October 15, 2025

Odia Express

Here, There and Everywhere

କ୍ୟାଲସିୟମ ଅଭାବ ର ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର ରାମବାନ ଉପାୟ ଜାଣିରଖନ୍ତୁ – ଜୀବନରେ କେବେ ହେବ ନାହିଁ କୌଣସି ପ୍ରକାର ଅସୁବିଧା..

1 min read

ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏହାର ଉପଯୁକ୍ତ ଯତ୍ନ ଅନସ୍ୱୀ କାର୍ଯ୍ୟ ଅଟେ।ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଏକ ନିରାମୟ ଜୀବନ ଅତିବାହିତ କରିବାକୁ ଚାହାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତ କାର୍ଯ୍ୟରେ ଉତ୍ସାହ ଓ ଉତ୍କଣ୍ଠାକୁ ଦ୍ୱିଗୁଣିତ କରିବା ସହିତ ସମସ୍ତ କାର୍ଯ୍ୟକୁ କରିଥାଏ ସଠିକ, ସୁନ୍ଦର ଓ ମଧୁର।ତେଣୁ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ଖାଦ୍ୟର ଆବଶ୍ୟକତା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଶରୀର ପାଇଁ ଉପଯୁକ୍ତ ଖାଦ୍ୟର ପ୍ରୟୋଜନୀୟତା ଶରୀର ଉଚିତ ବିକାଶରେ ସହାୟକ ହୋଇଥାଏ।ସମସ୍ତ ପ୍ରକାର ଖାଦ୍ୟ ଶରୀରର ଭିନ୍ନ ଭିନ୍ନ ବିକାଶରେ ନିୟୋଜିତ ହୋଇଥାନ୍ତି।ହେଲେ ସମାଜରେ ସବୁ ଶ୍ରେଣୀର ଲୋକ ସମାନ ନୁହନ୍ତି।କିଏ ଧନୀ ଓ କିଏ ଗରିବ ହୋଇଥାନ୍ତି।କିନ୍ତୁ ଧନୀ ହୁଅନ୍ତୁ ବା ଗରିବ ସମସ୍ତେ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ଅଭିଳାଷ ରଖିଥାନ୍ତି ଓ ନିଜ ସ୍ୱାସ୍ଥ୍ୟର ଗଠନ ନିମନ୍ତେ ଭିଟାମିନ ଯୁକ୍ତ ଖାଦ୍ୟ ଆବଶ୍ୟକ କରନ୍ତି।ହେଲେ ଧନୀ ଲୋକଙ୍କ କ୍ଷତ୍ରରେ ଏହା ଯଥେଷ୍ଟ ସହାୟକ ହୋଇଥାଏ।ଅଧିକ ମୂଲ୍ୟରେ ମିଳୁଥିବା ଭିଟାମିନ ଯୁକ୍ତ ଖାଦ୍ୟ ଗରିବ ତଥା ମଧ୍ୟମ ଶ୍ରେଣୀର ଲୋକ ସହଜରେ ଆଣି ପାରନ୍ତି ନାହିଁ। ଯଥା- କାଜୁ, ଆକ୍ରୋଟ ଇତ୍ୟାଦି।

ବର୍ତ୍ତମାନ ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନିମନ୍ତେ ଏକ ସୁନ୍ଦର ଉପଚାର ନିମ୍ନରେ ବର୍ଣ୍ଣିତ ହୋଇଛି।ଯାହାକି ପ୍ରତ୍ୟେକ ଶ୍ରେଣୀର ଲୋକ ଏହାକୁ ପ୍ରସ୍ତୁତ କରିପାରିବେ ଓ ଏଥିପାଇଁ ଆବଶ୍ୟକ ଜିନିଷ ଅଧିକ ମୂଲ୍ୟ ନୁହେଁ।ଯାହାକି ସହଜରେ ମିଳିପାରିବ।ହେଲେ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ଜାଣିବା ଉଚିତ। ଏହା ନିମ୍ନରେ ଦିଆଯାଇଛି।ଆଶା କରୁଛି ଏହା ଆପଣଙ୍କ ଉପକାରରେ ଆସିବ ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ଓ ଶକ୍ତ କରିବା ପଥରେ ଏହା ସୁଗମ ହୋଇପାରିବ।

ଏହା ଅସ୍ଥି ଜନିତ ବ୍ୟଥାକୁ ଦୂର କରିବା ସହ ମସ୍ତିଷ୍କର ଉପଯୁକ୍ତ ବିକାଶରେ ସହାୟକ ହୋଇଥାଏ।ଅନେକ ସମୟରେ ଆମେ ରାତିରେ ଆରାମରେ ଶୋଇକି ଉଠିବା ପରେ ମଧ୍ୟ ଆମକୁ ଦୁର୍ବଳ ଅନୁଭବ ହୋଇଥାଏ।ଏବଂ ଅନେକ ସମୟରେ ରାତିରେ ଶୋଇବା ସମୟରେ ପାଦରେ ବହୁତ ଦରଜ ହୋଇଥାଏ।ଏଥିପାଇଁ ଅନେକ ବ୍ୟକ୍ତି ବହୁତ ଚିନ୍ତିତ ରୁହନ୍ତି। ବହୁତ ମହଙ୍ଗା ଅତ୍ୟାଧୁନିକ ଔଷଧର ସେବନ କରନ୍ତି।କିନ୍ତୁ ଏହା ଆଦୋୖ ମହଙ୍ଗା ନୁହେଁ।ଏହା ସସ୍ଥା ଓ ଉପକାରୀ ଅଟେ।

ପ୍ରଥମେ ଏକ କଡେ଼ଇ ନେବ ଓ ସେଥିରେ ୨୫୦ ମିଲି ଲିଟର କ୍ଷୀର ନେବ।କ୍ଷୀର ଆମ ଶରୀର ନିମନ୍ତେ ବହୁତ ଉପକାରୀ ଅଟେ।ଏହା ଛୋଟ ଓ ବଡ଼ ସମସ୍ତଙ୍କୁ ଯଥେଷ୍ଟ ଶକ୍ତି ଦିଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଶୋଇବା ସମୟରେ କ୍ଷୀର ପିଇ ଶୋଇବା ଉଚିତ।କାରଣ ଶୋଇବା ସମୟରେ ଆମ ଶରୀର ମରାମତି ହୋଇଥାଏ।ଏଥିପାଇଁ କ୍ଷୀର ଜରୁରୀ ଅଟେ।

ତାପରେ ଏଥିରେ ମଧୁରୀ ଓ ଗୁଜୁରାତିର ଗୁଣ୍ଡ କରି ଅଧା ଚାମଚ ମିଶେଇବେ।ଏହା ଆମ ଶରୀର ସନ୍ତୁଳନରେ ବିଶେଷ ଭୂମିକା ଗ୍ରହଣ କରିଥାଏ।ଏହା ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ତାପରେ ଏଥିରେ ଡାଲଚିନି ଖଣ୍ଡ ମିଶେଇବେ ଓ ଗରମ କରିବେ।

ଡାଲଚିନି ଆମ ଶରୀରର ଡାଇବେଟିସ ସମସ୍ୟାକୁ ଦୂର କରିବା ସହିତ ଆମଶରୀରରେ ଶ୍ୱେତ ରକ୍ତ କଣିକା ତିଆରିରେ ସହାୟକ ହୋଇଥାଏ।ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଵୃଦ୍ଧି କରିଥାଏ।ତାପରେ ଏଥିରେ ଅଧା ଚାମଚ ଅଦା ଖଣ୍ଡ ମିଶେଇବେ।ଓ ଏହାକୁ କିଛି ସମୟ ଫୁଟେଇବେ।ଆପଣ ଯଦି ମିଠା ଅଂଶ ଚାହାନ୍ତି ତେବେ ଏଥିରେ ମିଶ୍ରି କିମ୍ବା ଗୁଡ ମିଶେଇ ପାରିବେ।ଓ ସମସ୍ତ ମିଶ୍ରଣକୁ ଛାଣି କରି ସେବନ କରି ପାରିବେ।

ଏହାକୁ ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳ ଭୋଜନ କରିବା ପୂର୍ବରୁ ସେବନ କରିବେ।ସପ୍ତାହକୁ ତିନିଥର ସେବନ କରିବା ଦ୍ୱାରା ଏହା ବହୁତ ଫଳପ୍ରଦ ହୋଇଥାଏ। ଆଶା କରୁଛି ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ଓ ସ୍ୱାସ୍ଥ୍ୟ ଜନିତ ସମସ୍ତ ସମସ୍ୟା ଦୂର କରିବ।

Leave a Reply

Your email address will not be published. Required fields are marked *