October 16, 2024

Odia Express

Here, There and Everywhere

ଭୋଜନ କରିବାର ଏକ ଘଣ୍ଟା ପୁର୍ବରୁ ଖାଆନ୍ତୁ ଏହି ଜିନିଷ, ମୋଟା ଅଣ୍ଟା ଆପେ ଆପେ ସ୍ଲିମ୍ ହୋଇଯିବ

ଆଜିର ଜମାନାରେ ମୋଟାପା ଅଧିକା ହୋଇଯାଇଛି, ଶରୀରରେ ମୋଟାପା ଆସିବା ବହୁତ ସାରା ରୋଗକୁ ଡକାଇଥାଏ,  ଅଧିକା ମୋଟାପା କାରଣରୁ ଆପଣଙ୍କ ହାଇ ବ୍ଲଡ୍ ପ୍ରେସର୍ , କୋଲେଷ୍ଟ୍ରୋଲ୍, ସୁଗର୍ ପରି ରୋଗ ହେବାର ଚ୍ୟାନ୍ସ ଅଧିକା ବଢିଯାଏ , ଥରେ ଆପଣଙ୍କ ଶରୀରର ଅନ୍ୟ ଅଙ୍ଗଗୁଡିକ ମୋଟାହୋଇଗଲେ ତ ଚଳିବ , କିନ୍ତୁ ନିଜ ପେଟକୁ କେବେ ମୋଟା ହେବାକୁ ଉଚିତ୍ ନୁହେଁ , ଏକ ମୋଟା ପେଟ ଭିତରେ ବହୁତ ସାରା ରୋଗ ସୃଷ୍ଟି ହେବାର ବିପଦ ବଢିଯାଏ , ଆପଣ ଦେଖିଥିବେ କି  କିଛି ଲୋକଙ୍କ ହାତ ଓ ଗୋଡ ନର୍ମାଲ୍ ହୋଇଥାଏ , କିନ୍ତୁ ତାଙ୍କର ପେଟ ବାହାରକୁ ବାହାରିଥାଏ,  ଏମିତି କିଛି ଖାଦ୍ୟପେୟ ଭୁଲ୍ ଅଭ୍ୟାସ କାରଣରୁ ହୋଇଥାଏ ।ଯଦି ଆପଣଙ୍କ ଅଣ୍ଟା ଅଧିକା ଚଉଡା ହୋଇଯାଇଛି, ତେବେ କମ୍ କରିବାକୁ ଆପଣ ଚେଷ୍ଟାକରୁଛନ୍ତି ତେବେ ଏମିତିରେ ପ୍ରଶ୍ନ ଉଠେ କି କିପରି ଏହାକୁ ପତଳା କରିବେ , ଏଥିପାଇଁ କଣ କରିବାକୁ ହେବ ।

ଯଦି ଆପଣଙ୍କ ଅଣ୍ଟା ପତଳା କରିବାକୁ ଚାହୁଁଛନ୍ତି ତେବେ ସବୁଠାରୁ ପ୍ରଥମେ ବ୍ୟାୟାମ୍ କରିବା ଆରମ୍ଭ କରିଦିଅନ୍ତୁ, କିମ୍ବା କିଛି ସମୟ୍ ଯୋଗ, ବ୍ୟାୟାମ କିମ୍ବା ରନିଙ୍ଗ୍ ପରି ଜିନିଷ କରନ୍ତୁ , ଆପଣ ଚାହିଁଲେ ଜିମ୍ ଯାଇପାରିବେ । କହିଦେବୁ କି ଏତିକି କଲେ ବି ଆପଣଙ୍କ ଅଣ୍ଟା ପତଳା ହେବନାହିଁ , ଏମିତିରେ  ବହୁତ ଲୋକ ଜିମ୍ ଯାଇଥାନ୍ତି , ନିୟମିତ ବ୍ୟାୟାମ୍ ବି କରନ୍ତି , କିନ୍ତୁ ତାଙ୍କର ବାଇସେପ୍ ତ ହୋଇଯାଏ , କିନ୍ତୁ ଅଣ୍ଟା ପତଳା ହୋଇପାରେନାହିଁ , ଏମିତିପାଇଁ ବ୍ୟାୟାମ୍ ୨୦ ପ୍ରତିଶତ ଭୁମିକା ନିଭାଇଥାଏ,  ଯେବେ କି ଖାଦ୍ୟପେୟ ୮୦ ପ୍ରତିଶତ କାମ କରିଥାଏ । ଏଥିପାଇଁ ଯଦି ଆପଣ ସତରେ ନିଜ ଅଣ୍ଟା ପତଳା କରିବାକୁ ଚାହୁଁଛ୍ନନ୍ତି ତେବେ ଆପଣ ନିଜ ଖାଦ୍ୟ ଜିନିଷରେ କଣ୍ଟ୍ରୋଲ୍ କରିବାକୁ ହେବ , ସବୁଠାରୁ ପ୍ରଥମେ ଆପଣ ବଜାରରୁ ଜଙ୍କ୍ ଫୁଡ୍ ଖାଇବା ବନ୍ଦ କରିଦିଅନ୍ତୁ , ତାହା ସହ ତରକାରୀରେ ସାଲାଡ୍, ଓ ଅଙ୍କୁରିତ ଜିନିଷ ଫଳର ମାତ୍ରା ଅଧିକା ରଖନ୍ତୁ , ଥରେ ପେଟ ଭରିବା ଖାଇବା ପରିବର୍ତ୍ତେ ଟିକିଏ ଟିକିଏ କରି ଦିନକୁ ଚାରି ପାଞ୍ଚଥର ଖାଆନ୍ତୁ  ।

ଏବେ ଆସନ୍ତୁ ଏବେ ଆପଣଙ୍କୁ ନିଜ ଅଣ୍ଟାକୁ ସ୍ଲିମ୍ କରିବାର ସବୁଠାରୁ ଉନ୍ନତ ଓ ପ୍ରଭାବକାରୀ ଉପାୟ କହିବୁ, ଆପଣ ଯେବେ ନିଜ ମୁଖ୍ୟ ଭୋଜନ ଯେପରି ଲଞ୍ଚ୍ କିମ୍ବା ଡିନର୍ କରିବାକୁ ଯାଉଥିବେ ତେବେ ଏକ ଘଣ୍ଟା ପୁର୍ବରୁ କଞ୍ଚା ପରିବା ଏବଂ ସାଲାଡ୍ ଖାଇଦିଅନ୍ତୁ , ଏଥିରେ ଅଧିକା ଫାଇଦା କାକୁଡି ,ଗାଜର, ଓ ଫୁଲକୋବି କରିଥାଏ,  ଏହାକୁ ଆପଣ ଏକ ଘଣ୍ଟା ପୁର୍ବରୁ ଖାଇବାର ଅଛି , ଏହି ପରିବା କିମ୍ବା ସାଲାଦ୍ ମାତ୍ରା ଆପଣ ନର୍ମାଲ୍ ରଖନ୍ତୁ , ଉଦାହରଣପାଇଁ ଏକ ଗିନା କିମ୍ବା ପ୍ଲେଟରେ କାଟୀବାପରେ ଯେତେ କଞ୍ଚା ପରିବା ରହିବ ସେତିକି ଖାଆନ୍ତୁ ।

ସାଧାରଣତଃ ବହୁତ୍ ଲୋକ ଖାଇବା ସହ ସାଲାଡ୍ ଖାଇଥାନ୍ତି , କିନ୍ତୁ ଯଦି ଆପଣ ଏହାକୁ ଏକ ଘଣ୍ଟାପୁର୍ବରୁ ଖାଇବେ ତେବେ ପାଚନକ୍ରିୟା ଅଧିକା ଆକ୍ଟିଭ୍ କରିଦେବ , ଏହା ଛଡା ଯେବେ ଆପଣ ଖାଇବା ଖାଇବେ ତେବେ ବର୍ବୀ ଆପଣଙ୍କ ପେଟରେ ସହଜରେ ଜମା ହୋଇଥାଏ , ଭାରତରେ ସବୁ ଲୋକ ଫ୍ରାଇ ହୋଇଥିବା ପରିବା ଅଧିକା ମହତ୍ତ୍ୱ ହୋଇଥାଏ,  କିନ୍ତୁ ପରିବା ଫ୍ରାଇ କରିବାର ବହୁତ୍ ପୋଷକ ତତ୍ତ୍ୱ ନଷ୍ଟ୍ ହୋଇଯାଏ , ଏଥିପାଇଁ ଖାଇବା ପୁର୍ବରୁ କଞ୍ଚା ପରିବା ଖାଇବା ଫାଇଦା କାମ କରିଥାଏ ।

Leave a Reply

Your email address will not be published. Required fields are marked *