March 14, 2025

Odia Express

Here, There and Everywhere

ବୃକକରେ ହେଉଥିବା ଷ୍ଟୋନର ସଠିକ ଉପଚାର – ଏହି ଉପାୟ ରେ ମାତ୍ର କିଛି ଦିନରେ ଆପଣଙ୍କ ପେଟରେ ଥିବା ପଥରୀ ସମସ୍ୟା ଦୂର ହେବ..

ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।

ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

କିଡନୀରେ ଷ୍ଟୋନ ହେବା ଆଜିକାଲି ଏକ ପ୍ରଧାନ ସମସ୍ୟା ଅଟେ।ଓ ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଅଟେ।ଏଥିରୁ ଉପଶମ ପାଇବା ପାଇଁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।ଶରୀରରେ ଜଳର ପରିମାଣ କମ ହେଲେ କିମ୍ବା କ୍ୟାଲସିୟମ ଠିକ ଭାବେ ହଜମ ନହେଲେ ତାହା ଶରୀରରେ ଷ୍ଟୋନର ରୂପ ନେଇଥାଏ।

ଏଥି ସହିତ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତାହା ଶରୀରରେ ଷ୍ଟୋନର ରୂପ ନେଇଥାଏ।ଯାହାକି ବହୁତ କ୍ଷତି କାରକ ଅଟେ।

କ୍ୟାଲସିୟମ ଯୁକ୍ତ ଖାଦ୍ୟ ଅଧିକ କିମ୍ବା କମ ଖାଇବା ଦ୍ୱାରା ତାହା ଶରୀରରେ ଷ୍ଟୋନ ରୂପ ନେଇଥାଏ।ଅଧିକ ସମୟ ଟିଭି କିମ୍ବା ମୋବାଇଲ ଦେଖିବା ଦ୍ୱାରା ଓ ଅନିଦ୍ରା ହେବା ଦ୍ୱାରା ମଧ୍ୟ ବୃକକ୍ ଉପରେ ଖରାପ ପ୍ରଭାବ ପଡିଥାଏ।ଓ ଷ୍ଟୋନର ସମସ୍ୟା ଆରମ୍ଭ ହୋଇଥାଏ।ଏହାର ଦୂରୀକରଣ ପାଇଁ ଡାକ୍ତର ମାନେ ଖାଲି ଔଷଧ ଦେଇଦେବେ।କିନ୍ତୁ ରୋଗର ପ୍ରଧାନ କାରଣ ଆଦି ସମ୍ପର୍କରେ କିଛି ବୁଝାଇବେ ନାହିଁ।

ଏଥିପାଇଁ ଏକ ଘରୋଇ ଉପଚାର ହେଉଛି ଅଧିକରୁ ଅଧିକ ପାଣି ପିଇବା।ଓ ମନ୍ଦାର ଫୁଲ ପାଖୁଡ଼ାକୁ ଗୁଣ୍ଡ କରି ପାଣିରେ ମିଶାଇ ପିଇବା।ଓ ସେଓ ଜୁସ ବହୁତ ପରିମାଣରେ ପିଇବା।ଟମାଟୋ, ପାଳଙ୍ଗ, ଭେଣ୍ଡି ଇତ୍ୟାଦି ନଖାଇବା ଉଚିତ।ଏପରି କଲେ ଷ୍ଟୋନ ସମସ୍ୟାରୁ ଶୀଘ୍ର ଉପଶମ ମିଳିବ।

ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।ଓ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *