ରସୁଣର ଉପକାରୀତା – ଜାଣିରଖନ୍ତୁ କିପରି ଓ କେତେବେଳେ ରସୁଣ ଖାଇବା..
1 min readସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।
ଅନେକ ସମୟରେ ପାଦ, ଗୋଡ ଆଦିର ଦରଜ ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ଏହା ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ବହୁତ ହୋଇଥାଏ।ତେଣୁ ଏହାର ଏକ ସରଳ ଉପଚାର ନିମ୍ନରେ ଦିଆଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।ରସୁଣ ଖାଇବାର ଉଚିତ ନିୟମ ନିମ୍ନରେ ବର୍ଣ୍ଣିତ ହୋଇଛି।
ରସୁଣ ସ୍ୱାସ୍ଥ୍ୟ ପାଇଁ ଅମୃତ ହୋଇଥାଏ।ଓ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୁରୀଭୂତ କରିଥାଏ।ଏହା ହୃତଘାତରୁ ମଧ୍ୟ ଉପଶମ ଦେଇଥାଏ।ପ୍ରତ୍ୟେକ ଦିନ ଖାଲି ପେଟରେ ଏହାକୁ ସେବନ କରିବା ଦ୍ୱାରା ବହୁତ ଉପଶମ ମିଳିଥାଏ।
ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।
ପ୍ରତ୍ୟେକ ଦିନ ସକାଳୁ ଖାଲିପେଟରେ ରସୁଣ ଖାଇବାର ବହୁତ ଉପକାରୀତା ଅଛି।ଏହା ପେଟ ସହ ଜଡିତ ଅନେକ ବେମାରିରୁ ମୁକ୍ତି ଦେଇଥାଏ।ସୋରିଷ ତେଲରେ ରସୁଣ ଓ ହଳଦୀ ପକାଇ ଗରମ କରି ଆଣ୍ଠୁ ଗଣ୍ଠିରେ ମାଲିସ କରିବା ଦ୍ୱାରା ଦରଜରୁ ମୁକ୍ତି ମିଳିଥାଏ।ଓ ପ୍ରତ୍ୟେକ ଦିନ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା infection ରୁ ଆରାମ ମିଳିଥାଏ।ଓ ଏହା ଦାନ୍ତର ଦରଜରୁ ମଧ୍ୟ ଉପଶମ ଦେଇଥାଏ।
ଆଶା କରୁଛି ଏହା ଆପଣଙ୍କ ପାଇଁ ଏହା ବହୁତ ଉପକାରୀ ହେବ।ଓ ଆପଣଙ୍କ ଅନେକ ରୋଗର ସମସ୍ୟାରୁ ଉପଶମ ଦେବ।ଆପଣମାନେ ଏହାକୁ ଅବଲମ୍ବନ କଲେ ନିଶ୍ଚିତ ଉପକାର ପାଇବେ।