February 5, 2025

Odia Express

Here, There and Everywhere

ଜଲଦି ଓଜନ କିପରି ବଢାଇବେ – ଶୀଘ୍ର ଓଜନ ବଢେଇବା ପାଇଁ ଏହି ଉପାୟ ଗୁଡିକ କରନ୍ତୁ ଆଜି..

କଣ ଆପଣ ବି ବହୁତ୍ ପତଳା ଅଟନ୍ତି କି?ଆଉ ଏଇ କିଛି ଦିନ ଭିତରେ କଣ ଆପଣ ଇଣ୍ଟରନେଟରୁ ବହୁତ୍ ଉପାୟ ଦେଖିଛନ୍ତି ଆଉ ସେସବୁ ପ୍ରୟୋଗ କରି ସାରିଛନ୍ତି , ତ ମୁଁ ଆପଣଙ୍କୁ ମୁଁ ପ୍ରତିଶୁତି ଦେଉଛି କି ଏହାକୁ ପଢିଲା ପରେ ଆପଣଙ୍କୁ ଆଉ କିଛି ବି ଦରକାର ପଡ଼ିବନି ଆଉ ଓଜନ ବହୁତ୍ ଶୀଘ୍ର ବଢିଯିବ।

ପ୍ରଥମେ ଆମେ କଥା ହେବା କି ଆମ ଓଜନ ବଢେ କିପରି,ଆମ ସମସ୍ତଙ୍କୁ ଜଣା ଅଛି କି ,ଆଉ ବହୁତ୍ ଜାଗାରୁ ପଢ଼ିଚେ ମଧ୍ୟ ଓଜନ ବଢିବା ପାଇଁ ଆମକୁ ଦରକାର ଅଧିକ ମାତ୍ରା ରେ କ୍ୟାଲୋରୀ ତ ଆମ ଓଜନ ଧୀରେ ଧୀରେ ବଢ଼ିଥାଏ।ଲୋକ ଆମକୁ କହିଥାନ୍ତି ଯେ ବହୁତ୍ ମାତ୍ରା ରେ ଖାଦ୍ୟ ଖାଅ,କଦଳୀ ଖାଅ ଓ ଅଧିକ କ୍ୟାଲୋରୀ ନିଅ,କିନ୍ତୁ ସବୁଠୁ ବଡ଼ ସମସ୍ୟା ଯେ ଯେଉଁ ଲୋକ ପତଳା ସେମାନଙ୍କୁ ସେତେ ପରିମାଣ ରେ ଭୋକ ହିଁ ଲଗେନି କି ସେମାନେ ଏତେ ପରିମାଣ ରେ ଖାଦ୍ୟ ଖାଇପରିବେ,ଯଦି ସେମାନଙ୍କୁ ଭୋକ ଲାଗୁଥାଏ , ତ ସେମାନେ ଅଧିକ ପରିମାଣରେ ଖାଦ୍ୟ ଖାଇକି ନିଜ ଓଜନ ବଢାଇ ପାରିଥାନ୍ତେ।

ରିସର୍ଚ୍ଚ ରୁ ଜଣା ପଡ଼ିଛି କି ଆମେ ଯେଉଁ ଖାଦ୍ୟ ଖାଏ ତାହା ପାଇଁ ଆମେ କିଛି ସମୟ ନେଇ ଥାଉ। ମାନନ୍ତି ଯେ ଆପଣ ଯଦି ଖାଇବା ଧୀରେ ଧୀରେ ଖାଇଥାନ୍ତି ଆଉ ୨୦ମିନିଟ୍ ରୁ ଅଧିକ ସମୟ ଲଗାନ୍ତି ତ ଆପଣଙ୍କ ବ୍ରେନ ଆପଣଙ୍କ ଭୋକ କୁ କମ୍ କରିବାକୁ ଲାଗେ ଓ ପୁରା ଶେଷ କରିଦିଏ।

ଏବେ ଆମକୁ ଏହି ଜିନିଷ ଉପରେ ପ୍ରତି ଆକ୍ରମଣ କରିବାର ଅଛି ତ ଆମକୁ କଣ କରିବାକୁ ହେବ ଆମେ ଯେଉଁ ଖାଦ୍ୟ ଖାଉଚେ ତାର ତୀବ୍ରତା ବଢ଼େଇବାକୁ ପଡ଼ିବ। ରିସର୍ଚ୍ଚ ରୁ ଜଣା ପଡ଼ିଛି ଯେ ଆମେ ଖାଦ୍ୟ ଖାଇବା ବେଳେ ଯଦି ଏହା ୧୫ମିନିଟ୍ ରୁ ଅଧିକ ହୁଏ ଆମ ଶରୀର ଆମ ମସ୍ତିଷ୍କ କୁ ସିଗ୍ନାଲ ପଠାଇଥାଏ ଯାହା ଦ୍ଵାରା କି ଶରୀର ର ଭୋକ କମିଯାଇଥାଏ। ତ ଆମକୁ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଉପରେ ଧ୍ୟାନ ରଖିବାକୁ ପଡ଼ିବ ଯେ ।କିନ୍ତୁ ଧ୍ୟାନ ରଖିବା କୁ ହେବ ଯେ ବହୁତ୍ ଶୀଘ୍ର ଖାଇବା ଦ୍ଵାରା ତାହା ହଜମ କ୍ରିୟା ଉପରେ ପ୍ରଭାବ ପକାଇଥାଏ।

ଦ୍ଵିତୀୟ କଥା ହେଲା ଆମକୁ ମୋଟପଣ ବଢ଼ାଇବା ପାଇଁ ପ୍ରୋଟିନ ନୁହଁ ଫ୍ୟାଟ ଓ କାର୍ବୋହାଇଡ୍ରେଟ ର ଆବଶ୍ୟକତା ଥାଏ। ତ ଆପଣ ମାନେ ଅଧିକ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ ଖାଆନ୍ତୁ। ପ୍ରୋଟିନ ମଧ୍ୟ ଅଳ୍ପ ବହୁତ୍ ପରିମାଣରେ ଆବଶ୍ୟକ। କିନ୍ତୁ ଆପଣଙ୍କୁ କାର୍ବୋହାଇଡ୍ରେଟ ର ପରିମାଣ ବଢ଼ାଇବାକୁ ପଡ଼ିବ ।କଦଳୀ, ଆଲ୍ମଣ୍ଡ , ଅଖରୋଟ ଆଦି ରେ ପ୍ରଚୁର ପରିମାଣ ରେ କାର୍ବୋହାଇଡ୍ରେଟ ଥାଏ।

ଆଉ ଗୋଟିଏ କଥା ଯଦି ଆପଣଙ୍କୁ ଓଜନ ବଢେଇବା ର ଅଛି ତ ଆପଣଙ୍କୁ କିଛି ମାତ୍ରା ବ୍ୟାୟାମ କରିବାକୁ ପଡ଼ିବ।ଆପଣଙ୍କୁ ଘରେ ଦୁଇ ପ୍ରକାର ବ୍ୟାୟାମ କରିବାକୁ ପଡ଼ିବ ଯଥା ପୂଲ୍ ଅପ୍ ଓ ପୁସ୍ ଅପ।

ଆପଣ କିଛି ମାତ୍ରା ରେ ଦୌଡା ଦୌଡ଼ି କରିପାରିବେ ଯାହା ଆପଣଙ୍କ ପାଇଁ ଫାଇଦାଜନକ। ଏହା ଦ୍ଵାରା ଆପଣଙ୍କ ଶରୀର ରେ ଗ୍ରୋଥ ହର୍ମୋନ ର ମାତ୍ରା ବଢ଼ିଥାଏ।ଏହା ଆପଣଙ୍କ ଓଜନ ବଢ଼ାଇବାରେ ସହାୟକ ହୁଏ।

ମୁଖ୍ୟ କଥା ଆପଣଙ୍କୁ ସଠିକ ପରିମାଣରେ ନିଦ୍ରା ନେବା ପାଇଁ ହେବ । ଆପଣଙ୍କ ଖାଦ୍ୟ ହଜମ ପାଇଁ ସମୟ ନେଇଥାଏ।ଯାହାକି ଆମ ଶୋଇବା ସମୟ ରେ ହୋଇଥାଏ।ଅତିକମ୍ ରେ ୭ରୁ ୮ଘଣ୍ଟା ନିଦ୍ରା ଆବଶ୍ୟକ।

ଶେଷ କଥା ଆପଣଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ପଡିବ।ହଜମ କ୍ରିୟା ପାଇଁ ପାଣି ବହୁତ୍ ଗୁରୁତ୍ଵପୂର୍ଣ୍ଣ ଅଟେ।

ଯଦି ଆପଣ ଏହି ଉପର ଲିଖିତ କଥାକୁ ପାଳନ କରିବେ ତେବେ ନିଶ୍ଚିତ ରୂପରେ ଆପଣଙ୍କ ଓଜନ ବଢିବ।

Leave a Reply

Your email address will not be published. Required fields are marked *