June 27, 2025

Odia Express

Here, There and Everywhere

ଶକ୍ତ ଚର୍ମ ପାଇଁ ଦଶଟି ଘରୋଇ ଉପଚାର – ଏହାକୁ ବ୍ୟବହାର କଲେ ଜୀବନସାରା ବୁଢାପା ଆସିବ ନାହିଁ ଆପଣାକୁ

1 min read

ସୌନ୍ଦର୍ଯ୍ୟତା ଈଶ୍ୱର ଦତ୍ତ ଅମୂଲ୍ୟ ଉପହାର ଅଟେ।ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଆକର୍ଷଣର କେନ୍ଦ୍ରସ୍ଥଳ ଅଟେ।ଜୀବନରେ ପ୍ରତ୍ୟେକ ବ୍ୟକ୍ତି ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାକୁ ଚାହାନ୍ତି ଓ ଏହାକୁ ହାସଲ କରିବା ପାଇଁ ଶତଚେଷ୍ଟିତ ଥାଆନ୍ତି।ଏଥିପାଇଁ ଆଜିକାଲି ବହୁତ ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି।ଶତପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ନିର୍ଭର ମଧ୍ୟ କରୁଛନ୍ତି।

ନିଜ ବାହ୍ୟ ଶରୀରର ସଠିକ ଗଠନ ନିମନ୍ତେ ମଧ୍ୟ ସମସ୍ତେ ଶତଚେଷ୍ଟିତ ଥାନ୍ତି ଓ ବିଭିନ୍ନ ଯୋଗ ଓ ବ୍ୟାୟାମ ନିୟମିତ କରିଥାନ୍ତି।ନିଜ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦିଅନ୍ତି।କିନ୍ତୁ ଆୟୁର୍ବେଦିକ ମତରେ ନିଜ ଶରୀରର ଉପଯୁକ୍ତ ଗଠନ ନିମନ୍ତେ ରସାୟନ ଅପେକ୍ଷା ଜୈବିକ ନିତାନ୍ତ ଆବଶ୍ୟକ ଅଟେ।ଓ ଏହା ଶରୀର ଉପରେ କୌଣସି କୁପ୍ରଭାଵ ପକାଇନଥାଏ।ତେଣୁ ସର୍ବୋପରି ଘରୋଇ ଉପଚାର ପ୍ରାଧାନ୍ୟ ଅଟେ।

ନିଜର ଶକ୍ତ ତ୍ୱଚା ପାଇଁ ପ୍ରାୟ ବ୍ୟକ୍ତି ଚିନ୍ତିତ ଓ ଚେଷ୍ଟିତ ଥାନ୍ତି।ଏଥିପାଇଁ କିଛି ଘରୋଇ ଉପଚାର ନିମ୍ନରେ ବର୍ଣ୍ଣନା କରାଯାଇଛି।

ଉପଚାର-୧: ଏକ ଚାମଚ କଫି ପାଉଡର,ଏକ ଚାମଚ ଚାଉଳ ଗୁଣ୍ଡ, ଏକ ଚାମଚ ମହୁ ଓ ଏକ ଚାମଚ କଞ୍ଚା କ୍ଷୀର ଏକାଠି ମିଶାଇ face mask ତିଆରି କରନ୍ତୁ ଓ ଏହାକୁ ମୁହଁରେ ଲଗାଇ ୧୫ କି ୨୦ ମିନିଟ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ଏହା ମୁହଁକୁ ଚମକପ୍ରଦ କରିବା ସହିତ ଶକ୍ତ ଓ ସୁନ୍ଦର କରିଥାଏ।

ଉପଚାର-୨: ଆଲୋବେରା ଜେଲ ତ୍ୱଚା ପାଇଁ ବହୁତ ଉପକାରୀ ଅଟେ ଓ ଏହା ତ୍ୱଚାକୁ ସୁନ୍ଦର ଓ ଚମକପ୍ରଦ କରିଥାଏ।ଏହାକୁ ନିୟମିତ ମାଲିସ କରିବା ଦ୍ୱାରା ତ୍ୱଚାରେ ନୂତନ ଆଭା ଆସିଥାଏ।

ଉପଚାର-୩: ମେଥିକୁ ରାତିସାରା ପାଣିରେ ଭିଜେଇକି ରଖିବ ଓ ସକାଳୁ ଏହାର ପେଷ୍ଟ ବନେଇକି ତ୍ୱଚାରେ ଲେପନ କରିବ ଓ ୧୫ କି ୨୦ ମିନିଟ ପରେ ଏହାକୁ ଧୋଇଦେବ।ଏହା ତ୍ୱଚାରେ ଚମକ ଆଣିବା ସହିତ ଏଥିରେ ଥିବା ଭିଟାମିନ ତ୍ୱଚା ପାଇଁ ଫଳପ୍ରଦ ଅଟେ।

ଉପଚାର-୪: ଅଲିଭ ତେଲ ତ୍ୱଚା ପାଇଁ ବହୁତ ଉପକାରୀ ଅଟେ।ଏହାକୁ ତ୍ୱଚାରେ ଲେପନ କରିବା ଦ୍ୱାରା ତ୍ୱଚା ମସୃଣ ଓ ଚମକପ୍ରଦ ହୋଇଥାଏ।

ଉପଚାର-୫: କାକୁଡିକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପେଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବା ଦ୍ଵାରା ତ୍ୱଚା ବହୁତ ଶକ୍ତ ଓ ଚମକପ୍ରଦ ହୋଇଥାଏ।ଏହା ମୁହଁରେ ଥିବା କଲଦାଗକୁ ଦୂର କରିବା ସହିତ ଶୁଖିଲା ଦେଖାଯାଏ ନାହିଁ।

ଉପଚାର-୬: ଚାଉଳ ଗୁଣ୍ଡ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ତିଆରି କରିବ ଓ ଏହାକୁ କିଛିଦିନ ମୁହଁରେ ଲଗେଇବ।ଓ ୧୫ମିନିଟ ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦେଵ।ଏହା ମୁହଁକୁ ଚମକପ୍ରଦ ଆଭା ପ୍ରଦାନ କରିବା ସହିତ କଲଦାଗକୁ ଦୂର କରିଥାଏ ଓ ମୁହଁ ଶୁଖିଲା ଲାଗେନାହିଁ।

ଉପଚାର-୭: ଲେମ୍ବୁ ଓ ଦହିକୁ ଏକାଠି ମିଶାଇ ମୁହଁରେ ଲଗେଇବ ଓ ଅଧଘଣ୍ଟା ପରେ ଏହାକୁ ଧୋଇଦେବା।ଏହା ମୁହଁରେ ଥିବା ମୃତକୋଷକୁ ଦୂର କରିବା ସହିତ ଚେହେରାରେ ଚମକ ଆଣେ ଓ ଚେହେରାର ଆଭାକୁ ବିକଶିତ କରିଥାଏ।

ଉପଚାର-୮: କଦଳୀ ଓ ଗୋଲାପ ଜଳକୁ ଏକାଠି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା ଓ ଏହାକୁ କିଛି ସମୟ ମୁହଁରେ ଲଗାଇ ମୁହଁକୁ ଧୋଇଦେବା।ଏହା ମଧ୍ୟ ତ୍ୱଚା ପାଇଁ ବହୁତ ଫଳପ୍ରଦ ହୋଇଥାଏ।ଓ ତ୍ୱଚାର ଆଭାକୁ ବର୍ଦ୍ଧିତ କରିଥାଏ।

ଉପଚାର-୯: ଆଲୋବେରା ଜେଲ ଓ ମହୁକୁ ଏକାଠି ମିଶାଇ ମୁହଁରେ ଲଗେଇବା ଓ ୧୫ କି ୨୦ ମିନିଟ ପରେ ଏହାକୁ ଧୋଇଦେବା।ଏହା ତ୍ୱଚାପ୍ରତି ଚମକପ୍ରଦ ହୋଇଥାଏ ଓ ଆଭାଯୁକ୍ତ ହୋଇଥାଏ।ଓ ତ୍ୱଚାକୁ ଶକ୍ତ କରିଥାଏ।

ଉପଚାର-୧୦: ଅଣ୍ଡାର ଧଳାଅଂଶ ମୁହଁରେ ଲେପନ କରିବ ଓ କିଛି ସମୟ ପରେ ଏହାକୁ ଧୋଇଦେବା।ଫଳରେ ଏହା ତ୍ୱଚାରେ କୋଲାଜେନ ବୃଦ୍ଧି କରିବା ସହିତ ତ୍ୱଚାକୁ ଆଭାଯୁକ୍ତ କରିଥାଏ।ଓ ତ୍ୱଚାକୁ ଶକ୍ତ କରିଥାଏ।

Leave a Reply

Your email address will not be published. Required fields are marked *