କଞ୍ଚା ପିଆଜ ଯଦି ଆପଣ ଖାଉଛନ୍ତି ତେବେ ନିଶ୍ଚୟ ପଢିନିୟନ୍ତୁ ଏହି କଥା – ଯାହା ଆପଣ କେବେ ଜାଣି ନଥିବେ..
ପୌରାଣିକ ଯୁଗରେ ସ୍ୱାସ୍ଥ୍ୟ ଖରାପ ହେଲେ କିମ୍ବା କୌଣସି ତ୍ରୁଟି ଦେଖାଗଲେ ବୃକ୍ଷ ଲତା ଓ ପନିପରିବା ଓ ଫଳମୂଳ ମଧ୍ୟରେ ଔଷଧୀୟ ଗୁଣ ଚିହ୍ନଟ କରାଯାଉଥିଲା।ଓ ତାହା ଶରୀର ପାଇଁ ବହୁତ ଉପକାରୀ ହେବା ସହିତ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେଉଥିଲା।ତେଣୁ ଅତ୍ୟାଧୁନିକ ଔଷଧ ଅପେକ୍ଷା ଏସବୁର ନିୟମିତ ସେବନ ମନୁଷ୍ୟକୁ ସ୍ୱାସ୍ଥ୍ୟବାନ କରିବା ସହିତ ରୋଗମୁକ୍ତ କରିଥାଏ।ଓ ଶରୀର ସମସ୍ତ ଚୟାପଚୟ ପ୍ରକ୍ରିୟାରେ ନିୟନ୍ତ୍ରତା ଆଣିଥାଏ।
ସେହିପରି ପିଆଜ ତନ୍ମଧ୍ୟରୁ ଅନ୍ୟତମ ଅଟେ।ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ।ଏହାର ଅନନ୍ୟ ଉପାଦେୟତା ଶରୀରର ଯଥେଷ୍ଟ ଉପକାର ସାଧନ କରିଥାଏ।ଏହାକୁ କାଟିବା ସମୟରେ ଆଖିରେ ଲୁହ ଆସିଯାଏ।ହେଲେ ଏହା ଶରୀର ପାଇଁ ବହୁତ ଉପକାରୀ ଅଟେ।କଞ୍ଚା ପିଆଜର ଉପକାରୀତା ଶରୀର ପାଇଁ ବହୁତ ଅଟେ।
କଞ୍ଚା ପିଆଜ ନିୟମିତ ଖାଇବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।ଏଥିରେ ତନ୍ତୁ ବା ଫାଇବର ବହୁତ ପରିମାଣରେ ଥାଏ।ଏହା ଆମର ଶରୀରର ସମସ୍ତ ଖାଦ୍ୟକୁ ଠିକ ଭାବେ ହଜମ କରିଥାଏ।ଓ ପେଟ ସଫା ରଖିଥାଏ।ଏହା ଖରାଦିନ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ।ଖରାଦିନେ ସାଧାରଣତଃ ନାକ ପୁଡ଼ାରୁ ଓ ଦାନ୍ତ ମୂଳରୁ ରକ୍ତ ଝରିଥାଏ।ପିଆଜକୁ ଗରମ କରି ଏଥିରେ ଦେଲେ ଏହି ଯନ୍ତ୍ରଣାରୁ ଶୀଘ୍ର ଉପଶମ ମିଳିଥାଏ।ଥଣ୍ଡା, କଫ ଓ ସର୍ଦ୍ଧି ପାଇଁ ମଧ୍ୟ ଏହା ବହୁତ ଉପକାରୀ ଅଟେ।କଞ୍ଚା ପିଆଜର ରସକୁ ଦହି ସହିତ ମିଶାଇ ଖାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ।
କଞ୍ଚା ପିଆଜର ସବୁଠୁ ବଡ଼ ଉପକାରୀତା ହେଉଛି ଏହା କ୍ୟାନସର ଯୁକ୍ତ କୋଷକୁ ଵୃଦ୍ଧି ହେବାକୁ ଦିଏନାହିଁ।କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ଅନେମିଆ ରୋଗରୁ ମଧ୍ୟ ଉପଶମ ଦେଇଥାଏ।କାରଣ ଏଥିରେ ପ୍ରଚୁର ପରିମାଣରେ ସଲଫର ଅଛି।ଯାହାକି ଅନେମିଆ ରୋଗକୁ ଭଲ କରିଦିଏ।ପିଆଜକୁ ରୋଷେଇ କରିବା ଦ୍ୱାରା ଏହାର ସଲଫର ନଷ୍ଟ ହୋଇଥାଏ।ତେଣୁ କଞ୍ଚା ପିଆଜ ଶରୀର ପାଇଁ ଉପକାରୀ ଅଟେ।ଏହା କୋଲେଷ୍ଟରଲକୁ ମଧ୍ୟ ଅନେକାଂଶରେ ନଷ୍ଟ କରିଥାଏ।
ପିଆଜରେ ଅମିନୋ ଏସିଡ ଓ ମିଥାଇଲ ପାଇରଟ ଥାଏ।ଯାହାକି ଶରୀରର ଖରାପ କୋଲେଷ୍ଟରଲକୁ ନଷ୍ଟ କରିଦିଏ।ଏହା ଉଚ୍ଚ ରକ୍ତଚାପକୁ କମାଇବା ସହିତ ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ।ଏହା ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ହିତକାରୀ ଅଟେ।ଏହା ଶରୀରର ଇନସୁଳିନ ପରିମାଣ ବଢାଇ ଥାଏ।ତେଣୁ ପିଆଜ ସେବନ କରୁଥିବା ବ୍ୟକ୍ତି ବହୁତ ଉପକାର ପାଇଥାନ୍ତି।କିଛି ଲୋକଙ୍କୁ କଞ୍ଚା ପିଆଜର ସ୍ୱାଦ ଭଲ ଲାଗେ ନାହିଁ।ତେଣୁ ସେମାନେ ପିଆଜର ଚଟଣୀ ପ୍ରସ୍ତୁତ କରି ଖାଇପାରିବେ।ଯାହାକି ଶରୀର ପାଇଁ ହିତକାରୀ ଓ ଆରୋଗ୍ୟ ପ୍ରଦାୟକ ଅଟେ।ଆଶା କରୁଛି ଏହା ଆପଣଙ୍କ ପାଇଁ ଲାଭ ପ୍ରଦ ଅଟେ ଓ ଆପଣମାନେ ମଧ୍ୟ ସବୁବେଳେ କଞ୍ଚା ପିଆଜ ସେବନ କରନ୍ତୁ।