June 27, 2025

Odia Express

Here, There and Everywhere

ଜାଣନ୍ତୁ ‘ମକର ରାଶି’ ଏବଂ ‘ସିଂହ ରାଶିର’ ଲୋକମାନେ କିପରି ହୋଇଥାନ୍ତି – କିଏ ଏମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ଏବେ ଜାଣିରଖନ୍ତୁ

1 min read

ସିଂହ ରାଶି -ଏହି ରାଶିର ଲୋକ ସିଂହ ପରି ହୋଇଥାନ୍ତି।ଏମାନେ ଏକାସାଙ୍ଗରେ ମୁଖିଆ, ଆତ୍ମବିଶ୍ବାସ ଓ ମଜଭୂତ ମଧ୍ୟ ହୋଇଥାନ୍ତି।ଏମାନେ ଯାହା ବି ଅନୁଭବ କରିଥାନ୍ତି କିଛି ନ ଭାବି ସେଇଟା କହିଦେଇଥାନ୍ତି ସାମ୍ନା ଲୋକକୁ ଯେଉଥିପାଇଁ ଏମାନଙ୍କର ପାଖାପାଖି ଥିବା ଲୋକମାନଙ୍କୁ ଅପମାନ ହେଲା ଭଳି ଲାଗିଥାଏ।କିନ୍ତୁ ସେମାନଙ୍କୁ ବୁଝେଇବାରେ ସାମର୍ଥ୍ୟ ମଧ୍ୟ ଏମାନଙ୍କ ମଧ୍ୟରେ ଥାଏ।ଏମାନେ ବହୁତ ସ୍ୱଭିମାନୀ ହୋଇଥାନ୍ତି ଏମାନଙ୍କ ମୁହଁରେ ଗୌରବର ତେଜ ସବୁବେଳେ ଝଲସୁଥାଏ।ଏହି ରାଶିର ସ୍ୱାମୀ ସୂର୍ଯ୍ୟ ହୋଇଥାନ୍ତି ଯେଉଁକାରଣରୁ ଏମାନେ ପରାକ୍ରମୀ ଏବଂ ତେଜସ୍ୱୀ ହୋଇଥାନ୍ତି।ଏମାନେ ଅସଫଳ ହେଲା ପରେ ମଧ୍ୟ ପୁଣି ଥରେ ସେହି କାର୍ଯ୍ୟରେ ଲାଗିପଡ଼ିଥାନ୍ତି ସେହି କାମକୁ ହାସିଲ କରିବାପାଇଁ।ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ସଙ୍ଗଠିତ ହୋଇଥାଏ ଯେଉଁଥିପାଇଁ ସମାଜରେ ଏକ ସମାଜଜନକ ପ୍ରତିଷ୍ଠା ରହିଥାଏ। କାର୍ଯ୍ୟସ୍ଥଳରେ ଏମାନଙ୍କର ନେତୃତ୍ୱ ବହୁତ ଭଲ ରହିଥାଏ।

ଏମାନେ ନିଜେ ଏକ ଗୋଷ୍ଠି କରି ତାର ନେତୃତ୍ୱ ନିଜେ ନେଇଥାନ୍ତି।ସବୁ କାମକୁ ଠିକ ଭାବରେ ତୁଲେଇପାରନ୍ତି ଯେଉଥିପାଇଁ କାର୍ଯ୍ୟସ୍ଥଳରେ ଏମାନଙ୍କୁ ବେଶି ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ।କାହା ନିମ୍ନରେ କାମ କରିବାକୁ ଏମାନଙ୍କୁ ଭଲ ଲାଗିନଥାଏ ।ଯେତେବେଳେ ନିଜ ହିସାବରେ କାମ କରିବାର ମୌକା ମିଳେ ତେବେ ନିଜର ଉତ୍ତମ ଦକ୍ଷତା ପଦର୍ଶନ କରିଥାନ୍ତି।ନିଜର ପଦର୍ଶନ କରିବାଦ୍ୱାରା ଉଚ୍ଚ ପଦରେ ପ୍ରତିଷ୍ଠିତ ହୋଇଥାନ୍ତି।ଏମାନଙ୍କୁ ପ୍ରସିଦ୍ଧ ଏବଂ ସୁନ୍ଦର ଲୋକ ପସନ୍ଦ ହୋଇଥାଏ ନିଜ ଜୀବନସାଥୀ କରିବାପାଇଁ।ନିଜ ଭଲ ପାଇବାକୁ ପାଇବାପାଇଁ କିଛି ବି କରିପାରନ୍ତି।ଏମାନଙ୍କ ଭଲ ପାଇବାର ବାଟ ସବୁଠୁ ନିଆରା ହୋଇଥାଏ।ଏପରି ଗୁଣ ଯୋଗୁ ଏମାନଙ୍କର ଜୀବନସାଥୀ ବେଳେବେକେ ନିଜକୁ ଅସାଧାରଣରେ ଥିଲା ଭଳି ଅନୁଭବ କରିଥାଏ।ଏମାନେ ବାହାରୁ ମଜଭୂତ ଏବଂ କଠୋର ହୃଦୟଥିଲା ଭଳି ଲାଗୁଥିଲେ ମଧ୍ୟ ଏମାନେ ବହୁତ ଭଦ୍ର ଏବଂ ଦୟାଳୁ ହୋଇଥାନ୍ତି।

ମକର ରାଶି -ଏହି ରାଶିର ସ୍ୱାମୀ ଶନି ଗ୍ରହ ହୋଇଥାନ୍ତି।ଯାହାକୁ ପାପ ଗ୍ରହ ବୋଲି ମନାଯାଇଥାଏ ହେଲେ ଶନି ବହୁତ ନ୍ୟାୟ ପ୍ରିୟ ହୋଇଥାନ୍ତି।ଯେଉଥିପାଇଁ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ପରିଶ୍ରମର ଫଳ ମଧ୍ୟ ମିଳିଥାଏ।ଏମାନେ ବାହାରକୁ କଠୋର ଭଳି ଦେଖାଯାଉଥିଲେ ମଧ୍ୟ ଏମାନେ ବହୁତ ଭଦ୍ର ଏବଂ ପୌଷକ ନ୍ୟାୟପାଳକ ହୋଇଥାନ୍ତି।ଏମାନେ ସବୁ କାମ ନିଜେ ତୁଲେଇଥାନ୍ତି ଦୃଢ ସଂକଳ୍ପ ନେଇ ଏବଂ ବ୍ୟବହାର ବହୁତ ଭଲ ହୋଇଥାଏ ଏମାନଙ୍କର ।ଏମାନଙ୍କର ଭିତରେ ସହନଶୀଳତା ବହୁତ ଥାଏ।ଏମାନେ ଛୋଟ ଛୋଟ କଥାରେ ରାଗିନଥାନ୍ତି ଯଦି ବି ରାଗିଥାନ୍ତି ତେବେ ବହୁତ ଡେରିରେ।ଆଉ ଥରେ ରାଗିଗଲେ ରାଗ ଶାନ୍ତ ହେବା ପାଇଁ ବହୁତ ସମୟ ଲାଗିଥାଏ।ସବୁ କାମକୁ ନିସ୍ୱାର୍ଥ ଭାବରେ ନିଜର କର୍ତ୍ତବ୍ୟ ଭାବି କରିଥାନ୍ତି।ମକର ରାଶିର ଲୋକମାନେ ବହୁତ ଧାର୍ମିକ ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ଭକ୍ତି ଭରପୂର ହୋଇରହିଥାଏ।କାର୍ଯ୍ୟସ୍ଥଳରେ ଏମାନେ ସବୁବେଳେ କାମରେ ବେସ୍ତ ରହିଥାନ୍ତି।କହିବାକୁ ଗଲେ ଏମାନେ ଏକ କର୍ମଠ କର୍ମଚାରୀ ହୋଇଥାନ୍ତି।

କୌଣସି କାମକୁ ନିଜ ହାତକୁ ନେବା ଆଗରୁ ସେହି କାମର ଅତୀତ ଏବଂ ଭବିଷ୍ୟତ ବିଷୟରେ ସବୁ ଠିକଣା ବହାରକରିବାର କ୍ଷମତା ଥାଏ ଏମାନଙ୍କ ମଧ୍ୟରେ।ଏମାନଙ୍କୁ ଯେଉଁ କାମ ମିଳିଥାଏ ଏମାନେ ତାକୁ ପୁରା କରିବାରେ ଲାଗିପଡ଼ିଥାନ୍ତି।ଏମାନଙ୍କର ଭଲ ପାଇବା ଜୀବନ ବହୁତ ଭଲ ହୋଇଥାଏ।ଏମାନେ ନିଜ ଜୀବନସାଥୀଙ୍କର ବହୁତ ବିଶ୍ଵସ୍ତ ହୋଇଥାନ୍ତି।ଏମାଙ୍କର ଏପରି ସବୁ ଗୁଣ ଆକର୍ଷିତ କରିଥାଏ ଲୋକମାନଙ୍କୁ ।ଏମାନଙ୍କର ମଧ୍ୟରେ ସହିବା ଶକ୍ତି ବହୁତ ଥିବାରୁ ତାଙ୍କ ଜୀବନସାଥୀ କଥାକୁ ମଧ୍ୟ ଏତେ ଧରିନଥାନ୍ତି।ହେଲେ ଯେବେ ଏମାନେ ରାଗୀ ଯାଆନ୍ତି ସେତେବେଳେ ତାଙ୍କ ରାଗରୁ ବଞ୍ଚିବା ବହୁତ କଷ୍ଟ ହୋଇଯାଇଥାଏ।ଏବଂ ଏମାନେ ବହୁତ ଡେରିରେ ଶାନ୍ତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *