November 19, 2024

Odia Express

Here, There and Everywhere

ସାରୁପତ୍ରର ପକୁଡ଼ି କିପରି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା – ଥରେ ଖାଇଲେ ସବୁବେଳେ ଖାଇବା ପାଇଁ ଇଚ୍ଛା କରିବେ -ପ୍ରସ୍ତୁତ ପ୍ରଣାଳୀ ଜାଣିରଖନ୍ତୁ..

ସାରୁପତ୍ରରେ ପକୁଡ଼ି କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା । ବର୍ଷାଦିନେ ସାରୁପତ୍ରରେ ତରକାରୀ ଏବଂ ପକୁଡ଼ି ପ୍ରସ୍ତୁତି କରିବାର ମଜା ହିଁ ଗୋଟେ ଅଲଗା ପ୍ରକାରର ହୋଇଥାଏ ଏବଂ ତାର ସ୍ଵାଦ ବି ଆହୁରି ଅପୂର୍ବ ହୋଇଥାଏ । ତ ଏଥିପାଇଁ ମୁଁ ପ୍ରଥମେ ବେସନ ନେଲି ବେସନରେ ଧନିଆ ପକେଇଲି, ତାପରେ ସେଥିରେ ଲୁଣ , ହଳଦୀ ,ଲଙ୍କା ଗୁଣ୍ଡ ଏବଂ ତା ସହ ଟିକେ ଗରମ ମସଲା ପକାଇଛି । ସବୁ ଜିନଷକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଅଧା ଚାମଚ୍ ଚାର୍ଟ ମସଲା ମିଶାଇବେ । ଆପଣ ଚାହିଁଲେ ଏଥିରେ ଟିକେ ଲେମ୍ବୁ ରସ ମଧ୍ୟ ପକାଇପରିବେ । ଟିକେ ଚଟପଟି ହେଲେ ଭଲ ଲାଗିଥାଏ । ଆମେ ଯେଉଁ ବେସନ ନେଇଥିଲେ ସେଥିରେ ସବୁ ଶୁଖିଲା ମସଲା ମିଶେଇଦେଲି । ତାପରେ ସେଥିରେ ପାଣି ମିଶେଇକି ଗୋଲାଇବା । ତାପରେ ସେଥିରେ ଗୋଟେ ଚାମଚ ତେଲ ଢ଼ଳାଯିବ କାଇଁକି ନା ସେହି ମିଶ୍ରଣଟି ଭଲ ହେବ ।

ସେହି ସାରୁ ପତ୍ରକୁ ବହୁତ୍ ଭଲ ଭାବରେ ଧୋଇଦିଅନ୍ତୁ । ତା ପରେ ସେହି ସାରୁ ପତ୍ରକୁ ଆଣି ଏକ ଥାଳି ଉପରେ ଓଲଟା ରଖିଦିଆନ୍ତୁ ଏବଂ ତାପରେ ସେହି ପତ୍ର ଉପରେ ଆମେ ଯେଉଁ ବେସନ ର ମିଶ୍ରଣ ପ୍ରସ୍ତୁତ କରିଚେ ତାକୁ ଲଗାଇ ଦିଅନ୍ତୁ । ଆପଣ ସେହି ମିଶ୍ରଣକୁ ପତ୍ରର ସବୁଆଡେ ଲଗାଇ ଦିଅନ୍ତୁ ଯେତେ ଭଲ ଭାବରେ ଲଗାଇବେ ସେତେ ଭଲ ପକୁଡ଼ି ହେବ ।

ଗୋଟେ ପତ୍ର ନେଇକି ତା ଉପରେ ସବୁଆଡେ ଲଗାଇବା ପରେ ଅନ୍ୟ ଏକ ପତ୍ରକୁ ସେହି ବେସନର ମିଶ୍ରଣ ଉପରେ ରଖନ୍ତୁ ଏବଂ ପୁନଃ ସେହି ପତ୍ରକୁ ଓଲଟା ରଖି ଦିଅନ୍ତୁ । ସେହି ଓଲଟା ପତ୍ର ଉପରେ ପୁଣି ବେସନ ଲଗାନ୍ତୁ । ତା ଉପରେ ପୁଣି ସେହିପରି କରି ଅନ୍ୟ ଏକ ପତ୍ର ରଖି ତା ଉପରେ ବେସନର ମିଶ୍ରଣ ଲଗାଇ ଦିଅନ୍ତୁ।

ତଳେ ଏକ ବଡ଼ ପତ୍ର ରଖନ୍ତୁ ତାପରେ ତା ଠୁ ଟିକେ ଛୋଟ ପତ୍ର ଏବଂ ଉପରେ ସବୁଠୁ ଛୋଟ ପତ୍ର ରଖନ୍ତୁ । ତଳେ ଥିବା ବଡ଼ ପତ୍ର ଟିର ଉପର ଅଂଶକୁ ଟିକେ ମୋଡ଼ି ଦିଅନ୍ତୁ ତା ପରେ ସେହି ପତ୍ରର ପାର୍ଶ୍ଵ ଭାଗକୁ ଟିକେ ଟିକେ ମୋଡ଼ି ଦିଅନ୍ତୁ ଏବଂ ତାପରେ ସେହି ମୋଡା ହେଇଥିବା ଅଂଶ ଉପରେ ବେସନର ମିଶ୍ରଣକୁ ଲଗାଇ ଦିଅନ୍ତୁ । ତାପରେ ସେହି ପତ୍ର ସବୁକୁ ଉପରୁ ତଳ ଆଡ଼କୁ ମୋଡ଼ି ଦିଅନ୍ତୁ ।

ଏହିପରି କରି ଅନ୍ୟ ତିନୋଟି ପତ୍ର ନେଇକି କରିବା କିନ୍ତୁ ଯଦି ପତ୍ରର ଆକାର ଛୋଟ ହେଇଥିବା ତାହେଲେ ଚାରୋଟି ପତ୍ର ନେଇପାରିବେ । ସେହିପରି କରି ଆମେ ଅନ୍ୟଟି ବି ପ୍ରସ୍ତୁତ କରିଦେବା । ତାପରେ ଆମକୁ ସେହି ଗୁଡ଼ାଯାଇଥିବା ପତ୍ର କୁ କୁକର ମଧ୍ୟରେ ରଖି ବାମ୍ଫ ଦେବାକୁ ହେବ ମାତ୍ର ୧୦ ମିନିଟ। ତାପରେ ଯେତେବେଳେ ବାମ୍ଫ ହେଇଯିବ ସେହି ପତ୍ରକୁ ବାହାରକୁ କାଢ଼ିଆଣି ତାକୁ ଛୁରୀରେ କାଟିବାକୁ ହେବ । ତାପରେ ସେହି କରିଥିବା ଖଣ୍ଡ ସବୁକୁ କଡାଇରେ ଟିକେ ତେଲ ଢାଳି ସେଥିରେ କିଛି ସମୟ ଏପଟ ସେପଟ କରିବାକୁ ହେବ ଯେତେବେଳେ ଯାଏ ସେଇଟା ଟିକେ ହଳଦିଆ ନା ହେଇଛି । ଟିକେ ହଳଦିଆ ହେଇଗଲେ କଢ଼ିଦେବା ଏବଂ ତାପରେ ଆମର ପ୍ରସ୍ତୁତ ହେଇଯିବ ସାରୁର ପକୁଡ଼ି ଏବଂ ଏହାପରେ ଏହାକୁ ଖାଇକି ଏହାର ଅପୂର୍ବ ସ୍ୱାଦର ମଜା ନିଅନ୍ତୁ ।ଏହିପାରି ଭାବରେ ଆପଣ ସାରୁର ପକୁଡି ପ୍ରସ୍ତୁତ କରିପାରିବେ ।

Leave a Reply

Your email address will not be published. Required fields are marked *