December 22, 2024

Odia Express

Here, There and Everywhere

ପାଚନ ଶକ୍ତିକୁ ବଢେଇବା ପାଇଁ ଏକ ଛୋଟ ଉପାୟ – ସବୁଦିନ ନିଶ୍ଚୟ କରନ୍ତୁ ପେଟ ଆପେ ଆପେ ସଫା ହେଇଯିବ..

1 min read

ପାଚନ ତନ୍ତ୍ର ଏକ ଏମିତି ମେସିନ ହୋଇଥାଏ ଯାହା ଆମ ସମ୍ପୂର୍ଣ୍ଣ ଶରୀରକୁ ନିୟନ୍ତ୍ରଣ କରିଥାଏ।ଆଉ ଏହାହିଁ ମୁଖ୍ୟ କାରଣ ହୋଇଥାଏ ଆମ ପାଚନ ତତନ୍ତ୍ରରେ କୌଣସି ଅସୁବିଧା ଆସିଲେ ତାହା ଆମ ଆଖି,ହାଡ଼,ଚର୍ମ, ଚୁଟି,ମସ୍ତିସ୍କ ଆଉ ସମ୍ପୂର୍ଣ୍ଣ ଶରୀରରେ ବହୁତ ଖରାପ ପ୍ରଭାବ ପକେଇଥାଏ।ଯଦି ଆପଣଙ୍କ ହଜମ ପ୍ରକ୍ରିୟା ଠିକ ନାହିଁ ତାହେଲେ କୌଣସି ବ୍ୟକ୍ତି ନିଜର ଓଜନ ବଢେଇ ପାରେ ନାହିଁ କି କମେଇ ପାରେ ନାହିଁ।ଖାଇଥିବା ଖାଦ୍ୟ ବହୁତ ବିଳମ୍ବରେ ହଜମ ହେବ କବ୍ଜ,ଗ୍ୟାସ,ଛାତିରେ ଜଳାପୋଡା,ଭୋକ ନଲାଗିବା,ଆଉ ଖାଇ ସାରିବା ପରେ ପେଟ ଓଜନିଆ ଲାଗିବା ଦୁର୍ବଳ ହଜମ ପ୍ରକ୍ରିୟାର ଲକ୍ଷଣ ଅଟେ।ଆଜି ଆମେ ଏଠାରେ କିଛି ବିଶେଷ ଖାଇବା ବିଷୟରେ ଜାଣିବା ଯାହାଦ୍ୱରା ଆମ ପାଚନ ଶକ୍ତିକୁ ବଢ଼େଇବାରେ ସାହାଯ୍ୟ କରିବ।

ଖାଦ୍ୟ ହଜମ ହେବ ପାଇଁ ପେଟରେ ୩ ଟି ଜିନିଷ ରହିବ ନିହାତି ଆଵଶ୍ୟକ ପ୍ରଥମେ ହେଉଛି ଏଞ୍ଜାଇମ,ଦ୍ଵିତୀୟରେ ହେଉଛି ଭଲ ବ୍ୟାକ୍ଟେରିଆ,ତୃତୀୟରେ ହେଉଛି ଭଲ ଫାଇବର।ଯଦି ଏହି ତିନିଟି ଜିନିଷ ଭିତରୁ ଆମ ପେଟରେ କୌଣସି ଗୋଟେ ଜିନିଷର କମ ହେଉଛି ତାହେଲେ ଆମ ପେଟରେ ଆପେ ଆପେ ଅସୁବିଧା ହେବାରେ ଲାଗିଥାଏ।ଆସନ୍ତୁ ପ୍ରଥମେ ଜାଣିବା ପାଚନ ରସ ବିଷୟରେ।ଏହାର ଅଭାବ ଆମେ କେଉଁ କେଉଁ ଖାଦ୍ୟ ଖାଇବାଦ୍ଵାରା ପୁର୍ଣ୍ଣ ହୋଇଥାଏ ଆଜି ଆମେ ସେ ବିଷୟରେ ଜାଣିବା।ପାଚକ ରସ ଆମ ଶରୀରେ ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ।ଆପଣ ଲକ୍ଷ୍ୟ କରିଥିବେ ଯେତେବେଳେ ଆପଣ ହଜମ ପ୍ରକ୍ରିୟା ଅସୁବିଧା ପାଇଁ କୌଣସି ଡାକ୍ତର ପାଖକୁ ଯାଇଥିବେ ତାହେଲେ ଡାକ୍ତର ଆପଣଙ୍କୁ ଯାଇମ ନାମକ ଏକ ବୋତଲ ଦେଇଥିବ।

ଆଉ ସେ ଔଷଧ ଭିତରେ ପାଚନ ରସ ଥାଏ।ପ୍ରଥମତ ଆମ ମୁହଁରେ ଥିବା ଲାଳରେ ପାଚନ ରସ ଥାଏ।ସେଥିପାଇଁ ଆମେ ଖାଦ୍ୟକୁ ଯେତେ ଚୋବେଇ ଖାଇ ଥାଉ ଆମ ମୁହଁର ଲାଲ ଖାଦ୍ୟରେ ମିଶି ପାଚନ ତନ୍ତ୍ରକୁ ଯାଇଥାଏ।ସାଧାରଣତଃ ଗୋଟେ ଗୁଣ୍ଡା ଖାଦ୍ୟକୁ ୩୦-୩୫ ଥର ଚୋବେଇବା ଏକ ଭଲ ଉପାୟ ଆମେ ମାନିଥାଉ।ତାପରେ ଆମ ପେଟରେ ମଧ୍ୟ ପାଚନ ରସ ନିର୍ଗତ ହୋଇଥାଏ ଆଉ ଏହା ଖାଦ୍ୟ ହଜମରେ ଆମର ସାହାଯ୍ୟ କରିଥାଏ।ଲୋକମାନେ ଗୋଟେ ଭୁଲ କରନ୍ତି ଖାଇବାର ତୁରନ୍ତ ପରେ ପାଣି ପିଇ ନିଅନ୍ତି ଆଉ ଏହା ଦ୍ୱାରା ପାଚନ ରସ ନିର୍ଗତ ହେବା ବନ୍ଦ ହୋଇଯାଇଥାଏ।ଆଉ ଆମେ ଚାହିଁଲେ କେତେକ ଖାଦ୍ୟ ଜରିଆରେ ପାଚନ ରସର ଅଭାବକୁ ପୁର୍ଣ୍ଣ କରି ପରିବା।ସେଥିପାଇଁ ଖାଦ୍ୟ ଖାଇବା ପୂର୍ବରୁ ଗୋଟେ ଛୋଟ ଆକାର ଅଦାକୁ ଚୋବେଇ ଚୋବେଇ ଖାଇବା ଉଚିତ।ଏହା ବ୍ୟତୀତ ପ୍ରାୟ ପ୍ରତ୍ୟକ କଞ୍ଚା ଖାଦ୍ୟରେ ପାଚକ ରସ ଥାଏ।

ଆଉ ଏଠାରେ ଗୋଟେ ସମସ୍ୟା ଅଛିକି ଯଦି ଆପଣ କଞ୍ଚା ଖାଇ ହେଉଥିବା ଖାଦ୍ୟକୁ ଭାଜି କିମ୍ବା ସିଝେଇ ଖାଉଛନ୍ତି ତାହେଲେ ଏହା ଭିତରେ ଥିବା ପାଚକ ରସ ନଷ୍ଟ ହୋଇଯାଏ।ତାପରେ ପାଚନ ଶକ୍ତିକୁ ବଢ଼େଇବା ପାଇଁ ଦ୍ଵିତୀୟ ଜିନିଷ ଯାହା ଆମକୁ ଦରକାର ସେ ହେଉଛି ପେଟରେ ସଠିକ ମାତ୍ରରେ ଭଲ ବ୍ୟାକ୍ଟେରିଆର ଉପସ୍ଥିତି।ଯେଉଁମାନେ ବାହାର ଖାଦ୍ୟ ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଶରୀରେ ଖରାପ ବ୍ୟାକ୍ଟେରିଆର ପରିମାଣ ବଢିଯାଇଥାଏ।ଆଉ ଜାହାଦ୍ଵାରା ଆମ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ଆଉ ଅନେକ ପ୍ରକାରର ସମସ୍ୟା ଆମ ଶରୀରରେ ଉତତ୍ପର୍ଣ୍ଣ ହୋଇଥାଏ।ଯଦି ଆପଣ ପେଟରେ ଭଲ ବ୍ୟାକ୍ଟେରିଆକୁ ବଢେ଼ଇବାକୁ ଚାହୁଁଛନ୍ତି ଆଉ ହଜମ ପ୍ରକ୍ରିୟାକୁ ଠିକ କରିବାକୁ ଚାହୁଁଛନ୍ତି,ତାହେଲେ ଆପଣଙ୍କୁ ଦହି ଆଉ ସେଓର ସିରକା ସେବନ କରିବା ଆବଶ୍ୟକ ଅଟେ।ଆପଣ ଦହିରେ ଅଳ୍ପ ମାତ୍ରରେ ଜିରା ପାଉଡର ମିଶେଇ ସକାଳ ଖାଇବା ନହେଲେ ଖରାବେଳେ ଖାଇବାରେ ବ୍ୟବହାର କରି ପାରିବେ।ଆଉ ସକାଳୁ ଖାଲି ପେଟରେ ଉଷୁମ ପାଣିରେ ସେଓର ସିରକାର ବ୍ୟବହାର କରି ପାରିବେ।

ତାପରେ ପାଚନ ଶକ୍ତିକୁ ବଢ଼େଇବା ପାଇଁ ତୃତୀୟ ଜିନିଷ ଯାହା ଆମକୁ ଦରକାର ସେ ହେଉଛି ଖାଇବାରେ ଥିବା ଫାଇବର।ଯଦି ଆପଣଙ୍କ ଖାଦ୍ୟରେ ଫାଇବର ନଥାଏ ତାହେଲେ ପେଟରେ ଗ୍ୟାସ ହେବା ଓ କବ୍ଜ ଭଳି ସମସ୍ୟା ଦେଖାଯାଇଥାଏ।ଏହାର କାରଣ ହେଲା ଏହା ଖାଦ୍ୟରେ ଜମା ହୋଇଥିବା ଫାଇବର ସବୁ ପ୍ରକାରର ଖରାପ ଜିନିଷକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ।ଆପଣ ଘରେ ଖାଉ ଥିବା ଖାଦ୍ୟରେ ରୁଟି,ଚାଉଳ ସହିତ ମାଛ ଓ ମାଂସ ଖାଇଲେ ମଧ୍ୟ ତାଭିତରୁ ଆପଣଙ୍କୁ ଫାଇବର ମିଳିନଥାଏ।ଆପଣ ଦୁଇ ପ୍ରକାର ନିଜ ଶରୀରରେ ଫାଇବର ପୁର୍ଣ୍ଣ କରି ପାରିବେ ପ୍ରଥମେ ହେଉଛି ଖାଇବା ଜିନିଷ ଦ୍ୱାରା ଆଉ ଏକ ହେଉଛି ସପ୍ଲିମେଣ୍ଟ ଦ୍ୱାରା।ଖାଦ୍ୟରେ ଫଳ, ପନିପରିବା ଓ ହୋଲ ଗ୍ରେନ ଫୁଡ଼ରେ ଫାଇବର ଥାଏ।ଖାସ କରି ସେଓ,ପିଜୁଳୁ,ଭେଣ୍ଡି,ଗାଜର,କୋବି,ଟମାଟର,ଚୋପାଲଗା ଡାଲି,ମାଟିଆ ଚାଉଳ,ମଟର ଓ ପାଳଙ୍ଗ ଭଳି ପନିପରିବାର ଫାଇବରର ମାତ୍ରା ଅଧିକ ଥାଏ।

ସେଥିପାଇଁ ସକାଳର ଆରମ୍ଭ କୌଣସି ଫଳରୁ କରନ୍ତୁ ଆଉ ନିଜର ଖାଇବାରେ ରୁଟି ଆଉ ଚାଉଳର ମାତ୍ରା କମ ଆଉ ପନିପରିବା ବେଶି ହେବା ଆବଶ୍ୟକ ଅଟେ।ଆପଣ ନିଜ ଖାଦ୍ୟରେ ଯେତେ ମାତ୍ରରେ ପନିପରିବା ଯୋଡିବେ ଆପଣଙ୍କୁ ଫାଇବର ସେତେ ମିଳିବ ଓ ହଜମ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ।ଆଉ ଶରୀରରେ ଫାଇବର ବଢ଼େଇବା ପାଇଁ ଆପଣ ଖାଇବା ପୂର୍ବରୁ ଗୋଟେ ଚାମୁଚ ଭୂସୀ ପାଣିରେ ପକେଇ ୫-୧୦ ମିନିଟ ଖାଇବା ପରେ ସେବନ କରିନେବେ।ଆଉ ଆପଣଙ୍କୁ କେବଳ ଭୂଷି ଉପରେ ହିଁ ନିର୍ଭର ରହିବ ଉଚିତ ନୁହେଁ ଏହା ସହିତ ଆପଣଙ୍କୁ ପନିପରିବା ମଧ୍ୟ ଖାଇବା ଉଚିତ।

Leave a Reply

Your email address will not be published. Required fields are marked *