October 18, 2024

Odia Express

Here, There and Everywhere

ମାତ୍ର ଦୁଇ ମିନିଟରେ ସଫା କରନ୍ତୁ ତମ୍ବା କିମ୍ବା ପୁତ୍ତଳ ବାସନ- ନିଶ୍ଚୟ ବ୍ୟବହାର କରନ୍ତୁ ଏହି ସାଧାରଣ ଉପାୟ..

ଆଜି ଆମେ ଏଠାରେ ଜାଣିବା ଆମେ କିପରି ତମ୍ବା ଓ ପିତ୍ତଳ ବାସନକୁ କେଉଁ ପ୍ରକାରର ସଫା କରି ପାରିବା।ସବୁଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଏଗୁଡିକ ବହୁତ ଅସନା ହୋଇଯାଆନ୍ତି ଓ କଳା ପଡ଼ି ଯାଆନ୍ତି।ଆଉ ତାକୁ ଯେତେ ସଫା କଲେ ମଧ୍ୟ ଏହା ସଫା ହୋଇ ନଥାଏ।ଆଜି ଆମେ ଏଠାରେ ଜାଣିବା କିପରି ବହୁତ ସହଜ ଉପାୟରେ ଆଉ କେବଳ ଅଳ୍ପ ପରିଶ୍ରମରେ ତମ୍ବା କିମ୍ବା ପିତ୍ତଳର ବାସନକୁସନ କୁ ସଫା କରି ପାରିବା।ଆଉ ଏହାକୁ ସଫା କରିବା ପାଇଁ ଆମକୁ ଦରକାର ପ୍ରାୟ ୫୦ ଗ୍ରାମ ତେନ୍ତୁଳି,ତାପରେ ଆପଣ ସେ ତେନ୍ତୁଳିକୁ ନେବେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହାକୁ ପାଣିରେ ବୁଡ଼େଇ ରଖିବେ।ଆଉ ଆପଣ ଯେକୌଣସି ପିତ୍ତଳ ବାସନ ସଫା କରି ସାରିବା ପରେ ବଳି ଥିବା ତେନ୍ତୁଳି ପାଣିରେ ପୂଜା ବାସନ ଅନ୍ୟ ଯେକୌଣସି ବାସନ ମଧ୍ୟ ଆପଣ ସଫା କରି ପାରିବେ।

ଆଉ ପିତ୍ତଳ ବାସନକୁ ସଫା କରିବା ପାଇଁ ଯେକୌଣସି ଘଷିବା ଜିନିଷ ନେଇ ପାରିବେ।ଆଉ ସେଥିପାଇଁ ଆମେ ଏଠାରେ ଏକ ସ୍କଚ ବ୍ରାଇଟ ଓ ଵ୍ୟଵହୃତ ବ୍ରସ ନେଇ ପାରିବା।ସର୍ଵ ପ୍ରଥମେ ଆମେ ସେ ଭିଜା ହୋଇଥିବା ତେନ୍ତୁଳିକୁ ନିଜ ହାତରେ ଭଲ ଭାବରେ ଚକୁଟି ନେବା।ଆଉ ତାପରେ ସେ ସ୍କଚ ବ୍ରାଇଟ ନେବା ତାପରେ ସେ ତେନ୍ତୁଳି ପାଣିରେ ଭଲ ଭାବରେ ବୁଡେ଼ଇ ନେବା।ଆଉ ତାପରେ ସ୍କଚ ବ୍ରାଇଟକୁ ଭଲ ଭାବରେ ସେ ବାସନରେ ଘଷିବାକୁ ଲାଗିବା।ଆଉ ଭଲ ଭାବରେ ତାର ଚାରିପଟରେ ଆପଣ ଘଷିବାକୁ ଲାଗିବେ।ଆପଣ ଜାଣିଥିବେ ତମ୍ବା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ତାପରେ ସେ ସ୍କଚ ବ୍ରାଇଟ ସହାୟତାରେ ସେ ତମ୍ବା ପାତ୍ରର ଭିତର ଓ ବାହାର ଚାରି ପଟକୁ ବହୁତ ଭଲ ଭାବରେ ଆପଣ ରଗଡି ନେବେ।ତେନ୍ତୁଳିରେ ଏସିଡ ଥିବାରୁ ତମ୍ବା ଓ ପିତ୍ତଳ ଏହାର ସମ୍ପର୍କରେ ଆସିବା ଦ୍ୱରା ଏହା ପ୍ରତିକ୍ରିୟା କରିଥାଏ।

ଆପଣ ସେ ପିତ୍ତଳ ବାସନର ଚାରି ପଟରେ ତେନ୍ତୁଳି ଲଗେଇ ଦେବା ପରେ ଆପଣ ଏହାକୁ ପ୍ରାୟ ଗୋଟେ ରୁ ଦୁଇ ମିନିଟ ପର୍ଯ୍ୟନ୍ତ ସେମିତି ଛାଡି ଦେବେ।ତାପରେ ସେହି ଉପାୟରେ ଆପଣ ନେଇଥିବା ସେ ତମ୍ବା ପାତ୍ରକୁ ମଧ୍ୟ ଭଲ ଭାବରେ ଘସି ରଖି ଦେବେ।ଆପଣ ଲେମ୍ବୁ ଆଉ ଲୁଣ ଲଗେଇ ମଧ୍ୟ ଏ ବାସନକୁ ସଫା କରି ପାରିବେ।ଗୋଟେରୁ ଦୁଇ ମିନିଟ ଯିବା ପରେ ଆପଣ ସେ ସେ ସ୍କଚ ବ୍ରାଇଟ ସାହାଯ୍ୟରେ ସେ ଵାସନ ଦୁଇଟିକୁ ଭଲ ଭାବରେ ଘସିବାକୁ ଲାଗିବେ।ଆଉ ଧ୍ୟାନ ରଖିବେ ତାର ଉପର ତଳ,ଭିତର ଓ ବାହାର ଚାରି ପାଖକୁ ବହୁତ ଭଲ ଭାବରେ ଆପଣ ରଗଡ଼ିବାକୁ ଲାଗିବେ।ଏହା ଏକ ବହୁତ ସହଜ ଉପାୟ ଅଟେ ଆପଣ ଏହାକୁ ନିଶ୍ଚିତଭାବରେ ଘରେ ବ୍ୟବହାର କରନ୍ତୁ ଆଉ ଆପଣଙ୍କୁ ନିଶ୍ଚିତଭାବରେ ଏହାର ଫଳ ଦେଖିବାକୁ ମିଳିବ।

ତାପରେ ଆପଣ ଦୁଇ ମିନିଟ ପରେ ଆପଣ ନିଜର ଵାସନକୁ ଦେଖିବେ ନିହାତି ଭାବରେ ଆଶ୍ଚର୍ଯ୍ୟ ଚକିତ ହେଇଯିବେ।ଆପଣଙ୍କୁ ଏହି ଉପାୟରେ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ।ନା ଆପଣଙ୍କୁ ଏଠାରେ ଡିଟରଜେଣ୍ଟ ବ୍ୟବହାର କରିବାର ଅଛି ନା କୌଣସି ଗରମ ପାଣିର ଆଵଶ୍ୟକତା ଅଛି।ଆଉ ସବୁଠାରୁ ମୁଖ୍ୟ କଥା ଏହାକୁ ବ୍ୟବହାର କରିବା ସମୟରେ ଆପଣଙ୍କ ହାତ ଜଳାପୋଡା ହେବବନାହିଁ କି ଆପଣଙ୍କ ହାତରେ କୌଣସି ରିଆକ୍ସନ ହେବ ନାହିଁ।ତେଣୁ ଏହି ଉପାୟକୁ ବ୍ୟବହାର କରିବା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ଓ ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ନଥାଏ।ଏବେ ଆପଣ ସେ ଵାସନ କୁସନକୁ ବହୁତ ଭଲ ଭାବରେ ସଫା ପାଣିରେ ଧୋଇ ନେବେ।ଧୋଇ ସାରିବା ପରେ ଆପଣ ଏକ ସଫା କପଡାରେ ସେ ବାସନକୁ ପୋଛିକି ଦେଖିବେ ଏହା ସମ୍ପୂର୍ଣ୍ଣ ଭାବରେ ନୂଆ ଭଳି ଦେଖାଯିବ।

Leave a Reply

Your email address will not be published. Required fields are marked *