June 22, 2025

Odia Express

Here, There and Everywhere

ଘରେ ନିମ ଗଛ ଲଗେଇବା ଶୁଭ ହୋଇଥାଏ କି ଅଶୁଭ ଜାଣନ୍ତୁ – ଏହି ଉପାୟ ନକଲେ ଖରାପ ପ୍ରଭାବ ପଡିପାରେ..

ମନୁଷ୍ୟର ପ୍ରକୃତିର ଗଛପତ୍ର ସହିତ ବହୁତ କାଳରୁ ଏକ ସମ୍ବନ୍ଧ ରହିଅଛି।ଗଛପତ୍ର ଦ୍ୱାରା ନା କେବଳ ଆପଣ ଘର ସଯାଇଥାନ୍ତି ଏହା ଆପଣଙ୍କ ଘରର ବାସ୍ତୁ ମଧ୍ୟ ଠିକ କରିଥାଏ।ଏମିତି ତ ସବୁ ଗଛର ନିଜ ନିଜ ମହତ୍ଵ ରହିଥାଏ କିନ୍ତୁ ନିମ୍ବ ଗଛର ଔଷଧ ସହିତ ଧାର୍ମିକ ମହତ୍ଵ ରହିଥାଏ।ଆସନ୍ତୁ ଜାଣିବା ନିମ୍ବ ଗଛର କିଛି ଚମତ୍କାର ଗୁଣ ବିଷୟରେ।

ଜ୍ୟୋତିଷ ଶାସ୍ତ୍ରରେ ନିମ୍ବର ସମ୍ବନ୍ଧ ରାହୁ ଏବଂ କେତୁ ସହ କରାଯାଇଅଛି।ଏଥିପାଇଁ ଦୁଇ ଗ୍ରହର ଶାନ୍ତି ପାଇଁ ଘରେ ନିମ୍ବ ଗଛ ଲଗେଇବା ଉଚିତ।ନିମ୍ବ ଗଛର କାଠକୁ ହୋମ ଦେବା ଦ୍ୱାରା ରାହୁ ଦୂର ହୋଇଥାଏ ଏବଂ ଏହାର ପତ୍ରକୁ ପାଣିରେ ପକେଇ ଗାଧୋଇବା ଦ୍ୱାରା କେତୁ ସମ୍ବନ୍ଧିତ ସମସ୍ୟା ଦୁର ହୋଇଥାଏ।ହନୁମାନଜୀଙ୍କର କୃପା ପାଇବା ପାଇଁ ନିମ୍ବ ଗଛର ପୂଜା କରିବା ଉଚିତ।ଯଦି ଆପଣ ନିଜ ଘରେ ନିମ୍ବ ଗଛ ଲଗାଇଥାନ୍ତି ତାହେଲେ ସକାରତ୍ମକ ଉର୍ଜାର ବାସ ହୋଇଥାଏ ଏବଂ ନକାରତ୍ମକ ଉର୍ଜା ଦୁରେଇଯାଏ।ଭାରତରେ କେତେକ ସ୍ଥାନରେ ନିମ୍ବ ଗଛକୁ ମାତା ଦୁର୍ଗାଙ୍କ ରୂପ ମଧ୍ୟ କୁହାଯାଇଅଛି।ଏହାକୁ ନିମାରୀ ଦେବୀ ମଧ୍ୟ କୁହାଯାଇଥାଏ।କୁହାଯାଏ ନିମ୍ବର ପତ୍ରର ଧୂଆଁ ଦ୍ୱାରା ବହୁତ ପ୍ରେତ ଦୂରେଇଯାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିଜ ଘରର ଦକ୍ଷିଣରେ ନିମ୍ବ ଗଛ ଲଗାଇଥାଏ ତାହା ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିଥାଏ।ନିମ୍ବ ଗଛରେ ଭଗବାନଙ୍କ ବାସ ଥାଏ ବୋଲି ମଧ୍ୟ କୁହାଯାଇଥାଏ।ଏହି ଗଛ ଲଗେଇବା ଦ୍ୱାରା ପୂର୍ବପୁରୁଷଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ।ଯେଉଁ ବ୍ୟକ୍ତିର ରାଶି କୁମ୍ଭ ଅଥବା ମକର ହୋଇଥାଏ ନେହେଲେ ଯାହାର ଜନ୍ମ ଉତ୍ତରାଭାଦ୍ର ପଦ ନକ୍ଷେତ୍ରରେ ହୋଇଥାଏ ତ ତାଙ୍କ ପାଇଁ ନିମ୍ବ ଗଛ ଲଗେଇବା ଶୁଭ କୁହାଯାଇଛି।

ବାସ୍ତୁଶାସ୍ତ୍ର ଅନୁସାରେ ନିମ୍ବକାଠରେ ତିଆରି ଖଟରେ ଶୋଇଲେ ଚର୍ମ ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନେ ନିମ୍ବକାଠରେ ତିଆରି ମାଳ ଧାରଣ କରନ୍ତି ତାଙ୍କ ଉପରେ ଶନିଦୋଷ ପଡି ନଥାଏ।ଆପଣ ନିଜ ଘରର ଦକ୍ଷିଣରେ ନିମ୍ବ ଗଛ ଲଗାନ୍ତୁ ଏବଂ ତାହାର ଯତ୍ନ ନିଅନ୍ତୁ ଯେତେଯାଏ ତାହା ଭଲସେ ଫଳପୁଲ କିମ୍ବା ବଡ ନ ହୋଇଯାଇଛି।ଏହି ଗଛ ସାକ୍ଷାତ ମଙ୍ଗଳଦେଵ ଅଟନ୍ତି।ଏହି ଗଛର ସେବା କରିବା ଦ୍ୱାରା ଆପଣଙ୍କ ଜୀବନରେ କେବେବି ଅମଙ୍ଗଳ ହୋଇନଥାଏ।

ଏହି ଗଛ ଲଗାଇବା ଦ୍ୱାରା ବ୍ୟକ୍ତିକୁ କୌଣସି ପ୍ରକାରର ରୋଗ ହୋଇନଥାଏ।ଯେଉଁ ବ୍ୟକ୍ତିକୁ ସଂକଟରୁ ମୁକ୍ତି ପାଇବା ଏବଂ ନିରୋଗୀ ହେବାର ଅଛି ତାକୁ ନିଜ ଘରର ଦକ୍ଷିଣରେ ନିମ୍ବ ଗଛ ଲଗେଇବା ଉଚିତ।ଏହି ଗଛକୁ ଉତ୍ତର ପଶ୍ଚିମ ଦିଗରେ ଲଗେଇବା ମଧ୍ୟ ଅତ୍ୟନ୍ତ ଶୁଭ ମନାଯାଇଅଛି।ଘର ପାଖରେ ନିମ୍ବ ଗଛ ଲଗେଇବା ଦ୍ୱାରା ହନୁମାନଜୀଙ୍କର କୃପା ମିଳିଥାଏ।ନିମ୍ବରେ ଦାନ୍ତ ଘଷିଲେ ଶନି ଏବଂ ମଙ୍ଗଳଦୋଷ ସମାପ୍ତ ହୋଇଥାଏ ଏବଂ ଏହା ସହିତ ଦାନ୍ତର ପୋକ ମଧ୍ୟ ମାରିଯାଇଥାଏ।

ନିମ୍ବର ତେଲ ଏବଂ ଛାଲର ପ୍ରୟୋଗରେ କୁଷ୍ଠରୋଗ ଦୁର ହୋଇଥାଏ।ନିମ୍ବକାଠର ମାଳ ଧାରଣ କରିବା ଦ୍ୱାରା ଶନିପୀଡା ସମାପ୍ତ ହୋଇଥାଏ।ନିମ୍ବ ଗଛର ପତ୍ରର ମାଳକୁ ଘର ବାହାରେ ଲଗେଇଲେ ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ।

Leave a Reply

Your email address will not be published. Required fields are marked *