June 24, 2025

Odia Express

Here, There and Everywhere

ହନୁମାନ ଚାଳିଶାର ମାହାତ୍ମ୍ୟ – ଯଦି ଏହି ଚାଳିଶା ଆପଣ ଜାଣିଦେଲେ ତେବେ ଜୀବନରେ କେହି ଆପଣଙ୍କ କିଛି ମଧ୍ୟ କ୍ଷତି କରି ପାରିବେ ନାହିଁ…

1 min read

ସଭ୍ୟତାର ଅୟମାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୌରାଣିକ ମାହାତ୍ମ୍ୟ ଉପରେ ଲୋକଙ୍କର ସୁଦୃଢ ବିଶ୍ୱାସ ଅତୁଟ ରହି ଆସିଛି।ପୌରାଣିକ ଗ୍ରନ୍ଥ ବହୁତ ଶକ୍ତିଶାଳୀ ହୋଇଥାଏ; ଏଥିରେ କୌଣସି ସନ୍ଦେହ ନାହିଁ ତଥା ଦ୍ବିମତର କାରଣ ନାହିଁ। ଏହି ପୌରାଣିକ ଧର୍ମଗ୍ରନ୍ଥ ସମସ୍ତ କଷ୍ଟ ନିବାରଣ କରିଥାଏ।ବିପଦରେ ଥିଲେ ସମାଧାନର ରାସ୍ତା ଦେଖାଇଥାଏ।ସେହି ପୌରାଣିକ ଧର୍ମଗ୍ରନ୍ଥ ମାନଙ୍କ ମଧ୍ୟରେ ହନୁମାନ ଚାଳିଶା ପୁସ୍ତକ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ।

ପ୍ରଭୁ ଶ୍ରୀହନୁମାନ ହେଉଛନ୍ତି ସଂକଟ ମୋଚନ।ଯିଏ ପବିତ୍ର ମନରେ ତାଙ୍କ ଉପାସନା କରିଥାଏ ସେ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ସନ୍ଥ ତୁଳସୀ ଦାସଙ୍କ ବିରଚିତ ହନୁମାନ ଚାଳିଶା ମୁକ୍ତି ପ୍ରଦାନକାରୀ ମାର୍ଗ ହୋଇଥାଏ ତଥା ବହୁତ ଶକ୍ତିଶାଳୀ ହୋଇଥାଏ। ଏହାକୁ ନିୟମିତ ପାଠ କରିବା ଦ୍ୱାରା ଅଲୌକିକ ଶକ୍ତି ତଥା ଜ୍ଞାନ ପ୍ରାପ୍ତି ହୋଇଥାଏ। ରାମଭକ୍ତ ହନୁମାନଙ୍କ ଚାଳିଶା ଅତ୍ୟନ୍ତ ଶକ୍ତିଶାଳୀ ହେବାର ରହସ୍ୟ ତଳେ ବର୍ଣ୍ଣନା କରାଯାଇଛି।

ଯେତେବେଳେ ପ୍ରଭୁ ଶ୍ରୀ ହନୁମାନ ବହୁତ ଛୋଟ ଥିଲେ ତାଂକୁ ହଠାତ ବହୁତ ଭୋକ ଲାଗିଲା। ତେଣୁ ସେ ଆକାଶ ରେ ଥିବା ସୂର୍ଯ୍ୟଙ୍କୁ ନାଲି ରଙ୍ଗର ଏକ ଫଳ ବୋଲି ଭାବି ନେଇଥିଲେ।ଏବଂ ତାଙ୍କୁ ଖାଇବା ଲାଗି ତାଙ୍କ ନିକଟତର ହେଲେ।ଏହା ଦେଖି ଦେବତାମାନେ ଚକିତ ହୋଇଗଲେ।ଏବଂ ସୂର୍ଯ୍ୟଦେବଙ୍କ ରକ୍ଷା ନିମନ୍ତେ ବିଚଳିତ ହୋଇଗଲେ। ତେଣୁ ଇନ୍ଦ୍ରଦେଵ ସେହିକ୍ଷ୍ୟଣି ହନୁମାନଙ୍କ ଉପରେ ବଜ୍ରାଘାତ କଲେ। ବଜ୍ରାଘାତର ପ୍ରଭାବରେ ବାଳକ ପ୍ରଭୁ ଶ୍ରୀ ହନୁମାନ ଚେତାଶୂନ୍ୟ ହୋଇଗଲେ।

ହନୁମାନ ଚେତାଶୂନ୍ୟ ହେବାର ଦେଖି ତାଙ୍କର ପିତା କ୍ରୋଧାନ୍ୱିତ ହୋଇଗଲେ ଓ ହନୁମାନଙ୍କୁ ଶୂନ୍ୟରୁ ପଡିବା ସମୟରେ କୋଳଗ୍ରତ କଲେ। ନିଜ ପୁତ୍ରର ଏପରି ଅବସ୍ଥାରେ ରେ ସେ କ୍ରୋଧରେ ସମଗ୍ର ପୃଥିବୀକୁ ନିଜ ଶକ୍ତିରେ ଥରହର କରିବାକୁ ଲାଗିଲେ। ଯେତେବେଳେ ଦେବତା ମାନେ ଜାଣିଲେ ହନୁମାନ ପ୍ରଭୁ ଶିବଙ୍କ ଅବତାର ବୋଲି ସେମାନେ ନିଜ ନିଜ ଶକ୍ତି ହନୁମାନଙ୍କୁ ପ୍ରଦାନ କରିଥିଲେ। ଫଳରେ ହନୁମାନ ଚାଳିଶା ବହୁତ ଶକ୍ତିଶାଳୀ ଅଟେ।

ତୁଳସୀ ଦାସ ଙ୍କ ବିରଚିତ ହନୁମାନ ଚାଳିଶା ବହୁତ ଚମତ୍କାରୀ ହୋଇଥାଏ।ଯିଏ ପବିତ୍ର ମନରେ ଏହାକୁ ସର୍ବଦା ପାଠକରେ ତାର ଜୀବନ ମଧୁମୟ ହୋଇଥାଏ।ହନୁମାନ ଚାଳିଶାର ପ୍ରତ୍ୟେକ ପଦ ବହୁତ ଶକ୍ତିଶାଳୀ ହୋଇଥାଏ। ହେଲେ ଏହାର ୫ଟି ଚୌପାଇ ବହୁତ ମର୍ମସ୍ପର୍ଶୀ ଓ ଚମତ୍କୃତ ହୋଇଥାଏ।ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।

୧- ବିଦ୍ୟାବାନ ଗୁଣୀ ଅତି ଚାତୁର
ରାମକାଜ କରିବେ କୋ ଆତୁର – ଅର୍ଥାତ ପବିତ୍ର ମନରେ ଡାକିବା ଦ୍ୱାରା ପ୍ରଭୁ ଶ୍ରୀହନୁମାନ ବିଦ୍ୟା ଓ ଧନରେ ପରିପୂର୍ଣ୍ଣ କରିଦେଇଥାନ୍ତି।ପ୍ରତିଦିନ ୧୦୮ ଥର ଜପ କରିବା ଦ୍ୱାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ।

୨- ଭୀମ ରୂପ ଧରି ଅସୁର ସଂଘାରେ
ରାମଚନ୍ଦ୍ରକେ କାଜ ସବାରେ – ଅର୍ଥାତ ଆମେ ଜୀବନରେ ବହୁତ କାର୍ଯ୍ୟ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ବିପଦର ସମ୍ମୁଖୀନ ହୋଇଥାଉ।ତେଣୁ ଏହାକୁ ସବୁଦିନ ୧୦୮ ଥର ପାଠ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସୁଗମ ହୋଇଥାଏ।

୩- ନାସେ ରୋଗ ହରେ ସବ ପୀଡା
ଜପତ ନିରନ୍ତର ହନୁମତ ବିରା – ଅର୍ଥାତ ରୋଗ ଓ ବେମାରିରେ ପୀଡ଼ିତ ଥିବା ବ୍ୟକ୍ତି ଏହାକୁ ସର୍ବଦା ଜପ କଲେ ବଡ ବ୍ୟାଧିରୁ ମୁକ୍ତ ହୋଇଥାନ୍ତି। ଏହା ସହିତ ପ୍ରତି ମଙ୍ଗଳବାରରେ ସମ୍ପୂର୍ଣ୍ଣ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।

୪- ଭୂତ ପିଶାଚ ନିକଟ ନହିଁ ଆବେ
ମହାବୀର ଜବ ନାମ ସୁନାବେ – ଏହି ଚୌପାଇକୁ ପାଠ କରିବା ଦ୍ୱାରା ଭୂତ ପ୍ରେତ ଭୟ ରୁହେନାହିଁ। ପ୍ରତି ସକାଳେ ଓ ସନ୍ଧ୍ୟାରେ ଏହାକୁ ନିରନ୍ତର ପାଠ କରିବା ଦ୍ୱାରା ସମସ୍ତ ଭୟ ଦୁରେଇ ଯାଇଥାଏ।

୫- ଅଷ୍ଟସିଦ୍ଧି ନୌ ନିଧିକେ ଦାତା
ଅସବର ଦୀନ ଜାନକୀ ମାତା – ଅର୍ଥାତ ବିପଦ ସମୟରେ ଶକ୍ତି ନିମନ୍ତେ ଏହା ସହାୟକ ହୋଇଥାଏ। ବହୁତ କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ଏହା ଶକ୍ତି ଦିଏ। ପ୍ରତିଦିନ ଏହାକୁ ଅଧଘଣ୍ଟା ପାଠ କରିବା ଦ୍ୱାରା ଏହା ଫଳପ୍ରଦ ହୋଇଥାଏ।

ଏହା ସହିତ ସମ୍ପୂର୍ଣ୍ଣ ହନୁମାନ ଚାଳିଶାକୁ ସର୍ବଦା ପାଠ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଶ୍ରୀହନୁମାନଙ୍କ ଶୁଭ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *