October 15, 2025

Odia Express

Here, There and Everywhere

ପ୍ରାତଃ ଶଯ୍ୟାତ୍ୟାଗ ମହତ୍ତ୍ୱ – ସକାଳୁ ଉଠୁଥିବା ଲୋକ ଓ ଡେରି ରେ ଉଠୁ ଥିବା ଲୋକଙ୍କ ବିଷୟରେ ଏହି ବଡ କଥା ନିଶ୍ଚୟ ଜାଣିରଖନ୍ତୁ..

1 min read

ଈଶ୍ବରଙ୍କ ବିରଚିତ ସୃଷ୍ଟିରେ ମନୁଷ୍ୟ ଦୁର୍ଲ୍ଲଭ ଅଟେ। ହେଲେ ସାଧାରଣ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମନୁଷ୍ୟ ଦେବତୁଲ୍ୟ ହୋଇଥାନ୍ତି। କାରଣ ସେମାନଙ୍କ ପାଖରେ ଲୁକ୍କାୟିତ କିଛି ଅସାଧାରଣ ପ୍ରତିଭା ଥାଏ।ସେମାନେ କେବଳ କୌଣସି ଜିନିଷକୁ ଅନୁଭବ ନୁହେଁ; ସ୍ୱୀକାର କରିଥାନ୍ତି।ତେଣୁ ସେମାନେ ଅସାଧାରଣ ଅଟନ୍ତି।କିଛି ଅଲଗା କରିବାର ପ୍ରୟାସ ମଣିଷକୁ ସାଧାରଣରୁ ଅସାଧାରଣ ରୂପେ ପ୍ରତିଭାତ କରିଥାଏ। ଆମେ ଏକଥା ସମସ୍ତେ ଜାଣୁକି ଶୋଇବା ସମୟରେ ଅନେକ ବ୍ୟକ୍ତି ଆଲରାମ ଲଗେଇ ଶୋଇଥାନ୍ତି। ସକାଳୁ ସମୟ ଅନୁଯାୟୀ ଆଲରାମ ବାଜିବା ସମୟରେ ତାକୁ ବନ୍ଦ କରି ପୁଣି ଶୋଇଯାନ୍ତି। ଅନେକ ସମୟରେ କିଛି ବ୍ୟକ୍ତି ବହୁତ କାମ କରିବେ ବୋଲି ଭାବି ରଖିଥାନ୍ତି।ହେଲେ ଠିକ ଭାବେ କରିପାରନ୍ତିନି ଓ ଶେଷରେ ଅନୁତାପ କରି କାନ୍ଦନ୍ତି ଓ ଭାବନ୍ତିକି ସେମାନେ ବହୁତ କିଛି କରିପାରିଥାନ୍ତେ। ତେଣୁ ଏପ୍ରକାର ମନୋବୃତ୍ତିକୁ ଦୂର କରିବା କିଛି ଉତ୍ତମ କଥା ନିମ୍ନରେ ବର୍ଣ୍ଣିତ ହୋଇଛି।

ଏହି କଥାର ଆରମ୍ଭ ଆମେ ସୋହାମ ଲାଲ ତ୍ରିଭେଦିଙ୍କ କିଛି ପଂଉକ୍ତିରୁ କରିବା।ସେ କୁହନ୍ତିକି ଅସଫଳତାକୁ ସର୍ବଦା ସ୍ୱୀକାର କର।ଓ ଏଥିରେ କିଛି କମି ରହିନି ବରଂ ଏହାର ସୁଧାର କର।ସଫଳତା ପଇବାକୁ ହେଲେ ଭୋକ ଶୋଷ ନିଦ୍ରା ଅଳସ୍ୟ ଆଦିର ପରିତ୍ୟାଗ କର। ଚେଷ୍ଟା ବଜାୟ ରଖ।କିଛି କରିବା ଦ୍ୱାରା ଦୁନିଆ ଆପଣଙ୍କର ଜୟ ଜୟକାର କରିବ।

ଜୀବନରେ ସମସ୍ତେ ଆଗକୁ ଯିବାକୁ ଚାହାନ୍ତି। କିଛି ଅଲଗା କରିବାକୁ ଚାହାନ୍ତି। ଫଳରେ ନିଜ ଭିତରେ ଥିବା ଖାସ ଗୁଣକୁ ସାରା ଦୁନିଆ ଜାଣି ପାରିବ।ହେଲେ ନିଜ ଭିତରେ ସେ ଖାସ ଗୁଣକୁ କିପରି ଆଣିବ???ଓ କିପରି ସଫଳତାର ନିକଟତର ହେବ ତାହା ବିଭିନ୍ନ କଥା ଉପରେ ନିର୍ଭର କରେ। ସବୁଠୁ ମଜାଦାୟକ କଥା ହେଉଛି ସକାଳୁ ଉଠିବା ଦ୍ୱାରା ଏହା ସମ୍ଭବ ହୋଇଥାଏ।

ସଫଳ ହେବାକୁ ଚେଷ୍ଟିତ ପ୍ରତ୍ୟେକ ବ୍ୟକ୍ତି କେବେ ନିଜ ସମୟକୁ ଅଯଥା ନଷ୍ଟ କରିବାକୁ ଚାହିଁବେନି।ଜୀବନରେ ସଫଳତା ପ୍ରାପ୍ତି କରିଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ସକାଳରୁ ଉଠି ନିଜର ସମସ୍ତ କାର୍ଯ୍ୟ ସମାପ୍ତ କରୁଥିଲେ। ଏବଂ ସଠିକ କାମରେ ନିଜକୁ ନିୟୋଜିତ କରୁଥିଲେ।ସଫଳତା ହାସଲ କରିଥିବା ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସମୟକୁ ନିଜ ହାତରେ ରଖୁଥିଲେ।ଓ ସମୟର ସଦୁପଯୋଗ କରୁଥିଲେ। ନିଜର ବାସ୍ତବ ଲକ୍ଷ୍ୟ ଉପରେ ନିଜ ଦୃଷ୍ଟି କେନ୍ଦ୍ରୀଭୂତ କରୁଥିଲେ।

ସମସ୍ତ କାର୍ଯ୍ୟ ମଧ୍ୟରୁ ଶୋଇବା ଏକ ଅଂଶ ଅଟେ।ଶୋଇବା ପ୍ରସଙ୍ଗ ଆସିଲେ ସମସ୍ତେ କୁହନ୍ତିକି ୬ରୁ ୮ ଘଣ୍ଟା ଶୋଇବା ଜରୁରୀ ଅଟେ।ତାହା ବି ଠିକ ଅଟେ। ଏକ ସୁସ୍ଥ ଶରୀର ନିମନ୍ତେ ସଠିକ ସମୟ ପର୍ଯ୍ୟନ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ଯଦି ୬ ଘଣ୍ଟାରେ ସଠିକ ସମୟ ପର୍ଯ୍ୟନ୍ତ ନିଦ୍ରା ହେଇଯାଉଛି ତେବେ ଆଉ ଦୁଇ ଘଣ୍ଟା ଅଧିକ ଶୋଇବାର ଆବଶ୍ୟକତା କଣ!! ବଳକା ଦୁଇଘଣ୍ଟା ନିଜକୁ ଅଲଗା କିଛି କାର୍ଯ୍ୟରେ ନିୟୋଜିତ କରି ପାରିବ।

ଏ ଦୁନିଆର ସମସ୍ତ ସଫଳ ବ୍ୟକ୍ତି ମାନଙ୍କ ମଧ୍ୟରେ ଜଣେ ଆଲନ ମାସ୍କ ସେ ବି ନିଜେ ୬ ଘଣ୍ଟା ଶୋଉଥିଲେ। ସେ ଦୁନିଆକୁ ଏକ ସବୁଜ ସକାଳ ଦେଖାଇବା ପାଇଁ ନିଜ ଚେଷ୍ଟା ଜାରି ରଖିଥିଲେ।କେବଳ ପଇସା କମାଇବା ଏମାନଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ନଥିଲା।ଏମାନ ପରୋପକାରୀ ମଧ୍ୟ ଥିଲେ। ଯଦି ଆମେ ଜୀବନରେ ଜଣକୁ ସାହାଯ୍ୟ କରିବା ତେବେ ଆମ ସାହାଯ୍ୟ ପାଇଁ ଅନ୍ୟମାନେ ଠିଆ ହୁଅନ୍ତି।

ଏବେ ମୁକେଶ ଅମ୍ବାନୀଙ୍କ କଥା ବିଚାରକୁ ଆଣିବା।ସେ କେବଳ ପଇସା ପାଇଁ ବଡ଼ ନୁହନ୍ତି।ସେ ତାଙ୍କ ବ୍ୟକ୍ତିତ୍ବକୁ ନେଇ ସାରା ଭାରତରେ ପରିଚିତ ଅଟନ୍ତି। ସେ ଦେଶରେ ବହୁତ ଲୋକଙ୍କର ଆବଶ୍ୟକତାକୁ ବୁଝିବା ସହିତ ନିଜ ବ୍ୟବସାୟର ସ୍ଥିତି ବଢ଼େଇଛନ୍ତି। ତାଙ୍କ ଦ୍ୱାରା ଆସିଥିବା jio ର ବ୍ୟବହାର ଭାରତରେ 4G ର ବ୍ୟବହାରକୁ କ୍ରାନ୍ତିକାରୀ କରିଛି।

ତେଣୁ ଏକ ସଫଳ ଜୀବନ ପାଇଁ ଏକ ଶୃଙ୍ଖଳିତ ନିୟମର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଅଟେ।ଫଳରେ ଜୀବନ ହୋଇପାରିବ ସୁନ୍ଦର ଓ ମଧୁର।

Leave a Reply

Your email address will not be published. Required fields are marked *