June 23, 2025

Odia Express

Here, There and Everywhere

ମୁଣ୍ଡବ୍ୟଥାର ରାମବାଣ ଚିକିତ୍ସା – ଏହି ଉପାୟ ଆପଣଙ୍କ କେହି କେବେ କହି ନଥିବେ – ନିଶ୍ଚୟ ପଢନ୍ତୁ ଉପଚାର..

ଆଜି ଆମେ କଥା ହେବା ଏକ ସାଧାରଣ ରୋଗ ମୁଣ୍ଡବ୍ୟଥା ବିଷୟରେ।ଏହା କେତେବେଳେ ଆଉ କାହାକୁବି ହୋଇପାରେ।ଆଜିକାଲିର ଦୌଡା ଧାପଡ଼ ଜୀବନରେ ଏହା ଖାଲି ବଡ ଲୋକଙ୍କୁ ନୁହେଁ ଛୋଟପିଲାଙ୍କୁ ମଧ୍ୟ ହୋଇପାରେ।ମୁଣ୍ଡବ୍ୟଥା ସମୟରେ ମଣିଷର ଧ୍ୟାନ କାମରେ ଲାଗିନଥାଏ।ମନ ବିଚଳିତ ରହେ।ମୁଣ୍ଡ ଭାରି ଭାରି ଲାଗେ ଏବଂ ହାଲିଆ ଲାଗେ।କେବେକେବେ ଏହା ଏତେ ଭୟାନକ ହୋଇଯାଏଯେ ଆମେ ଇଂରାଜୀ ଔଷଧର ସାହାରା ନେଇଥାଉ।ବାରମ୍ବାର ଇଂରାଜୀ ଔଷଧ ସେବନ କରିବା ଦ୍ୱାରା ଯକୃତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ।

ଆଜି ଆମେ ଆପଣଙ୍କୁ ୩ଟି ଉପଯୋଗୀ ଉପାୟ ଜଣାଇବାକୁ ଯାଉଛୁ ଯାହା ୧୦୦ ପ୍ରତିଶତ କାର୍ଯ୍ୟକାରି।ଯାହାଦ୍ୱାରା ମୁଣ୍ଡବ୍ୟଥା ଭଲ ହୋଇଯାଏ ଏବଂ ଏହା ପାଇଁ ଯାହାର ଆବଶ୍ୟକତା ଥାଏ ତାହା ଆରାମରେ ରୋଷେଇ ଘରେ ଉପଲବ୍ଧ ଥାଏ।ଏହା ପାଇଁ ପ୍ରଥମେ ଦରକାର ଡାଲଚିନି।ଡାଲଚିନି ଏକ ଏମିତି ପଦାର୍ଥ ଏହା ଦ୍ୱାରା ଯେକୌଣସି ମୁଣ୍ଡବ୍ୟଥା,ଗଣ୍ଠିବ୍ୟଥା ଭଲ ହୋଇଯାଇଥାଏ।

ପ୍ରଥମେ ଡାଲଚିନି ନବା ପରେ ଏହିଅକୁ ଭଲରେ ପେସି ଏକ ପାତ୍ରରେ ରଖନ୍ତୁ।ଏହା ପରେ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରୁ ଦୁଇ ଚାମଚ ନେଇ ସେହି ପାତ୍ରରେ ପକାନ୍ତୁ।ଏହାପରେ ତାକୁ ଭଲଭାବରେ ମିସାଇଦିଅନ୍ତୁ ଯାହା ଦ୍ୱାରା ଏକ ପତଳା ପେଷ୍ଟ ତିଆରି ହୋଇଯିବ।ଓ ହେବାପରେ ଆଙ୍ଗୁଳି ଦ୍ୱାରା ମୁଣ୍ଡରେ ଲଗାନ୍ତୁ ଏବଂ ଶୁଖିଯିବାପରେ ହଟାଇଦିଅନ୍ତୁ।ଏହିପରି ୩ରୁ ୪ ଥର କରିବାପରେ ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।ଆପଣ ଏହାକୁ ବ୍ୟବହାର କରି ଦେଖିପାରିବେ।

ଦ୍ୱିତୀୟ ଉପାୟରେ ଆପଣଙ୍କୁ ଦରକାର ହେବ ଲବଙ୍ଗ।ଏହା ମସଲାର ଏକ ଭାଗ।ଏବଂ ରୋଷେଇଘରେ ସହଜରେ ମିଯାଇଥାଏ।୮ରୁ ୧୦ ଲବଙ୍ଗ ନେଇ ଏକ ସଫା କପଡାରେ ରଖନ୍ତୁ।ଆଉ ସମୟ ସମୟରେ ଏହାକୁ ସୁଙ୍ଘନ୍ତୁ।ଏହା ଶୁଣିବାରେ ଯେତେ ସରଳ ସେତେ କାରିଗରି ମଧ୍ୟ ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।

ତୃତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ଅଦା।ମୁଣ୍ଡ ବ୍ୟଥା ହେଉକି ଥଣ୍ଡା ଛିଙ୍କ ଅଦା ଏହା ପାଇଁ ଔଷଧ ଭଳି କାମ କରିଥାଏ।ଅଧା ଇଞ୍ଚ ଅଦା ନେଇ ଏହାର ଚୋପା ଛାଡିଦିଅନ୍ତୁ।ଓ ଏହାପରେ ଛେଚିକି ରସ କାଢିହିଦିଅନ୍ତୁ।ଏକ କପଡାରେ ଏହାର ରସ ଚିପୁଡି ଦିଅନ୍ତୁ। ଯେତେ ଅଦା ରସ ନେଇଥିବେ ତା ଉପରେ ସେତିକି ପରିମାଣରେ ଲେମ୍ବୁ ଚିପୁଡିଦିଅନ୍ତୁ।ଏହାପରେ ତାକୁ ଭଲଭାବେ ମିସାଇଦିଅନ୍ତୁ।ଆପଣ ଏହାକୁ ମୁଣ୍ଡବ୍ୟଥା ସମୟରେ ସେବନ କରିପାରିବେ।ଦିନରେ ଦୁଇ ଥରରୁ ବେଶି ଏହାର ସେବନ କରନ୍ତୁ ନାହିଁ।ଛୋଟ ପିଲାଙ୍କୁ ଦେବାକୁ ଚାହୁଁଥିଲେ ଏହାର ପରିମାଣ କମାଇଦିଅନ୍ତୁ।ଏହା ମୁଣ୍ଡବ୍ୟଥା ପାଇଁ ଏକ ରାମବାଣ ଉପାୟ।

Leave a Reply

Your email address will not be published. Required fields are marked *