ସୁଖ ପରେ ଦୁଃଖ କାହିଁକି ଭୋଗିବାକୁ ପଡିଥାଏ? ଭଗବାନ ନିଜେ କହିଛନ୍ତି ଏ ବିଷୟରେ ଜାଣିରଖନ୍ତୁ..
ନମସ୍କାର ବନ୍ଧୁଗଣ, ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏକି ତାଙ୍କ ସୁଖ ଉପରେ କାହାର ନଜର ପଡିଗଲା।ଜୀବନରେ ହଠାତ ଏତେ ଦୁଃଖ କାହିଁକି ଆସିଗଲା?।ଏକାସହ ଏତେ ସଙ୍କଟ ତାଙ୍କ ଜୀବନରେ କେମିତି ଆସିଲା?।ଆଜି ଆମେ ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା।ଥରେ ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କୁ ପ୍ରବଚନ ଦେଉଥିଲେ ସେହି ସମୟରେ ଜଣେ ଶିଷ୍ୟ ଠିଆ ହୋଇ ଚାଲି ଚାଲି ଗୁରୁଙ୍କ ସାମ୍ନାକୁ ଆସି କହିଲା ମୁଁ ବହୁତ ଦିନରୁ ଚିନ୍ତିତ ଅଛି।ମୋ ଜୀବନ ଦୁଃଖ ଓ ନିରାଶରେ ଭରିଯାଇଛି।ମୁଁ କିଛି ଦିନ ତଳେ ବହୁତ ଖୁସି ଥିଲି ହେଲେ ହଠାତ ମୋ ଜୀବନରେ ଏତେ ଦୁଃଖ କୋଉଠୁ ଆସିଲା ଏବଂ କାହିଁକି?ଏହା ପରେ ଗୁରୁଜୀ ନିଜର ସମସ୍ତ ଶିଷ୍ୟଙ୍କୁ ସମୁଦ୍ର କୂଳକୁ ନେଇଗଲେ।ଏବଂ ସେ ଲହଡି ଆଡକୁ ନିଜ ହାତରେ ସଂକେତ ଦେଲେ।ଗୁରୁ ଲହଡି ଆଡକୁ ସଂକେତ କରି ପଚାରିଲେ ଏହି ଲହଡିକୁ ଦେଖି ତୁମ ମାନଙ୍କ ମନରେ କଣ ବିଚାର ଆସୁଛି।ଶିଷ୍ୟମାନେ କହିଲେ ଏହି ଲହଡି ଆମ ମନକୁ ବହୁତ ଆନନ୍ଦ ଦେଉଛି।ଏହା ବହୁତ ସୁନ୍ଦର ଦୃଶ୍ୟ ଅଟେ।ଆମ ଆତ୍ମାକୁ ଶାନ୍ତି ଦେଉଛି।
ଗୁରୁଜୀ ଆସୁଥିବା ଏକ ବଡ ଲହଡିକୁ ଦେଖାଇଲେ।ଗୁରୁଜୀ ପଚାରିଲେ କଣ ଏହା ସମ୍ଭବ ଅଟେ କି ଲହଡି ଉପରକୁ ଯାଇ ରହିଯିବ ଓ କେବେବି ତଳକୁ ଆସିବେ ନାହିଁ? ସମସ୍ତେ ଏକ ସ୍ୱରରେ କହିଲେ ଏମିତି କେମିତି ହେବ ଏହା ତ ଅସମ୍ଭବ ଅଟେ।ଯିଏ ଯେତେ ଉପରକୁ ଯିବ ସେ ସେତିକି ହିଁ ତଳକୁ ଆସିବ।ଏହା ଶୁଣି ଗୁରୁଜୀ କହିଲେ ଯେଉଁଭଳି ଲହଡି ଯେତେ ଉପରକୁ ଯିବ ସେତିକି ତଳକୁ ଆସିବ ସେହିପରି ଆମକୁ ଯେତିକି ଖୁସି ମିଳିବ ସେତିକି ମାତ୍ରାରେ ଦୁଃଖ ମଧ୍ୟ ମିଳିବା ସମ୍ଭବ ଅଟେ।ଆମର ସୁଖ ଓ ଦୁଃଖ ପରସ୍ପରର ଛାୟା ଅଟନ୍ତି।ଆମେ ଯେତିକି ସୁଖ ଭୋଗ କରିବା ସେତିକି ଦୁଃଖ ମଧ୍ୟ ଭୋଗ କରିବା।ଶିଷ୍ୟ କହିଲା କଣ ଆମେ କେବେବି ଏହି ସୁଖ ଓ ଦୁଃଖର ସ୍ଥିତିରୁ ବଞ୍ଚିପାରିବା ନାହିଁ? ଗୁରୁଜୀ କହିଲେ ଏଥିରୁ ବଞ୍ଚିବା ପାଇଁ ତୁମକୁ ସେହି ସମୁଦ୍ରର ଜଳ ଭଳି ହେବାକୁ ପଡିବ ଯିଏ ସମୁଦ୍ରର ଉପରେ ନୁହଁ ବରଂ ଏହାର ଗଭୀରତାରେ ଥାଏ।
ଯେଉଁଭଳି ଗଭୀରତାରେ ରହୁଥିବା ଜଳ ସର୍ବଦା ସମାନ ରହିଥାଏ ତାହା ବଡ ଲହଡି ଆସିଲେ ଅଧିକ ଉତ୍ତେଜିତ ହୁଏ ନାହିଁ କିମ୍ବା ଛୋଟ ଲହଡି ଆସିଲେ ଅସ୍ତିର ହୁଏ ନାହିଁ।ସବୁ ପରିସ୍ଥିତିରେ ଏହା ସ୍ଥିର ହୋଇ ରହିଥାଏ। ତେବେ ସେହି ପ୍ରକାରରେ ତୁମକୁ ମଧ୍ୟ ସବୁ ଭାବନାରେ ସବୁ ସ୍ଥିତିରେ ମନକୁ ଶାନ୍ତ ରଖିବା ଶିଖିବାକୁ ପଡିବ ଅଧିକ ଖୁସି ହୁଅ ନାହିଁ କିମ୍ବା ଅଧିକ ଦୁଃଖୀ ମଧ୍ୟ ହୁଅ ନାହିଁ।ମନ ଅନୁସାରେ ଫଳ ଲାଭ ହେଲେ ଅଧିକ ଖୁସି ହୁଅନି କିମ୍ବା ମନ ଅନୁସାରେ ଫଳ ନ ମିଳିବା ଦ୍ଵାରା ଅଧିକ ଦୁଃଖୀ ମଧ୍ୟ ହୁଅ ନାହିଁ।ଗୁରୁଜୀଙ୍କର ଏହି କଥାରୁ ସମସ୍ତ ଶିଷ୍ୟ ସୁଖ ଓ ଦୁଃଖ ମଧ୍ୟରେ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହାର ଶିକ୍ଷା ଲାଭ କରିଲେ।
ଗୀତରେ ଏକ ଶ୍ଳୋକ ଅଛି ତାହା ହେଉଛି “ମାତ୍ରାସ୍ପରସାସ୍ତୁ କୌନ୍ତେୟ ଶିତୋସ୍ନସୁଖଦୁରୁଖଦାରୁ।ଆଗମାପାୟୀନୋ ନିତ୍ୟାସ୍ତାସ୍ତି°ତିକ୍ଷସ୍ୱ ଭାରତ।।” ଏହା ଗୀତାର ଦ୍ୱିତୀୟ ଅଧ୍ୟାୟର ୧୪ତମ ଶ୍ଳୋକ ଅଟେ।ଏବଂ ଏହି ଶ୍ଲୋକର ଅର୍ଥ ହେଉଛି,ସୁଖ ଓ ଦୁଃଖର ଜୀବନରେ ଯିବା ଆସିବା ଶୀତ ଓ ଗ୍ରୀଷ୍ମର ଯିବା ଆସିବା ସହ ସମାନ ଅଟେ।ଏହି ଭାବନା ଆମ ଇନ୍ଦ୍ରିୟରୁ ଉତ୍ପନ୍ନ ହୋଇଥାଏ। ମନୁଷ୍ୟକୁ ଏହି ଦୁଇ ଭାବନାକୁ ସମାନ ରୂପରେ ଦେଖିବା ଓ ଶିଖିବା ଉଚିତ।