June 22, 2025

Odia Express

Here, There and Everywhere

ଘରେ ଗୋଲାପ ଗଛ ଲଗେଇବା ଶୁଭ ହୋଇଥାଏ କି ଅଶୁଭ ଜାଣନ୍ତୁ – କେଉଁଠି ରହିବ ଭୁଲ ଓ କେଉଁଠି ଠିକ ଜାଣିରଖନ୍ତୁ..

ଯେତେବେଳେ ଆମେ ଘରେ କିଛି ବି କାର୍ଯ୍ୟ କରିଥାଉ ତେବେ ତାକୁ ବାସ୍ତୁ ଶାସ୍ତ୍ର ଦେଖିକରି ହି କରିଥାଉ କାରଣ ଆମ ଘରେ ଶୁଭ କାର୍ଯ୍ୟ ପାଇଁ ବାସ୍ତୁ ଶାସ୍ତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।ସେଥିପାଇଁ ଘରର ରୋଷେଇ ଘର ହେଉ କି ଷ୍ଟୋର ରୁମ ସମସ୍ତଙ୍କର ଏକ ପକ୍କା ଜାଗା ରହିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଗଛ ମାନଙ୍କର ମଧ୍ୟ ଏକ ଜାଗା ପକ୍କା ରହିଥାଏ।ଯଦି ଆପଣ ସବୁ କାର୍ଯ୍ୟ ବାସ୍ତୁଶାସ୍ତ୍ର ଅନୁସାରେ କରିବେ ତାହେଲେ ତାହା ଆପଣଙ୍କ ପାଇଁ ଲାଭପ୍ରଦ ହୋଇଥାଏ।ଯଦି ବାସ୍ତୁଶାସ୍ତ୍ର ଅନୁସାରେ ନ କରିବେ ତ ତାହେଲେ ଆପଣଙ୍କୁ ହାନୀ ମଧ୍ୟ ହୋଇପାରେ।ବସ୍ତୁଶାସ୍ତ୍ର ଅନୁସାରେ ଘରେ କଣ୍ଟାଯୁକ୍ତ ଗଛ ଲଗେଇବା ଠିକ ନୁହେଁ କିନ୍ତୁ ଗୋଲାପ ଗଛ ବାସ୍ତୁ ଶାସ୍ତ୍ରର ନିୟମ ଅନ୍ତର୍ଗତ ଆସିନଥାଏ।ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଗୋଲାପ ଗଛ ଲଗାଇପାରିବା କାରଣ ଏହା କଣ୍ଟାଯୁକ୍ତ ହେବା ସତ୍ତ୍ୱେ ଏହାକୁ ଶୁଭ କୁହାଯାଏ କାରଣ ଏହା ମା ଲଷ୍ମୀଙ୍କର ପ୍ରିୟ ଫୁଲ ଏବଂ ପ୍ରତି ଶୁକ୍ରବାର ଦିନ ଲଷ୍ମୀ ମାତାଙ୍କୁ ଅର୍ପଣ କରାଯାଏ ଏବଂ ଅନ୍ୟ ଶୁଭ କାମରେ ମଧ୍ୟ ବ୍ୟବହାର କରାଯାଏ।

ଯଦି ଆପଣ ନିଜ ଘରେ ଗୋଲାପ ଗଛ ଲଗାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ଏହାକୁ ଉତ୍ତର ଅଥବା ପୂର୍ବ ଦିଗରେ ଲଗାନ୍ତୁ ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ହେବ ଏବଂ ଆପଣଙ୍କ ଘରେ ସକାରତ୍ମକତା ବନି ରହିବ।ଘରେ ଗୋଲାପ ଗଛ ଲଗାଇବା ପାଇଁ ଆପଣଙ୍କୁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ହେବ ଯାହାକୁ ଆମେ ଜାଣିବାର ଆବଶ୍ୟକତା ରହିଛି।

ଆପଣତ ଜାଣିଥିବେ ଏହି ଦୁନିଆରେ ଗୋଲାପ ଗଛର ବହୁତସାରା ପ୍ରକାର ରହିଅଛି।ତ ଆପଣଙ୍କୁ ସର୍ବପ୍ରଥମେ ଗୋଲାପର ଗୋଟେ ପ୍ରକାର ବାଛନ୍ତୁ।ଆପଣ ଯେଉଁଠି ରହୁଛନ୍ତି ସେଠାକାର ମାଟିକୁ ଭଲ ଭାବରେ ପରୀକ୍ଷା କରି ଏକ ପ୍ରକାର ଭେରାଇଟି ବାଛିବାକୁ ହେବ କାରଣ ଏହାର ଅନେକ ଭେରାଇଟି ରହିଥାଏ ଏବଂ ପ୍ରତ୍ୟେକ ଭେରାଇଟି ଭିନ୍ନ ଭିନ୍ନ ମାଟିରେ ହି ହୋଇଥାଏ।ଏବେ ଆସନ୍ତୁ ଜାଣିବା ଏହାକୁ ଲାଗେଇବାର ଉପାୟ।

ମୁଖ୍ୟରୁପରେ ଗୋଲାପ ଗଛର ଫୁଲକୁ ସୁଖେଇ ସେଥିରୁ ମଞ୍ଜି ତିଆରି କରାଯାଇଥାଏ କିନ୍ତୁ ଏହାଠୁ ସରଳ ଉପାୟ ମଧ୍ୟ ରହିଛି।ଆପଣ ଗୋଲାପ କାଣ୍ଡରୁ ମଧ୍ୟ ଗଛ ଲଗାଇପାରିବେ।ଏଥିରେ ୧ ବର୍ଷ କିମ୍ବା ତାଠାରୁ ଅଧିକ ପୁରୁଣା ଗୋଲାପ ଗଛର କାଣ୍ଡର ବ୍ୟବହାର କରାଯାଇଥାଏ।ଥରେ ଏହାକୁ ଲଗେଇବା ପରେ ତାର ମୂଳ ପୁର୍ଣ ରୂପରେ ଶକ୍ତ ହେବାପରେ ଏହାକୁ ଅଲଗା ଜାଗାରେ ଲଗାଯାଇଥାଏ ଏବଂ ସେତେଯାଏ ତାକୁ ହଲାନ୍ତି ନାହିଁ।ଏହି ଗଛରେ ପାଣି ସବୁବେଳେ ଉପରୁ ଢାଳିବା ଉଚିତ କାରଣ ଏହାଦ୍ୱାରା ତାହା ଶୀଘ୍ର ବିକଶିତ ହୋଇଥାଏ।ଏହି ଗଛରେ ପାଣି ଦେବାର ସଠିକ ସମୟ ସକାଳ ୯ ରୁ ସନ୍ଧ୍ୟା ୩ ମଧ୍ୟରେ ରହିଥାଏ।

ଏହି ଗଛରେ ବହୁତ ପ୍ରକାରର କୀଟ ମଧ୍ୟ ଆସିଥାନ୍ତି ଏହାକୁ ନଷ୍ଟ କରିବା ପାଇଁ।ଏଥିରୁ ଗଛର ରକ୍ଷା କରିବା ପାଇଁ କୀଟନାଶକର ବ୍ୟବହାର କରନ୍ତୁ।ଏହାପରେ ଆପଣ ତାହାକୁ ତାହାର ନିଶ୍ଚିତ ଜାଗାରେ ଲଗାଇଦିଅନ୍ତୁ ଏବଂ ପ୍ରତିଦିନ ସମୟ ସମୟରେ ପାଣି ଦିଅନ୍ତୁ ଏବଂ ଗରମ ଦିନରେ ଏହାର ଅଧିକ ଯତ୍ନ ନିଅନ୍ତୁ।ତ ସାଙ୍ଗମାନେ ଆଜି ଆପଣ ଜାଣିଲେ କି ଗୋଲାପ ଗଛ ଶୁଭ କିମ୍ବା ଅଶୁଭ ଏବଂ ଏହାକୁ ଲଗାଇବାର ଉପାୟ।

Leave a Reply

Your email address will not be published. Required fields are marked *