June 26, 2025

Odia Express

Here, There and Everywhere

୨୦୨୧ରେ ‘H’ ଅକ୍ଷରର ନାମର ରାଶିଫଳ – ଜାଣିରଖନ୍ତୁ ୨୦୨୧ କିପରି ରହିବ H ନାମର ଲୋକଙ୍କ ପାଇଁ..

1 min read

ଆମେ ଆଜି ଆପଣଙ୍କୁ କହିବୁ H ଅକ୍ଷରର ନାମଥିବା ଲୋକଙ୍କର କେମିତି ରହିବ ବର୍ଷ ୨୦୨୧।ଏଥିରେ ଆମେ ଜାଣିବା H ଅକ୍ଷରର ନାମଥିବା ଲୋକଙ୍କର ସ୍ଵଭାବ, ଶିକ୍ଷା, କ୍ୟାରିଅର, ପ୍ରେମଜୀବନ ଓ ଆର୍ଥିକସ୍ଥିତି ବିଷୟରେ। ଜ୍ୟୋତିଷ ଅନୁସାରେ ସବୁ ନାମର କିଛି ନ କିଛି ଅର୍ଥ ନିଶ୍ଚୟ ଥାଏ ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ଏହାର ଆପଣଙ୍କ ଜୀବନରେ ବହୁତ ମହତ୍ତ୍ୱ ରହିଥାଏ ଏହା ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଏ। ଏବେ ଆମେ H ଅକ୍ଷରରେ ଆରମ୍ଭ ହେଉଥିବା ଲୋକଙ୍କର ସ୍ୱଭାବ ବିଷୟରେ ଜାଣିବା:H ଅକ୍ଷରରେ ନାମ ଥିବା ଲୋକଙ୍କ ସ୍ୱଭାବରେ ସେମାନେ ଅଧିକ ଅଧିକ ଖୁସି ମିଯାଜ,ମଜାଳିଆ ଓ ସମାୟୁନବର୍ତ୍ତି ହୋଇଥାନ୍ତି।ଏମାନେ ଜୀବନର ସବୁ ମୁହୂର୍ତ୍ତର ବହୁତ ଆନନ୍ଦ ଉଠାନ୍ତି ସବୁ ସମୟରେ ଲୋକଙ୍କ ସହ ହସଖୁସି ଓ ମଜା କରିବା ଏଆନଙ୍କୁ ପସନ୍ଦ ହୋଇଥାଏ।

ଯଦି ବି ଏମାନଙ୍କ ଜୀବନରେ କିଛି ଉତ୍ତେଜନା ଥାଏ ଏମାନେ ନିଜକୁ ବିଷାଦ ଠାରୁ ବହୁତ ଦୂରରେ ରଖି ନିଜ ଜୀବନରେ ସବୁବେଳେ ଆଗକୁ ବଢ଼ିନ୍ତି।ଏମାନେ ଯେଉଠିକି ଯାଆନ୍ତି ସେଠାକାର ପରିବେଶ ବହୁତ ଅନନ୍ଦଭରା କରିଦିଅନ୍ତି ଏଥିପାଇଁ ଏମାନଙ୍କୁ ଖୁସି ମିଯାଜର ସାନ୍ କୁହନ୍ତି ।ଏମାନେ ଗମ୍ଭୀରରୁ ଅତି ଗମ୍ଭିର ପରିସ୍ଥିତିରେ ମଧ୍ୟ ଖୁସିର ରଙ୍ଗ ଭରି ଦିଅନ୍ତି।ଏମାନେ ହୃଦୟରୁ ସତ୍ୟବାନ ଓ ଭରସାର ପାତ୍ର ହୋଇଥାନ୍ତି।ଯଦିଓ ନିଜ ଭାବନାକୁ ଅନ୍ୟ ମାନଙ୍କ ସାମ୍ନାରେ କହିପାରନ୍ତି ନାହିଁ।ଜୀବନରେ ବିପଦ କୁ ଏମାନେ ଡରନ୍ତି ନାହିଁ ।ନିଜ ବୁଦ୍ଧିରେ ଏମାନେ ସବୁ କାମ କୁ ଅଳ୍ପ ସମୟରେ ଶେଷ କରି ଦିଅନ୍ତି।କିନ୍ତୁ ପ୍ରେମର ମାମଲାରେ ଏମାନେ ଟିକେ ଲାଜକୁଳା ହୋଇଥାନ୍ତି।ନିଜ ସାଥିକୁ ହୃଦୟର କଥା ଓ ନିଜ ଭାବନାକୁ ଖୋଲି କରି ଶେୟାର କରି ପାରନ୍ତି ନାହିଁ।କିନ୍ତୁ ଯାହାକୁ ବି ଏମାନେ ଜୀବନସାଥୀ ରୂପରେ ମିଳନ୍ତି ସେମାନେ ବଡ ଭାଗ୍ୟଶାଳୀ ବୋଲି ଜଣା ଯାଆନ୍ତି।

ଏବେ ଆମେ ଜାଣିବା H ଅକ୍ଷରରେ ନାମ ଥିବା ଲୋକଙ୍କର ଶିକ୍ଷା ଓ କ୍ୟାରିୟର କିପରି ରହିବ ୨୦୨୧:ରାଶିଫଳ ୨୦୨୧ ଅନୁସାରେ ଛାତ୍ର ମାନଙ୍କ ପାଇଁ ଏହି ବର୍ଷ ତାଙ୍କ ପରିଶ୍ରମ ର ବଳରେ ନୂଆ କାର୍ଯ୍ୟଗୁଡିକୁ ଚାରୁରତାର ସହ କରିବେ ଓ ଉତ୍ତୀର୍ଣ୍ଣ ଭରା ରହିବେ।ଏହି ବର୍ଷ ଛାତ୍ର ମାନଙ୍କ ପାଠ ପଢ଼ା ଓ ନିଜ ଭବିଷ୍ୟତ କୁ ନେଇ ଜୋସ ଓ ଲଗନ ଦେଖିବାକୁ ମିଳିବ।ଉଚ୍ଚଶିକ୍ଷା ପାଇଁ ମଧ୍ୟ ଏହି ବର୍ଷ ସମୟ ଶୁଭ ଅଛି।

କ୍ୟାରିଅରର ଦିଗରେ ଆପଣଙ୍କୁ ଏହି ବର୍ଷ ଉଚିତ ମାର୍ଗଦର୍ଶନ ପ୍ରାପ୍ତ ହେବ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ରହିବ।ସେହିପରି କ୍ୟାରିଅର,ଚାକିରି ଓ ବ୍ୟବସାୟ ଅନୁସାରେ ବର୍ଷ ସଫଳତା ପୂର୍ଣ୍ଣ ରହିବ।କିଛି ନୂଆ କାର୍ଯ୍ୟ କରିବା ପ୍ରତି ଆପଣଙ୍କର ଇଚ୍ଛା ବଢି ପାରେ।ଚାକିରୀରେ କିଛି ଜରୁରୀ କାର୍ଯ୍ୟ ପାଇଁ ଦୂର ଜାଗାକୁ ଯାତ୍ରା କାରିବାକୁ ପଡିପାରେ।ବ୍ୟବସାୟରେ ନିଜର କୌଣସି ଖାସ ବ୍ୟକ୍ତି ଠାରୁ ଆର୍ଥିକ ସମର୍ଥନ ମିଳିବାର ଆଶା ଅଛି।ନୂଆ ଚାକିରୀ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।କୌଣସି ପ୍ରତିଷ୍ଠିତ ସଂସ୍ଥା ସହ ଯୋଡି ହେବାର ଅବସର ମଧ୍ଯ ଏହି ବର୍ଷ ଆପଣଙ୍କୁ ପ୍ରାପ୍ତ ହୋଇପାରେ।

ଏବେ ଆମେ ଜାଣିବା H ଅକ୍ଷରରେ ନାମ ଥିବା ବ୍ୟକ୍ତିଙ୍କ ପ୍ରେମ ଜୀବନ ବିଷୟରେ:ଏହି ବର୍ଷ ଅନୁସାରେ ପ୍ରେମ ଓ ଵିଵାହ ମାମଲାରେ ଆପଣଙ୍କ ପାଇଁ ବହୁତ ରୋମାଣ୍ଟିକ ରହିବାର ଯୋଗ ଅଛି।ଏ ପର୍ଯ୍ୟନ୍ତ ଆପଣଙ୍କୁ ନିଜ ସାଥି ସହ ଏହି ମାମଲାରେ ଯାହା ବି ଅସନ୍ତୋଷ ଅଛି ତାହା ଦୂର ହୋଇଯିବ।ଆପଣଙ୍କ ସାଥି ଆପଣଙ୍କୁ ଭରପୁର ସମୟ ଓ ଆପଣଙ୍କ ଭାବନାର ସମ୍ମାନ କରିବ।
ଏମିତି ରହିବ ଆପଣଙ୍କର ବର୍ଷ ୨୦୨୧।

Leave a Reply

Your email address will not be published. Required fields are marked *