June 27, 2025

Odia Express

Here, There and Everywhere

ଥଣ୍ଡାର ବୈଦିକ ଉପଚାର – ଯେତେ ଥଣ୍ଡା ହେଲେ ମଧ୍ୟ ଏହି ଉପାୟ ରେ ମୂଳ ପୋଛା ହେଇଯିବ ଆପଣଙ୍କ ଥଣ୍ଡା – ନିଶ୍ଚୟ ଜାଣିରଖନ୍ତୁ

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ତ୍ତମାନ ଅଧିକ ବାୟୁ ପ୍ରଦୂଷଣ ଶ୍ଵାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ବିଶେଷ ପ୍ରଭାବିତ କରିଛି।ଛୋଟ ଠାରୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପୀଡିତ ହେଉଛନ୍ତି।ସକାଳୁ ଉଠିବା ପରେ ବହୁତ ଛିଙ୍କ ହେବା, ଛାତିରେ କଫ ଜମି ଯନ୍ତ୍ରଣା ହେବା ଓ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହେବା ଆଦି ସମସ୍ୟା ସାଧାରଣତଃ ଅଧିକ ଦେଖା ଦେଇଛି।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ତେଣୁ ନିମ୍ନରେ ଥଣ୍ଡାର ଏକ ପୌରାଣିକ ଉପଚାର ବର୍ଣ୍ଣନା କରାଯାଇଛି।ଯାହା ଅତ୍ୟନ୍ତ ଉପକାରୀ ଓ ଫଳପ୍ରଦ ଅଟେ।

ଏକ ପାତ୍ରରେ କିଛି ତୁଳସୀ ପତ୍ର ନେବ।ଓ କିଛି ପିଜୁଳି ପତ୍ରକୁ ଛୋଟ ଖଣ୍ଡ କରି ଏଥିରେ ପକେଇବ।ତାପରେ ଏହାକୁ ଗ୍ରାଇଣ୍ଡରରେ ଏହାର ଚଟଣୀ ପ୍ରସ୍ତୁତ କରିବ।ଏହା ପରେ ଏଥିରେ କିଛି ଅଦା ରସ ମିଶାଇବ।କାରଣ ଆପଣମାନେ ଜାଣନ୍ତି ଥଣ୍ଡାର ଉପଚାର ନିମନ୍ତେ ଅଦାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।ଓ ତାପରେ ଏଥିରେ କିଛି ହଳଦୀ ଗୁଣ୍ଡ ମିଶାଇବ।ଓ ଏକ ଚାମଚ ମହୁ ଏଥିରେ ମିଶାଇବ।ଓ ଏହାକୁ ଭଲ ଭାବରେ ମିଶାଇବା ପରେ କିଛି ତୁଳସୀ ପତ୍ର ଆଣିବ ଓ ଏଥିରୁ ଏକ ଚାମଚ ତୁଳସୀ ପତ୍ର ସହିତ ମିଶାଇ ଏହାକୁ ଚୋବାଇ ଚୋବାଇ ଖାଇବ।ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରିବ ଓ ତାପରେ କିଛି ଗରମ ପାଣି ପିଇବ।

ଆପଣମାନେ ସକାଳୁ ଉଠି ସ୍ପଷ୍ଟ ଅନୁଭବ କରିବେ ଆପଣଙ୍କ ଥଣ୍ଡା ବହୁତ କମି ଯିବ ଓ ଆପଣ ବହୁତ ସୁସ୍ଥ ଅନୁଭବ କରିବେ।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ଓ ଉପକାରୀ ହେବ।ଅତ୍ୟାଧୁନିକ ଔଷଧ ଅପେକ୍ଷା ପୌରାଣିକ ଉପଚାର ବେଶୀ ଫଳପ୍ରଦ ହୋଇଥାଏ।ଓ ଏହା ଶରୀର ଉପରେ କୌଣସି କୁପ୍ରଭାଵ ପକାଇ ନଥାଏ।ଓ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ।ତେଣୁ ଆପଣ ମାନେ ଏହି ଉପଚାର ନିତ୍ୟ ଅବଲମ୍ବନ କଲେ ଥଣ୍ଡାରୁ ନିଶ୍ଚିତ ଉପଶମ ପାଇବେ।

Leave a Reply

Your email address will not be published. Required fields are marked *