୨୦୨୧ ରୁ ୨୦୨୪ ମଧ୍ୟରେ ଶନିଦେବଙ୍କ ମହିମା ବରଷିବ ଏହି ରାଶିମାନଙ୍କ ଉପରେ..
1 min read
ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟଚକ୍ରକୁ ୧୨ଗୋଟି ରାଶିରେ ବିଭକ୍ତ କରାଯାଇଛି।ଏହି ରାଶିଫଳ ନିଜର ଭାଗ୍ୟରେଖା ସହିତ ଜଡିତ ହୋଇଛି।ଓ ଏହା ବହୁତ ପରିମାଣରେ ସତ ମଧ୍ୟ ହୋଇଥାଏ।
ସୁନ୍ଦରତମ ଗ୍ରହ ମାନଙ୍କ ମଧ୍ୟରେ ଶନି ହେଉଛନ୍ତି ସର୍ବଜନବିଦିତ।ଶନିଦେବଙ୍କ ମହିମା ଓ କରୁଣା ଅସୀମ।ଶନିଦେବଙ୍କ କୃପା ଦୃଷ୍ଟିରେ ଭିକାରୀ ରାଜା ହୋଇଥାଏ ଓ କୁଦୃଷ୍ଟିରେ ରାଜା ଭିକାରୀ ହୋଇଥାଏ।ରାଶି,ନକ୍ଷତ୍ର ଓ ଜାତକରେ ଶନିଦେବଙ୍କ ଅବସ୍ଥାନ ଓ ଚଳନକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ।ଶନିଦେବଙ୍କ ଚଳନ ଆମ ଭାଗ୍ୟ ଓ ଭବିଷ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।ନିମ୍ନରେ ୨୦୨୧ ରୁ ୨୦୨୪ ମଧ୍ୟରେ ସମସ୍ତ ରାଶି ଉପରେ ଶନିଙ୍କ ପ୍ରଭାବ କିପରି ରହିଛି ତାହା ବର୍ଣ୍ଣନା କରାଯାଇଛି।
ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସଫଳ ହେବାକୁ ଚାହାନ୍ତି।ଓ ନିଜ ଜୀବନରେ କୌଣସି ଜିନିଷରେ କିଛି ଅଭାବ କିମ୍ବା କମି ଇଚ୍ଛା କରନ୍ତି ନାହିଁ।ନିଜ କଠିନ ପରିଶ୍ରମର ଉଚିତ ଫଳ ପାଇବାକୁ ଚାହାନ୍ତି।ଯଦି ପରିଶ୍ରମର ସଠିକ ଫଳ ମିଳିନଥାଏ ତେବେ ବହୁତ ଦୁଃଖ ଅନୁଭୂତ ହୋଇଥାଏ।ଓ ଏହା ନିଜ ଭାଗ୍ୟ ଓ ରାଶିଚକ୍ର ଉପରେ ନିର୍ଭର କରିଥାଏ।
ମେଷ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଗାମୀ ୨୦୨୧ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଭଲ ସମୟ ଅଛି।ଶନିଙ୍କର ଶୁଭ ଚଳନ ହେତୁ ଏମାନେ ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଓ ଧନର ଆଗମନ ହେବ।
ବୃଷ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଆଗାମୀ୨୦୨୧ ରୁ ୨୦୨୪ ମଧ୍ୟରେ ଭଲ ସମୟ ଅଛି।ଏମାନଙ୍କ ଉପରେ ଶନିଙ୍କ ସହିତ ଶୁକ୍ରଙ୍କର ପ୍ରାଦୁର୍ଭାବ ମଧ୍ୟ ରହିବ।ବ୍ୟବସାୟ କ୍ଷେତ୍ରରେ ଏମାନେ ଏକ ନୂତନ ଇତିହାସ ସୃଷ୍ଟି କରିବେ।ଓ ଧନର କୌଣସି ଅଭାବ ରହିବ ନାହିଁ।
ମିଥୁନ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୧ ରୁ ୨୦୨୪ ସଫଳତାର ବର୍ଷ ଅଟେ।୨୦୨୦ରେ ଏମାନେ କରିଥିବା ପରିଶ୍ରମ ତଥା ଦେଇଥିବା ଅଗ୍ନି ପରୀକ୍ଷାର ସଠିକ ଫଳ ପାଇବେ ଓ ସେମାନଙ୍କ ସରଳତା ସେମାନଙ୍କ ସଫଳତାରେ ସହାୟକ ହେବ।
କର୍କଟ- ଆପଣଙ୍କ ପାଇଁ ୨୦୨୧ ରୁ ୨୦୨୪ ପରିଶ୍ରମର ବର୍ଷ ଅଟେ।ଆପଣ ସଠିକ ପରିଶ୍ରମ କଲେ ସଠିକ ଫଳ ପାଇବେ।ଏହା ଆପଣଙ୍କୁ ସଫଳତା ଦେବ ଓ ଆପଣଙ୍କ ଧନରେ କୌଣସି ଅଭାଵ ରହିବନି।ଓ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିବ।
ସିଂହ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୧ ରୁ ୨୦୨୪ ଚମତ୍କାରର ବର୍ଷ ଅଟେ।ଏହା ଆପଣଙ୍କୁ ଏକ ଉତ୍ତମ ବ୍ୟକ୍ତିତ୍ବ ପ୍ରଦାନ କରିବା ସହିତ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ।ଆଶାନୁରୂପ ଧନ ପ୍ରାପ୍ତି ହେବା ସହିତ ଆପଣ ସଫଳତା ପାଇବେ।
କନ୍ୟା- ଆପଣଙ୍କ ପାଇଁ ୨୦୨୧ ରୁ ୨୦୨୪ ଧନ ପ୍ରାପ୍ତିର ବର୍ଷ ଅଟେ।ଆପଣଙ୍କୁ ଅଜସ୍ର ଧନ ପ୍ରାପ୍ତିର ସୁଯୋଗ ରହିଛି।ଆପଣଙ୍କ ଉପରେ ଶନିଦେବଙ୍କ ଅଜସ୍ର କୃପା ରହିବ।ଓ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।
ତୁଳା- ଏହା ଶନିଦେବଙ୍କର ପ୍ରିୟ ରାଶି ଅଟେ।୨୦୨୧ ରୁ ୨୦୨୪ ମଧ୍ୟରେ ଆପଣଙ୍କ ଉପରେ ଶନିଦେବଙ୍କ କରୁଣା ରହିବ ଓ ଆପଣଙ୍କୁ ଧନ ପ୍ରାପ୍ତି ହେବ।ଆପଣଙ୍କ ଆର୍ଥିକ ସ୍ଥିତିରେ ଆସ୍ତେ ଆସ୍ତେ ସୁଧାର ଆସିବ।ଓ ଆପଣ ପ୍ରତ୍ୟେକ ସନ୍ଧ୍ୟାରେ ” ଓଁ ଶମ ଶନିଶ୍ଚରାୟ ନମଃ” ମନ୍ତ୍ର ଜପ କଲେ ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ।
ବିଛା- ଆପଣଙ୍କ ପାଇଁ ୨୦୨୧ ରୁ ୨୦୨୪ ବହୁତ ଖାସ ରହିବ ଓ ଆପଣଙ୍କ ଉପରେ ଶନିଙ୍କର ଅଜସ୍ର ଆଶୀର୍ବାଦ ରହିବ।ଆପଣଙ୍କ ଧନ ବୃଦ୍ଧି ହେବା ସହିତ ଆପଣଙ୍କ ମାନ ସଂମାନ ମଧ୍ୟ ବୃଦ୍ଧି ହେବ।ଓ ଆପଣ ଯାହା ପାଇବାକୁ ଇଚ୍ଛା କରୁଥିବେ ତାହା ଆପଣଙ୍କ ଭାଗ୍ୟ ଓ ଦୈବିକ କୃପାରୁ ଆପଣଙ୍କୁ ପ୍ରାପ୍ତି ହେବ।ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି।ଓ ସରଳରେ ସଫଳତା ହାସଲ କରନ୍ତି।
ଧନୁ- ଆପଣଙ୍କ ପାଇଁ ଏହି ବର୍ଷ ସବୁ ଉତ୍ତମ ଅଟେ।ବୃହସ୍ପତି ଆପଣଙ୍କ ଅଧିପତି ଅଟନ୍ତି।ଓ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି।ଶନିଙ୍କର ଆଶୀର୍ବାଦ ହେତୁ ଆପଣଙ୍କ ଧନରେ କୌଣସି ଅଭାଵ ରହିବନି ଓ ଆପଣ ସଫଳତା ହାସଲ କରିବେ।
ମକର- ଆପଣମାନେ ୨୦୨୧ ରୁ ୨୦୨୪ ମଧ୍ୟରେ ବହୁତ ଭାଗ୍ୟବାନ ରହିବେ।ଓ ଆପଣଙ୍କ ଉପରେ ଶନିଙ୍କ ଆଶୀର୍ବାଦ ରହିବା ସହିତ ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ।ଓ ଧନ ପ୍ରାପ୍ତି ହେବ।
କୁମ୍ଭ- ୨୦୨୧ ରୁ ୨୦୨୪ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ।ଏହା ଶନିଦେବଙ୍କ ନିଜସ୍ଵ ରାଶି ଅଟେ।ଓ ବୃହସ୍ପତି ଏହି ରାଶିର ଅଧିପତି ଅଟନ୍ତି।ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ଆପଣ ସମସ୍ତ ରିଷ୍ଠରୁ ରକ୍ଷା ପାଇବେ ଓ ସନ୍ଧ୍ୟାରେ “ଓଁ ଶମ ଶନିଶ୍ଚରାୟ ନମଃ” ମନ୍ତ୍ର ଜପ କରନ୍ତୁ।
ମୀନ- ଏହି ବର୍ଷ ସବୁ ଆପଣଙ୍କ ପାଇଁ ଶୁଭ ଅଟେ।ଶନି ରାହୁ କେତୁ ମିଶିକି ଆପଣଙ୍କୁ କୃପା କରିବେ।ଓ ଆପଣ ଅଜସ୍ର ଧନ ଲାଭ କରିବା ସହିତ ଭାଗ୍ୟଶାଳି ହେବେ।