June 22, 2025

Odia Express

Here, There and Everywhere

କେମିତି ସହଜ ଘରୋଇ ଉପଚାରରେ ଫଟା ଗୋଇଠି ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ପାରିବ ?ଜୀବନରେ ଆଉ କେବେ ଗୋଡ ଫାଟିବ ନାହିଁ

ମୁଁ ଏବେ ଆପଣଙ୍କୁ କହିବାକୁ ଯାଉଥିବା ଉପଚାରକୁ ଆପଣେଇଲେ ଆପଣଙ୍କ ଗୋଇଠି ଯେତେ ବି ଖରାପ ଭାବେ ଫାଟି ଥାଉ ନା କାହିଁକି ତାହା ବହୁତ କମ ଦିନ ମଧ୍ୟରେ ଭଲ କରିବାରେ ସମର୍ଥ ହେବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ କୁ କେମିତି ବନେଇବା ଆଉ କିଭଳି ତାକୁ ବ୍ୟବହାର କରି ପାରିବା, ସେଥିପାଇଁ ଆମକୁ ଘରୋଇ ଉପାଚାରରେ ଏକ କ୍ରିମ ବନେଇବାକୁ ପଡିବ, ତେବେ ଚାଲନ୍ତୁ ଜାଣିବା କେମିତି ସେହି କ୍ରିମ ବନେଇବା ।

ସର୍ବ ପ୍ରଥମେ ଆମେ ଏକ ପାତ୍ର ନେବା ଯାହାକୁ ଆମେ ଗରମ କରି ପାରୁଥିବା, ତା ନିଅନ୍ତୁ ଏକ ମହମବତୀ ଆପଣ ଯେ କୋୖଣସି ବି ଗନ୍ଧ ହୀନ ମହମ ବତୀ ବ୍ୟବହାର କରି ପାରିବେ, ଏହାପରେ ଆମେ ମହମ ବତୀକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ କରି କାଟି ଦେବା ଯାହାକି ଯଥା ଶୀଘ୍ର ତାହା ତରଳି ଯିବ, ଏହା ପରେ ଆମେ ସେହି ମହମ ବତୀ ରେ ଅଵଶ୍ୟକ ଅନୁସାରେ କିଛି ମାତ୍ରାରେ ସୋରିଷ ତେଲ ମିଶାଇ ଦିଅନ୍ତୁ ଆପଣ ଚାହିଁଲେ ସେଥିରେ ନଡ଼ିଆ ତେଲ ମଧ୍ଯ ବ୍ୟବହାର କରି ପାରିବେ, ସେଥିରେ ସାଧାରଣତଃ ଛଅରୁ ସାତ ଚାମଚ ତେଲ ମିଶାଇ ଦିଅନ୍ତୁ , କଟା ମହମ ବତୀରେ ସେତିକି ମାତ୍ର ରେ ତେଲ ପକାନ୍ତୁ ଯେମିତି କଟା ମହମ ବତୀ ଅଧା ବୁଡିକି ରହିବ ।

ଏହା ପରେ ଗ୍ୟାସର ଫ୍ଲମେ କମ ଦେଇ ସେହି ମହମ ବତୀ ଏବଂ ତେଲର ମିଶ୍ରଣକୁ ଗ୍ୟାସରେ ବସାଇ ଦିଅନ୍ତୁ, ମହମ ବତୀ ତରଳି ବା ଆରମ୍ଭ କଲେ ତାକୁ ଚାମଚ ସାହାଯ୍ୟ ରେ ଲଗାତାର ଭାବେ ମିଶ୍ରଣ କରନ୍ତୁ, ସେ ପର୍ଯ୍ଯନ୍ତ ମିଶ୍ରଣ କରନ୍ତୁ ଯେ ପର୍ଯ୍ୟନ୍ତ ତାହା ଭଲ ଭାବେ ତରଳି ନ ଯାଇଛି ଏବଂ ତାହା ସମ୍ପୂର୍ଣ୍ଣ ଭାବେ ତରଳି ଗଲା ପରେ ଗ୍ୟାସ ବନ୍ଦ କରି ଦେଇ ଥଣ୍ଡା ହେବା ପର୍ଯ୍ୟନ୍ତ ତାକୁ ତାକୁ ଛାଡି ଦିଅନ୍ତୁ ।

ଏହା ପରେ ଆପଣଙ୍କୁ ସେଥିରେ ଅଧା ଚାମଚ ନିମ ଅଏଲ ମିଶାଇବାକୁ ହେବ ଯାହାକି ଆପଣଙ୍କୁ ଚର୍ମ ରୋଗରୁ ରକ୍ଷା କରିବାରେ ସହାୟକ ହେବ । ତା ପରେ ଆପଣ ଏକ ଡ଼ବା ନିଅନ୍ତୁ ଚେଷ୍ଟା କରିବେ ଯେମିତି ଡବା ଟି କାଚ କିମ୍ବା ଟିଣରେ ପ୍ରସ୍ତୁତ ହୋଇଥିବା ଯାହା ଫଳ ରେ କି ଏତେ ଯଲଦି ତାହା ତରଳିବ ନାହିଁ, ଡବା ରେ ଭରିବା ପରେ ତାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବ ଯାଏ ଛାଡି ଦିଅନ୍ତୁ କିଛି ସମୟ ପରେ ତାହା ଜମି ଯିବ, ଯଦି ଆପଣଙ୍କୁ ଲାଗେ କି ତାହା ଅଧିକ ଜମି ଯାଇଛି ତାହାଲେ ସେଥିରେ କିଛି ମାତ୍ରାରେ ଗରମ ତେଲ ମିଶାଇ ଦିଅନ୍ତୁ ତାହା ଫୁଣି ତରଳିବା ଆରମ୍ଭ କରି ଦେବ

ଏହା ପରେ ସେହି କ୍ରିମକୁ ଗୋଇଠିରେ ଏବଂ ପାଦରେ ଲଗାନ୍ତୁ, ଲଗାଇ ସରିବା ପରେ ଗୋଇଠି ଏବଂ ପାଦକୁ ଭଲ ଭାବେ ରଗଡି ଘସନ୍ତୁ, ଘଷି ସରିବ ପରେ ସକ୍ସ ପିନ୍ଧି ସୋଇ ପଡନ୍ତୁ, ସକ୍ସ ପିନ୍ଧି ସୋଇଲେ ତାହା ଏଠି ସେଠି ଲାଗିବ ନାହିଁ କିମ୍ବା ବେଡ଼ସିଟ ଜମା ବି ଦାଗ ହେବ ନାହିଁ, ତା ପର ଦିନ ସଖାଳୁ ଟିକେ ନଖ ଉଷୁମ ଗରମ ପାଣିରେ ପାଦକୁ ବୁଡାଇ ରଖନ୍ତୁ, କିଛି ସମୟ ବୁଡାଇ ରଖିବା ପରେ ଏକ ସ୍କବର ସାହାଯ୍ୟରେ ପାଦକୁ ଭଲ ଭାବେ ଘଷି ଦିଅନ୍ତୁ ଏବଂ ଭଲ ପାଣିରେ ଗୋଡ ଧୋଇ ପୁଣି ସେହି କ୍ରିମ ଲଗାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *