October 16, 2025

Odia Express

Here, There and Everywhere

ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭକାରୀ ହୋଇଥାଏ ଅଁଳା, ଏହି ରୋଗଗୁଡିକୁ ଜଡରୁ ନିପାତ କରିବାରେ ହୋଇଥାଏ ରାମବାଣ

1 min read

ଅଁଳା ନାଁ ବୋଧେ ହୁଏ କେଉଁ ଏମିତି ବ୍ୟକ୍ତି ଥିବ ଯିଏକି ଶୁଣିନଥିବ , ଏହି ଫଳ ଭାରତରେ ସହଜରେ ମିଳିଯାଇଥାଏ,  ଅଁଳାରେ ନାନାପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ , ଅଁଳାରେ ଆୟୁର୍ବେଦର ଭଲ ଉର୍ଜାଦାୟକ ଜଡିବୁଟି ମିଳିଥାଏ, ଏହାର ଉପଯୋଗ ବହୁତପ୍ରକାରର ଘରୋଇ ଉପାୟ କରାଯାଏ, ଏହି ଫଳକୁ ଆଣ୍ଟିଏକ୍ସିଡେଣ୍ଟ ସହ ବହୁତ ପୋଷକ ତତ୍ତ୍ୱରେ ଭରପୁର୍ ହୋଇଥାଏ,  ଏଥିରେ ବହୁତ ଜୀବାଣୁରୋଧୀ ଗୁଣ ହୋଇଥାଏ । ଏହି ଫଳ ବାଳକୁ କଳା କରିବା, ଘନ ଓ ଚମକଦାର୍ ଯୁକ୍ତ ବନାଇଥାଏ,  ଏହା ଦ୍ୱାରା ହାଡଗୁଡିକ ମଜବୁତ୍ ଏବଂ ଡାଇବେଟିଜ୍ ରୋଗକୁ ଦୁର ଭଗାଇବାରେ ଅଦ୍ଭୁତ କ୍ଷମତା ରଖିଥାଏ, ଏହା ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ, ଏହା ସହ ଏହାର ରୋଗ ପ୍ରତିରୋଧକ କ୍ଷମତା ଏବଂ ଇମ୍ୟୁନୋ ସିଷ୍ଟମ୍ କୁ ବଢାଇବାରେ ସହାୟକ ହୋଇଥାଏ, ଅଁଳାରେ ରୋଗକୁ ଦୁର ଭଗାଇବାରେ କାର୍ଯ୍ୟକରିଥାଏ, ତେବେ ଆସନ୍ତୁ ଜାଣିବା ଅଁଳାରେ ଆମର ସ୍ୱାସ୍ଥ୍ୟ ପାଇଁ କେତେ ଫାଇଦାଦାୟକ ଅଟେ,

ଡାଇବେଟିଜ୍- ଅଁଳା ଡାଇବେଟିଜ୍ ରୋଗୀଙ୍କ ପାଈଁ କେଉଁ ରାମବାଣ ଚିକିତ୍ସାରୁ କମ୍ ହୋଇନଥାଏ, ଏହା ବ୍ଲଡ୍ ସର୍କୁଲେସନ୍ କୁ ନିୟନ୍ତ୍ରିତ କରିଥାଏ, ଏଥିରେ ମହଜୁଦ୍ ଭିଟାମିନ୍ ସି ଶରୀରକୁ ନାନାପ୍ରକାରର ପୋଷକ ତତ୍ତ୍ୱ ଦେଇଥାଏ , ଏହା ଫଳକୁ ନିୟମିତ୍ ସେବନ କରିଲେ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରିତ ରଖିପାରିବେ ।

ହୃଦରୋଗ- ଅଁଳା ହୃଦରୋଗ ପାଇଁ ଲାଭକାରୀ ହୋଇଥାଏ, ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ର ନିର୍ମାଣକୁ କମ୍ କରି ଗୁଡ୍ କୋଲେଷ୍ଟ୍ରୋଲ୍ କୁ ବଢାଇଥାଏ, ଯେଉଁଥିରେ ହୃଦଘାତ ବିପଦ ବହୁ ପରିମାଣରେ କମ୍ ହୋଇଯାଏ , ଉଚ୍ଚକୋଲେଷ୍ଟ୍ରୋଲ୍ ହୃଦ ରୋଗ ପାଇଁ ହାନିକାରକ ହୋଇଥାଏ ।

ହାଡଗୁଡିକ କରିଥାଏ ମଜବୁତ୍ – ଅଁଳାରେ କ୍ୟାଲସିୟମ୍ ମାତ୍ରା ଅଧିକା ଥାଏ, ଯାହା ହାଡଗୁଡୀକ ମଜବୁତ୍ କରିବାରେ ସହାୟକ ହୋଇଥାଏ, ଅଁଳାର ରସକୁ ସବୁଦିନ ସେବନ କରିଲେ ଆଣ୍ଠୁ ଗଣ୍ଠିର ବାତ ଦୁର ହୋଇଯାଏ , ଓ ଏହାର ଫଳର ରସ ନାନାପ୍ରକାରର ଶରୀରକୁ ଫାଈଦା ଦେଇ ମଣିଷକୁ ସତେଜ ରଖେ ।

ଇମ୍ୟୁନିଟି କୁ ରଖିଥାଏ ଠିକ୍- ଅଁଳା ଏମିତି ଏକ ଫଳ ଅଟେ ଯେଉଁଥିରେ ଭିଟାମିନ୍ ସି ଭରପୁର୍ ମାତ୍ରରେ ଥାଏ,  ଯାହା ଶରୀରରେ ବହୁତ୍ ପ୍ରକାରର ପୋଷକ ତତ୍ତ୍ୱ ଦେଇଥାଏ, ଏଥିରେ ମହଜୁଦ୍ ଭିଟାମିନ୍ ସି ରୋଗ ପ୍ରତିରୋଧକ କ୍ଷମତା ମାନେ  ଇମ୍ୟୁନିଟି କୁ ବଢାଇଥାଏ, ଯେଉଁଥିରେ ମଣିଷ ଫୁର୍ତ୍ତିଳା ରହିଥାଏ ।

ବାଳ ପାଇଁ ଅଟେ ଲାଭକାରୀ- ଅଁଳାରେ ନାନାପ୍ରକାରର୍ ଭିଟାମିନ୍ ମିଳିଥାଏ, ଯାହା ଶରୀର୍ ସହ ବାଳ ପାଇଁ ବହୁତ ଲାଭକାରୀ ହୋଇଥାଏ, ଅଁଳାରେ ଭିଟାମିନ୍ ସି, ଭିଟାମିନ୍ ଇ, ଆଇରନ୍, ଫସଫରସ୍, ଫାଇବର୍, କାର୍ବୋହାଇଡ୍ରେଡ୍, ପରି ଭିଟାମିନ୍ ମିଳିଥାଏ, ଯାହା ବାଳକୁ ଚମକଦାର୍, ଘନ, ନରମ ଓ ସାଇନିଙ୍ଗ୍ ଯୁକ୍ତ କରିଥାଏ

Leave a Reply

Your email address will not be published. Required fields are marked *