ରସୁଣ ଏବଂ ପିଆଜ ର ଏହି କାହାଣୀ ଆପଣ କେବେ ଶୁଣି ନଥିବେ – କାହିଁକି ପିଆଜ ରସୁଣ କୁ ଆମିଷ କୁହାଯାଏ ଜାଣିରଖନ୍ତୁ..
ଆପଣ ମାନେ ସବୁବେଳେ ଜାଣିଥିବେ କି ହିନ୍ଦୁ ଧର୍ମ ଅନୁସାରେ ହିନ୍ଦୁ ଭଗବାନ ମାନଙ୍କ ଠାରେ ପିଆଜ ଏବଂ ରସୁଣ ର ବ୍ୟବହାର କରାଯାଏ ନାହିଁ।କିନ୍ତୁ ଆପଣ କେବେ ଜାଣିଛନ୍ତି କି ଏମିତି କାହିଁକି କରାଯାଇଥାଏ।ଆମ ହିନ୍ଦୁ ଧର୍ମ ରେ ଅନେକ ନୀତି ପାଳନ କରାଯାଇଥାଏ ଯାହା କି ଆମେ ମଧ୍ୟ ପାଳନ କରୁ। ଶାସ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମରେ ବିଶେଷ କରି ପିଆଜ ଏବଂ ରସୁଣର ବ୍ୟବହାର କରାଯାଏ ନାହିଁ ଏବଂ ଭଗବାନ ଙ୍କଠାରେ ଭୋଗ ଲାଗି ହେବା ପାଇଁ ମନା କରାଯାଇଥାଏ।ସେଥିପାଇଁ ପିଆଜ ଏବଂ ରସୁଣ କୁ କୌଣସି ଧାର୍ମିକ କାର୍ଯ ରେ ବ୍ୟବହାର କରାଯାଇନଥାଏ।ଏବଂ ଉପବାସ ରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ ନାହିଁ।ଆଜି ଆମେ ଜାଣିବ ଯେ ହିନ୍ଦୁ ଧର୍ମର ପିଆଜ ଏବଂ ରସୁଣ ର ବ୍ଯବହାର କାହିଁକି କରାଯାଏ ନାହିଁ।
ହିନ୍ଦୁ ଧର୍ମ ଅନୁସାରେ ଏହି ଦୁଇଟି କୁ ପୂଜା ପାଠ ରୁ କାହିଁକି ବଞ୍ଚିତ ରଖାଯାଏ। ଆମ ଧର୍ମ ରେ ପିଆଜ ଏବଂ ରସୁଣ କୁ ରାଜସିକ ଏବଂ ତମସିକ୍ ଶ୍ରେଣୀ ରେ ରଖା ଯାଇ ଥାଏ।ରଜସିକ ଏବଂ ତମସିକ ର ଅର୍ଥ ହେଉଛି କି ଅଜ୍ଞାନ ଏବଂ ମୂର୍ଖତା ର ବୃଦ୍ଧି।ଶାସ୍ତ୍ର ଅନୁଯାୟୀ ଆମକୁ ସବୁ ପୂଜା ଅର୍ଚ୍ଚନା ସବୁ ସତ୍ୱିକ ହେଵ ଉଚିତ୍।ଯେମିତି କି କ୍ଷୀର, ଦୁଧ, ଅଟା, ଦହି, ଡାଲି ଏହା ବ୍ୟତୀତ ରାଗ ଖଟା ଲୁଣିଆ ମିଠା ଆଦି ଖାଦ୍ୟ ମଧ୍ୟ ପୂଜା ଅର୍ଚ୍ଚନା ରେ ବ୍ୟବହାର କରାଯାଇଥାଏ।ରସୁଣ ପିଆଜ ଆମିଷ ଆଦି ଖାଦ୍ୟ ରାକ୍ଷସ ପ୍ରବୃତ୍ତ ଖାଦ୍ୟ ବୋଲି ଧରାଯାଏ।ଆମକୁ ଏହକୁ ସତ୍ଵିକ ପଦାର୍ଥ ରୂପରେ କେବେ ବି ଗ୍ରହଣ କରିବା କଥା ନୁହଁ।ନଚେତ୍ ଅଶାନ୍ତି,ରୋଗ,ଚିନ୍ତା ଜୀବନ ଭିତରକୁ ଚାଲି ଆସନ୍ତି।
ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଭଗବାନ ବିଷ୍ଣୁ ଅମୃତ ବାଣ୍ଟୁ ଥିଲେ,ସେତେବେଳେ ରାହୁ ଓ କେତୁ ନାମକ ଦୁଇ ରାକ୍ଷସ ମଧ୍ୟ ଦେବତା ମାନଙ୍କ ଭିତରେ ବସିଗଲେ।ଭଗବାନ ବିଷ୍ଣୁ ଭୁଲ୍ ରେ ସେମାନଙ୍କୁ ମଧ୍ୟ ଅମୃତ ଦେଇଦେଲେ।ଏହା ଜାଣିବା ପରେ ଭଗବାନ୍ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ରେ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା କରି ଦେଲେ।ତାଙ୍କୁ ବିଷ୍ଣୁ ମାରିବା ସମୟରେ ତାଙ୍କ ଦେହରୁ କିଛି ବୁନ୍ଦା ରକ୍ତ ଭୂମିରେ ପଡ଼ିଗଲା।ସେଥିରୁ ପିଆଜ ଓ ରସୁଣ ର ଉତ୍ପତ୍ତି ହେଲା।ଯାହା ଫଳ ରେ ଏହାକୁ ଖାଇବା ଦ୍ଵାରା ମୁଁହ ରୁ ଗନ୍ଧ ଆସେ।କିନ୍ତୁ ଏଥିରେ ଅମୃତ ର କିଛି ବୁନ୍ଦା ଥିବାରୁ ଏଥିରେ ରୋଗ ସହିତ ଲଢ଼ିବା ପାଇଁ କ୍ଷମତା ଥାଏ।
ପିଆଜ ଓ ରସୁଣ ର ଅଧିକ ପ୍ରୟୋଗ କରିବା ଦ୍ୱାରା ମନୁଷ୍ୟ ର ମନ ପୂଜା ଅର୍ଚ୍ଚନା ରୁ ବିମୁଖ ରହି ଥାଏ।ଏଥିପାଇଁ ଏମାନଙ୍କୁ ଧର୍ମ କାର୍ଯ୍ୟ ରୁ ଦୂରେଇ ରଖାଯାଏ।