଏ।

ସାଙ୍ଗ ମାନେ ବିଛା ଆଠଟି ଗୋଡ଼ ବିଶିଷ୍ଟ ମାଂସାହାରୀ ପ୍ରାଣୀ ଅଟେ।ଏମାନେ ଦୁନିଆର ପ୍ରତି କୋଣରେ ଦେଖାଯାଆନ୍ତି। ଅଧିକତମ ବିଛା ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯାଆନ୍ତି ଓ ଏମାନଙ୍କୁ ଜଙ୍ଗଲ ଜାଗା ଅଧିକ ପ୍ରିୟ ହୋଇଥାଏ।ଏମାନେ ଦିନ ବେଳେ ଶିକାର କରନ୍ତି ନାହିଁ।ଏମାନେ ରାତି ସମୟରେ ବାହାରକୁ ବାହାରିଥାନ୍ତି।ବିଛା ମାନେ ପ୍ରାୟ ସେହି ଜାଗାରେ ଦେଖାଯାଆନ୍ତି ଯେଉଁଠାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ମଧ୍ୟରେ ରହିଥାଏ।ଏମାନେ ବେଶି ଗରମ କିମ୍ବା ବେଶୀ ଥଣ୍ଡା ଜାଗାରେ ରହିବାକୁ ପସନ୍ଦ କରନ୍ତି ନାହିଁ।

ଏମାନଙ୍କ ଜୀବନକାଳ ୬ ବର୍ଷରୁ ଆରମ୍ଭ କରି ୨୫ ବର୍ଷ ଯାଏ ଦେଖାଯାଇଛି।ସାଙ୍ଗମାନେ କୁହାଯାଇଛି କି ବିଛା ମାନେ ସେତେବେଳେ ମଧ୍ୟ ଥିଲେ ଯେତେବେଳେ ଡାଇନୋସର ମାନେ ଥିଲେ।ବିଛା ଏକ ବହୁତ ପୁରୁଣା ଜୀବ ବୋଲି ଧରାଯାଏ।ବିଛାର ନବେ ପ୍ରତିଶତ ପ୍ରଜାତି ମଣିଷ ପିଁ ହାନିକାରକ ନୁହେଁ।କିଛି ଅଳ୍ପ ପ୍ରଜାତି ମନୁଷ୍ୟ ପାଇଁ ହାନିକାରକ ହୋଇଥାନ୍ତି।ବିଛା ମାନଙ୍କର ଉତ୍ପତ୍ତି ପ୍ରାୟ ୪୦୦ ମିଲିୟନ ବର୍ଷ ପୂର୍ବେ ହୋଇଥିବା କଥା କୁହାଯାଏ।ବିଛା କାମୁଡିବା ଦ୍ବାରା ଆପଣ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରିବେ ନଚେତ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ।

ସାଙ୍ଗମାନେ ବିଚ୍ଛାର ବିଷରେ ଯେଉଁ ରାସାୟନିକ ପଦାର୍ଥ ରହିଥାଏ ତାହାକୁ ଟ୍ୟୁମର ଜାଗାରେ ବ୍ୟବହାର କଲେ ବା କ୍ୟାନସର କୋଷରେ ବ୍ୟବହାର କଲେ ତାହା ଫଳପ୍ରଦ ହୋଇଥାଏ।ସାଙ୍ଗମାନେ ବିଛା ୧୯ କିମି ପ୍ରତି ଘଣ୍ଟା ବେଗରେ ଦୌଡ଼ି ପାରନ୍ତି।ଇଣ୍ଡିଆନ ରେଡ ସ୍କର୍ପିଅନ ଦୁନିଆର ସବୁଠୁ ଘାତକ ବିଛା ପ୍ରଜାତି ହୋଇଥାନ୍ତି।ଯାହା ଆପଣଙ୍କୁ କାମୁଡିବା ଦ୍ଵାରା ଆପଣଙ୍କର ତୁରନ୍ତ ମୃତ୍ୟୁ ହୋଇ ଯାଇପାରେ।

ବ୍ରାଜିଲରେ ଦେଖାଯାଉଥିବା ୟେଲୋ ସ୍କର୍ପିଅନ ଯଦି ଆପଣଙ୍କୁ କାମୁଡ଼ି ଦିଏ ତ ଆପଣଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଓ ଆପଣଙ୍କ ମାଂସପେଶୀରେ ସୁଜନ ହୋଇଥାଏ।ସାଙ୍ଗ ମାନେ ବିଛା ତା ଆଗ ଦୁଇ ଗୋଡ଼ ଦ୍ଵାରା ଶିକାରକୁ ଧରିଥାଏ ଓ ପଛ ଶୁଣ୍ଢ ଦ୍ଵାରା ଶିକାର କରିଥାଏ।ଏକ ମାତା ବିଛା ଏକ ସମୟରେ ୪ ରୁ ୮ ବିଛାକୁ ଜନ୍ମ ଦେଇଥାଏ।ଏହାପରେ ଏମାନେ ନିଜ ମାତା ପିଠିରେ ଚଢ଼ିଯାନ୍ତି।ଏମାନଙ୍କ ଓଜନ ୧୦ ରୁ ୧୦୦ ଗ୍ରାମ ଯାଏ ହୋଇଥାଏ। ଅଧିକତମ ବିଛା ଏକୁଟିଆ ରହିବାକୁ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *