November 22, 2024

Odia Express

Here, There and Everywhere

ମଜାଦାର ପ୍ରଶ୍ନ ସହ ବୁଦ୍ଧିର ପରୀକ୍ଷା – ଗୋଟିଏ ନାମ କୁହ ଯାହାକି ଏକ ଗାଁ ନାମ, ଏକ ସ୍ୟାମ୍ପୋର ନାମ ,ଏକ ଫଳର ନାମକୁ ଓ ଗୋଟେ ଗଛର ନାମକୁ ବୁଝାଉଥିବ?ବୁଦ୍ଧିମାନ ହେଇଥିଲେ ସହଜରେ ଉତ୍ତର ଦେଇ ପାରିବେ..

1 min read

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।ତେଣୁ ନିମ୍ନରେ କେତେକ କୌତୁହଳ ପ୍ରଶ୍ନ ଆଲୋଚନା କରାଯାଇଛି।ଯାହାକି ଆପଣଙ୍କ ବୁଦ୍ଧିର ପରୀକ୍ଷା ଅଟେ।ଆପଣ ନିଜେ ଚିନ୍ତା କରିବେ ଏହାର ଉତ୍ତର ଦେବାକୁ।ଏଥିରେ ମଧ୍ୟ ଉତ୍ତର ବର୍ଣ୍ଣନା ହୋଇଛି।ତେଣୁ ଏହା ନିଶ୍ଚିତ ରୂପେ ଆପଣଙ୍କ ଜ୍ଞାନର ପରିସର ବ୍ୟାପ୍ତ କରିବା ସହିତ ଆପଣଙ୍କ ବୁଦ୍ଧିର ବିକାଶ ସାଧନରେ ଯଥେଷ୍ଟ ସହାୟକ ହେବ।

ପ୍ରଶ୍ନ-୧: ଗୋଟିଏ ଲୋକ ତା କାରରେ ବସିଥିଲା।ଓ ସେ କାରରେ ତିନୋଟି ଗେଟ ଦେଖିଲା।ପ୍ରଥମେ ସୁନା, ତାପରେ ରୁପା ଓ ତାପରେ ହୀରାର।ତେବେ ସେ ପ୍ରଥମେ କେଉଁ ଗେଟ ଖୋଲିବ?

ଉତ୍ତର- ଏହା ବହୁତ ସରଳ ଅଟେ।ଓ ବୁଦ୍ଧିମାନର ପ୍ରଶ୍ନ ଅଟେ।ପ୍ରଥମେ ଲୋକଟି ନିଜ କାରର ଗେଟ ପ୍ରଥମେ ଖୋଲିବ।କାରଣ ସେ ନିଜ କାରରୁ ବାହାରିଲେ ଯାଇ ସୁନା ରୁପା ଓ ହୀରର ଗେଟ ପାଖରେ ପହଞ୍ଚିବ।ତେଣୁ ଲୋକଟି ପ୍ରଥମେ ନିଜ କାରର ଗେଟ ଖୋଲିବ।

ପ୍ରଶ୍ନ-୨: ଗୋଟିଏ ବୁଢାଲୋକ ଦିନେ ବସରେ ଚଢ଼ିଲା।ତାପରେ ଏକ ଛୋଟ ଝିଅ ବସିବା ପାଇଁ ତାକୁ ସିଟ ଦେଲା ଓ ତାପରେ ଲୋକଟି ଝିଅକୁ ଧନ୍ୟବାଦ କହିଲା ଓ ତା ନାମ ପଚାରିଲା।ଝିଅଟି କହିଲାକି ମୋ ନାମ ହିନ୍ଦୀରେ କହିବି କି ଇଂରାଜୀରେ କହିବି କି ଗଣିତରେ କହିବି।ତାପରେ ଲୋକଟି କହିଲାକି ଗଣିତରେ କୁହ ବୋଲି।ତାପରେ ଝିଅଟି କହିଲା ମୋ ନାମ ୩_୧୧୨୧୧।ତେବେ ଝିଅଟିର ନାମ କଣ?

ଉତ୍ତର- ଝିଅଟିର ନାମ ହେଉଛି ଆଶା।ଏହା ବହୁତ ସହଜ ଅଟେ।କାରଣ ଏହି ନମ୍ବରକୁ ଭଲଭାବରେ ଦେଖିଲେ ହିନ୍ଦୀରେ ତାହା ଆଶା (आशा)ହେବ।ତେଣୁ ଝିଅଟିର ନାମ ଆଶା ଅଟେ।

ପ୍ରଶ୍ନ-୩: ଏପରି ଏକ ଜିନିଷର ନାମ କୁହ ଯାହାକି ଖାଇବା ପୂର୍ବରୁ ଦେଖାଯାଏ ନାହିଁ?

ଉତ୍ତର- ଧୋକା ହେଉଛି ଏହାର ସଠିକ ଉତ୍ତର।କାରଣ ଧୋକା ଖାଇବା ପୂର୍ବରୁ ଦେଖା ଯାଇନଥାଏ।

ପ୍ରଶ୍ନ-୪: ଏପରି ଏକ ଝିଅର ନାମ କୁହ ଯାହା ନାମରେ ଇଂରାଜୀ ସ୍ଵରବର୍ଣ a,e, i, o, u ନଥିବ?

ଉତ୍ତର- ଏହା ଏକ ବୁଦ୍ଧିମାନର ପ୍ରଶ୍ନ ଅଟେ।ଏହାର ଉତ୍ତର ହେଉଛି ଶ୍ରୀଷ୍ଟି।(shrysty)। ଏହି ନାମରେ ଆଦୋୖ ଇଂରାଜୀ ସ୍ଵରବର୍ଣ ନାହିଁ।

ପ୍ରଶ୍ନ-୫: ଗୋଟିଏ ନାମ କୁହ ଯାହାକି ଏକ ଗାଁ ନାମ, ଏକ ସ୍ୟାମ୍ପୋର ନାମ ,ଏକ ଫଳର ନାମକୁ ଓ ଗୋଟେ ଗଛର ନାମକୁ ବୁଝାଉଥିବ?

ଉତ୍ତର- ଏହା ଏକ ବୁଦ୍ଧିମାନର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଅଁଳା।ଯାହାକି ସମସ୍ତ ନାମକୁ ବୁଝାଉଛି।

ଉପରୋକ୍ତ କୌତୁହଳ ପ୍ରଶ୍ନ ବହୁତ ସୁନ୍ଦର ଓ ଜ୍ଞାନ ପ୍ରଦାୟକ ଅଟେ।ବୁଦ୍ଧିର ବିକାଶ ସାଧନରେ ଏହା ଯଥୋଚିତ ସହାୟକ ହୋଇଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ।ଓ ଆପଣମାନେ କିଛି ନୂଆ ତଥ୍ୟ ଜାଣିବାକୁ ପାଇବେ।ତେଣୁ ସର୍ବଦା ଜ୍ଞାନ ଅର୍ଜନ କରିବା ସହିତ ନିଜ ବୁଦ୍ଧିର ବିକାଶ ନିମନ୍ତେ ଶତ ଚେଷ୍ଟିତ ହେଲେ ଆପଣ ମାନେ ସଫଳତା ହାସଲ କରିପାରିବେ।

Leave a Reply

Your email address will not be published. Required fields are marked *