June 23, 2025

Odia Express

Here, There and Everywhere

ଘରେ ଘଣ୍ଟା ଲଗେଇବା ପୂର୍ବରୁ ଜାଣିନିଅନ୍ତୁ ଏହି କଥା – ନଚେତ ହଇରାଣ ରେ ପଡିଯିବେ ଆପଣ..

1 min read

ବାସ୍ତୁ ଅନୁସାରେ ଘରେ ରହିଥିବା ପ୍ରତ୍ୟେକ ଜିନିଷ ଗଜରେ ରହୁଥିବା ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଘର ସହ ଯୋଡି ଥିବା ପ୍ରତ୍ୟେକ ଜିନିଷର ମହତ୍ଵ କୁହାଯାଇଛି ଯେମିତି ସେ ଘରେ ରହୁଥିବା ବ୍ୟକ୍ତିର ସମୟ ଭଲ ଚାଲିଥାଉ।ସମୟର କଥା ଉଠିଛି ତ ଆମେ ଆପଣକୁ କହିରଖୁଛୁ କି ବସୁଶାସ୍ତ୍ରରେ ଘଣ୍ଟା ଲାଗେଇବାର ଚିତ୍ର ମିଳିଥାଏ।ଜେବେବି ଆମେ ଘରେ ଘଣ୍ଟା ଲଗାଇଥାନ୍ତି ତେବେ ଆମେ ଦିଗକୁ ଧ୍ୟାନ ଦେବା ବିନା ଘଣ୍ଟା ଲଗେଇଦେଇଥାନ୍ତି କିନ୍ତୁ ଆମକୁ ଏହି କଥାର ଅନୁମାନ ନ ଥାଏ କି ଏହାର ସିଧା ପ୍ରଭାବ ଆମ ଜୀବନରେ ମଧ୍ୟ ପଡ଼ିଥାଏ।ଏଥିପାଇଁ ଘଣ୍ଟା ଲଗେଇବା ପୂର୍ବରୁ ଆମକୁ ଠିକ ଦିଗର ଚୟନ କରିନେବା ଉଚିତ।ତ ଚାଲନ୍ତୁ ଜାଣିବା ଏହା ବିଷୟରେ।

ପ୍ରଥମ ହେଉଛି ଦକ୍ଷିଣ ଦିଗ:-ଯଦି ଆପଣ ଘଣ୍ଟା ଦକ୍ଷିଣ ଦିଗରେ ଲଗାଇଥାନ୍ତି ତାହେଲେ ଏହା ଆପଣଙ୍କୁ ଦୁର୍ବଳ କରିଥାଏ।ଆପଣଙ୍କ ମନ ସବୁବେଳେ ଅଶାନ୍ତ ରହିବ।ମନରେ ସବୁବେଳେ ଖରାପ ଭାବନା ଆସିବ।ଏହା ସହିତ ପରିବାର ଲୋକଙ୍କର ନିଜ ନିଜ ମଧ୍ୟରେ ମତଭେଦ ମଧ୍ୟ ହୋଇପାରେ ଏବଂ ଆପଣଙ୍କ କୌଣସି କାମ ସଫଳ ହେବ ନାହିଁ।

ଦ୍ୱିତୀୟ ହେଉଛି ପୂର୍ବ ଦିଗ:-ଘଣ୍ଟାକୁ ଯଦି ଆପଣ ପୂର୍ବ ଦିଗରେ ଲଗାଇଥାନ୍ତି ତାହାଲେ ଆପଣଙ୍କର ମଙ୍ଗଳ ଏବଂ ଶନି ଶକ୍ତିଶାଳୀ ହୋଇଥାନ୍ତି।କାମରେ ବହୁତ ଆଗକୁ ବଢ଼ିଥାନ୍ତି ଏବଂ ଏହାସହିତ ଲଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ।ଏହା ସହିତ ଛୋଟଛୁଆ ନିଜ ଶିକ୍ଷାରେ ଆଗକୁ ବଢ଼ିଥାନ୍ତି ଏବଂ ଘରର ବାତାବରଣ ଶୁଦ୍ଧ ରହିଥାଏ।

ତୁତୀୟ ହେଉଛି ଉତ୍ତର ଦିଗ:-ଯଦି ଆପଣ ନିଜ ଘରର ଉତ୍ତର ଦିଗରେ ଘଣ୍ଟା ଲଗାଇଥାନ୍ତି ତାହେଲେ ଆପଣଙ୍କର ସୂର୍ଯ୍ୟ,ରାହୁ ଏବଂ ଶନି ବଳବାନ ହୋଇଥାନ୍ତି।ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାର ହୋଇଥାଏ।ଜୀବନରେ ବହୁତ ଜଲଦି ଲାଭ ହୋଇଥାଏ କିନ୍ତୁ ଯଦି ଆପଣ ଟିଭି ଉପରେ ଘଡି ଲଗେଇବେ ତାହେଲେ ଆପଣ ଅଳସୁଆ ହୋଇଯିବେ ଏବଂ ଆପଣଙ୍କ ମନ କାମରେ ଲାଗିବ ନାହିଁ।

ଚତୁର୍ଥ ହେଉଛି ପଶ୍ଚିମ ଦିଗ:-ଏହି ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କୁ ନୂଆ ଅବସରର ପ୍ରାପ୍ତି ହୋଇଥାଏ।ଏଥିସହିତ ବାସ୍ତୁ ଶାସ୍ତ୍ର ଅନୁସାରେ ସମୟରୁ ପଛରେ ଚାଲୁଥିବା ଘଣ୍ଟାମାନଙ୍କୁ ମଧ୍ୟ ଭଲ କୁହାଯାଏ ନାହିଁ।ଏଥିପାଇଁ ଘଣ୍ଟାର ସମୟକୁ ସବୁବେଳେ ଠିକ ରଖିବା ଉଚିତ।

ବନ୍ଦ ଏବଂ ଭଙ୍ଗା ଘଣ୍ଟା ରଖନ୍ତୁ ନାହିଁ:-ଏହାକୁ ରଖିବା ଦ୍ୱାରା ଘରେ ପୋଜିଟିଭ ଉର୍ଜାର ପ୍ରଭାହ କମ ହୋଇଥାଏ ଏବଂ ନେଗେଟିଭ ଉର୍ଜା ବଢ଼ିଥାଏ।ଏହି କାରଣରୁ ଘରେ ବନ୍ଦ କିମ୍ବା ଭଙ୍ଗା ଘଣ୍ଟାଗୁଡିକୁ ଘରୁ ତୁରନ୍ତ ହଟେଇଦେବା ଉଚିତ କାରଣ ଏମାନଙ୍କ ଦ୍ୱାରା ଦୁର୍ଭାଗ୍ୟ ବଢ଼ିଥାଏ।କବାଟ ଉପରେ ମଧ୍ୟ ଘଡି ଲଗାନ୍ତୁ ନାହିଁ।ଘର ମୁଖ୍ୟଦ୍ୱାର ଅଥବା କବାଟ ଉପରେ ଘଣ୍ଟା ଲଗେଇବା ଭଲ କୁହାଯାଏନାହିଁ।ଏହାଦ୍ୱାରା ଚିନ୍ତା ବଢ଼ିଥାଏ।ଏହା ଫଳରେ ଘରୁ ବାହାରକୁ ଏବଂ ଭିତରକୁ ଯିବା ଆସିବା ସମୟରେ ନେଗେଟିଭ ଉର୍ଜାର ପ୍ରଭାବ ଘଣ୍ଟା ଉପରେ ପଡ଼ିଥାଏ ଯାହାଫଳରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ

Leave a Reply

Your email address will not be published. Required fields are marked *