November 22, 2024

Odia Express

Here, There and Everywhere

ପୁରୁଣା କାଶ,ଥଣ୍ଡା,କଫ ଏବଂ ଗଳାର ସବୁ କଷ୍ଟଠାରୁ ଗୋଟିଏ ଥରରେ ମୁକ୍ତି ପାଆନ୍ତୁ…

ଆଜି ଆମେ ୩ପ୍ରକାରର ଘରୋଇ ଉପଚାର ଜାଣିବା ଯାହା ୧ମିନିଟରେ ହୋଇଯାଏ ଯାହାଦ୍ଵାରା ପୁରୁଣା କାଶ,ଥଣ୍ଡା,କଫ ଏବଂ ଗଳାର ସବୁ କଷ୍ଟର ଚିକିତ୍ସା କରିପାରିବେ।ଏହା ବହୁତ ପ୍ରଭାବଶାଳୀ ଅଟେ।ତେବେ ପ୍ରଥମ ଉପାୟ ଟନସିଲ ସହ ଜଡିତ ଗଳାରେ କଷ୍ଟ, ଗଳାରେ କିଛି ଅଟକିଥିବା ଭଳି ଅନୁଭବ ହେବା,ଟନସିଲର ବଢିବା ଇତ୍ୟାଦି ଆପଣଙ୍କର ଦୂର ହେବ।ଦ୍ୱିତୀୟରେ କଫ, ଥଣ୍ଡା ଓ ଫ୍ଲୁ ଏବଂ ଜମିଥିବା କଫକୁ ବାହାରକରିବାର ଉପାୟ ଅଛି।୩ୟରେ ପୁରୁଣା କାଶର ଚିକିତ୍ସା କରିବାର ଉପାୟ ଅଛି।

୧)ପ୍ରଥମେ କଡେଇରେ ୧ଗିଲାସ ପାଣିକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।ପାଣିକୁ ଅଧିକ ଫୁଟାନ୍ତୁନାହିଁ ଖାଲି ଗରମ କରନ୍ତୁ।ଏଥିରେ ଏକ ଛୋଟ ଚାମଚ ଖାଇବାସୋଡା ପକାନ୍ତୁ ଓ ଆଞ୍ଚକୁ ବନ୍ଦ କରିଦିଅନ୍ତୁ।ତେବେ ଆପଣ ଜାଣିଲେ ଏହା କେତେ ସହଜ।ଏହାକୁ ପିଅନ୍ତୁନାହିଁ କେବଳ ଗଳାରେ କୁଳି କରନ୍ତୁ।ଅଳ୍ପ ଅଳ୍ପ କରି ପାଟିରେ ନିଅନ୍ତୁ କିଛି ସମୟ ରଖି ଫୋପାଡ଼ି ଦିଅନ୍ତୁ।ସମ୍ପୂର୍ଣ୍ଣ ଗିଲାସ ପାଣିକୁ ଶେଷ କରନ୍ତୁ।ଦିନକୁ ୨ଥର ଏହାକୁ କରନ୍ତୁ।

୨) ଦ୍ୱିତୀୟ ଉପଚାର କଫକୁ ବାହାର କରିବାପାଇଁ ଅଟେ।ଥଣ୍ଡାରୁ ବହୁତ ଉପଶମ ମିଳିବ।ଏକ କଡେଇ ନିଅନ୍ତୁ ଏଥିରେ ଏକ ଗିଲାସ ପାଣି ଦିଅନ୍ତୁ।ମଧ୍ୟମ ଆଞ୍ଚରେ ଏହାକୁ ଗରମ କରନ୍ତୁ।ପାଣି ଫୁଟିବା ଆରମ୍ଭ ହେଲେ ଏଥିରେ ଏକ ଚାମଚ ହଳଦୀ ପକାନ୍ତୁ ଆପଣ ଖଣ୍ଡ ହଳଦୀ ମଧ୍ୟ ବ୍ୟବହାର କରିପାରିବେ।ହଳଦୀ ପକାଇ ଏହାକୁ ଭଲଭାବରେ ଫୁଟିବାକୁ ଦିଅନ୍ତୁ ଯାହାଦ୍ଵାରା ହଳଦୀ ଭଲଭାବରେ ରାନ୍ଧି ହୋଇଯିବ ଏବଂ ଏହାର ସ୍ୱାଦ ଖରାପ ଲାଗିବନାହିଁ।ଏହି ଉପଚାରକୁ ଆପଣଙ୍କୁ ୨ଥର କରିବାକୁ ହେବ ରାତିରେ ଶୋଇବା ପୂର୍ବରୁ ଓ ସକାଳୁ ଖାଳିପେଟରେ ନିଶ୍ଚିତ କରନ୍ତୁ।ଯାହାଦ୍ୱାରାକି ଯେତେବି ବକୁଳି ଜମିଅଛି ତାହା ବାହରିଯିବ।ହଳଦୀ ଫୁଟି ଏହାର ରଙ୍ଗ ବଦଳିଲା ପରେ ଏବେ ଏଥିରେ ବହୁତ କମମାତ୍ରାରେ ସନ୍ଧବ ଲୁଣ ପକେଇବା।

ଏଥିରେ ଏହାର ସ୍ୱାଦ ଭଲ ହେବ।ଏହା କାଶ, ଥଣ୍ଡା, କଫ ପାଇଁ ବହୁତ ଲାଭଦାୟକ ଅଟେ।ସାଧାରଣ ଲୁଣ ପକାନ୍ତୁନାହିଁ।୨ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ।ଏହାପରେ ଏଥିରେ ୧/୪ଚାମଚ ଘିଅ ପକାନ୍ତୁ।ଏହା ପକେଇବାଦ୍ଵାରା ଗଳାରେ ଥିବା କଫ ବଢିଥିବ ତେବେ ଏହା ଏକ ଲେପ ଭଳି କାମକରିବ ଓ କଫ ବହୁତ ସହଜରେ ବାହାରକୁ ଆସିଯିବ।ଘିଅ ବଦଳରେ ଆପଣ ମହୁକୁ ବ୍ୟବହାର କରିପାରିବେ।ଯଦି ଆପଣ ମହୁ ବ୍ୟବହାର କରୁଛନ୍ତି ତେବେ ପିଇବା ସମୟରେ ଏହାର ଉପରେ ପକାନ୍ତୁ କାରଣ ମହୁକୁ ଫୁଟାଯାଏ ନାହିଁ।ଏବେ ଅଳ୍ପ ଲେମ୍ବୁରସ ପକାନ୍ତୁ।ଆଞ୍ଚରୁ କାଢ଼ିବାପରେ ହିଁ ଲେମ୍ବୁରସ ପକାନ୍ତୁ।୫ରୁ ୬ବୁନ୍ଦା ରସ ପକାନ୍ତୁ।

୩)ତୃତୀୟ ଉପଚାର ପାଇଁ ଅଦା ନିଅନ୍ତୁ।ଏହାର ଚୋପାକୁ ଛେଲନ୍ତୁ।ଏହାକୁ ଏକ ପାତ୍ରରେ ଏହାକୁ ଚିପୁଡି ରସ ବାହାରକରନ୍ତୁ।ଏବଂ ଏହାକୁ ପିଅନ୍ତୁ।ଏହାକୁ ଚାହା କରି ମଧ୍ୟ ପିଇପାରନ୍ତି।ଏହାକୁ ଗରମ କରି ମୁହଁକୁ ଘୋଡାଇ ଏହାର ବାଷ୍ପକୁ ନିଅନ୍ତୁ ଏହାଦ୍ଵାରା ନାକ ଫିଟିଯାଏ।ଏଥିରେ ଆପଣଙ୍କୁ ବହୁତ ଆଶ୍ୱସ୍ତି ମିଳିବ।

ଆପଣ ଅଦା ବଦଳରେ ଶୁଣ୍ଠି ବ୍ୟବହାର କରିପାରିବେ।ଏବେ ଆପଣ ଅଳ୍ପ ଅଦାକୁ ଘଷିଦିଅନ୍ତୁ।ଏଥିପାଇଁ ଆପଣ ଏକ ବଡ ଚାମଚରେ ଅଦାର ରସକୁ ଗରମ କରନ୍ତୁ।ତେବେଯାଇ ଏହା କାଶ ଉପରେ ପ୍ରଭାବ ପକାଇବ।ଏବେ ଏହି ଗରମ ଅଦାରସରେ ଏକ ଛୋଟ ଚାମଚ ହଳଦୀ ମିଶାନ୍ତୁ।ଏବଂ ଏଥିରେ ଏକ ବଡ ଚାମଚ ମହୁ ପକାନ୍ତୁ।ମହୁ ବଦଳରେ ଆପଣ କଳା ଗୁଡର ବ୍ୟବହାର କରିପାରିବେ।ଏହା ସବୁ ପ୍ରକାରର କାଶ ପାଇଁ ଲାଭଦାୟକ ଅଟେ।ଏହା ଦିନକୁ ୨ଥର ନିଅନ୍ତୁ।

Leave a Reply

Your email address will not be published. Required fields are marked *