October 17, 2024

Odia Express

Here, There and Everywhere

ଭଗବାନ ଶିବ ନିଜ ହିଁ କହିଥିଲେ କି ତାଙ୍କ ଭକ୍ତ୍ କିପରି ପ୍ରସନ୍ନ କରିବେ , ତାଙ୍କୁ ପ୍ରସନ୍ନ ଓ ପାଆନ୍ତୁ ମନମୁତାବିକ ବରଦାନ

ଭଗବାନ ଶଙ୍କର ଏହି ସୃଷ୍ଟିର ରଚୟିତା ଅଟନ୍ତି ଓ ସଂହାରକର୍ତ୍ତା ବି ଅଟନ୍ତି , ଭଗବାନ ଶିବ ଅତ୍ୟନ୍ତ ଭୋଳା ହୋଇଥାନ୍ତି , ଓ ଅତ୍ୟନ୍ତ କ୍ରୋଧୀ ବି , ଯାହା ତାଙ୍କ ଭକ୍ତି ସଚ୍ଚା ମନରେ କରିଥାଏ , ଜୀବନରେ ତାଙ୍କ କେବେ ଅହିତ ହେବାକୁ ଦିଅନ୍ତି ନାହିଁ , ଯେଉଁ ବ୍ୟକ୍ତି ଭଗବାନ ଶଙ୍କରଙ୍କ ତିରସ୍କାର କରିଥାନ୍ତି । ତାଙ୍କ ପାଇଁ ଭଗବାନ ଶଙ୍କର ନିଜ ଆଖି ମୁଜିନେଇଥାନ୍ତି , ସଚ୍ଚା ମନରେ ଆରାଧନା କରିବା ଲୋକ ଭୋଳାନାଥ ତାଙ୍କ ଝୋଲି ଭରିଦିଅନ୍ତି । ହିନ୍ଦୁ ପୌରାଣିକ କଥା ସମୁଦ୍ର ମନ୍ଥନ ବିଷୟରେ ଆପଣମାନେ ଜାଣିଥିବେ , ଦେବତା ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା, ସମୁଦ୍ର ମନ୍ଥନ ସମୟରେ ବହୁତ ଦାମିକା ଓ ଚମତ୍କାରୀ ବସ୍ତୁ ବାହାରିଥିଲା , ସେଥିରୁ ଗୋଟେ ଥିଲା କଳାକୁଟ ବିଷ, ଯେବେ କଳାକୁଟ ବିଷ ବାହାରିଲା ତେବେ ଚାରିଆଡେ ହାହାକାର ହୋଇଗଲା,  ସବୁ ଦେବତା ଶିବଙ୍କୁ କହିଲେ କି ସେ ଏହି ବିଷକୁ ପାନ କରନ୍ତୁ , ଦେବତାଙ୍କ କହିବା ଦ୍ୱାରା ଭଗବାନ ଶିବ ବିଷକୁ ନିଜ କଣ୍ଠରେ ଅଟକାଇ ରଖିଲେ

ଏହି କାରଣରୁ ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା , ଯାହାକି ଆଜିର ସମୟରେ ଲୋକେ ତାଙ୍କୁ ନୀଳକଣ୍ଠଧାରୀ ନାଁରେ ଜାଣିଛନ୍ତି , ଏହି କଳାକୁଟ ବିଷ ବହୁତ ଗରମ ଥିଲା , ଯାହାଅ କାରଣରୁ ଭଗବାନ ଶିବ ବ୍ୟାକୁଳ ହୋଇଗଲେ , ସେ ଗରମରେ ଛଟପଟ ହୋଇଯାଇଥିଲେ,  ତାଙ୍କୁ ବ୍ୟାକୁଳ ହେବାର ଦେଖି ସବୁ ଦେବୀ ଦେବତା ତାଙ୍କ ଉପରେ ଜଳଧାରା ପ୍ରବାହିତ କରିଦେଲେ , କୁହାଯାଏ କି ସେହି ସମୟରେ ଶ୍ରାବଣ ମାସ ଚାଲୁଥିଲା,  ଯେବେ ଜଳଧାରା ପ୍ରବାହ ପରେ ଭଗବାନ ଶିବ ଶାନ୍ତ ହେଲେ ନାହିଁ , ତେବେ ଶିତଳତାପାଇଁ ଚନ୍ଦ୍ରଦେବଙ୍କୁ ନିଜ ମୁଣ୍ତରେ ଧାରଣ କରିନେଲେ , ଏମିତି କରିବା ଦ୍ୱାରା ତାଙ୍କୁ ବହୁତ ଆଶ୍ୱସ୍ତି ଲାଭ ମିଳିଲା । ଭଗବାନ ଶିବ ଚନ୍ଦ୍ରଙ୍କ ଗରିମା ବଢିବାପାଇଁ ଆଶିର୍ବାଦ ଦେଇଥିଲେ ଯାହାକି ଯେଉଁ ବ୍ୟକ୍ତି ଶ୍ରାବଣ ସୋମବାରରେ ମୋର ଉପରେ ଜଳ ଚଢାଇକରି ସଚ୍ଚା ମନରେ ମାଗିବ , ତାଙ୍କର ସବୁ ଇଚ୍ଛା ପୁର୍ତ୍ତି ହେବ , ମୋର ଉପରେ ଜଳ ଚଢାଇବା ବ୍ୟକ୍ତି ବିବିଧ ତପ (ଦୈହିକ, ଦୈବିକ, ଓ ଭୌତିକ)ରୁ ମୁକ୍ତି ପାଇବ

ଏହାପରେ ଶ୍ରାବଣ ମାସରେ ଭଗବାନ ଶିବ ଶଙ୍କର ସୋମବାରରେ ଜଳ ଅର୍ପଣ କରିବାର୍ ପ୍ରଥା ଚାଳିବାକୁ ଲାଗିଲା , ଆଜିର ସମୟରେ ଶ୍ରାବଣ ସୋମବାର ଦିନ ଶିବାଳୟରେ ଭକ୍ତଙ୍କ ଭିଡ୍ ସେହି ଜଳ ଅର୍ପଣ ପାଇଁ ହୋଇଥାଏ । ଏହି ମାସରେ ଭଗବାନ ଶିବଙ୍କୁ କ୍ଷୀର,ଜଳ, ପଞ୍ଚାଙ୍ଗ, (କ୍ଷୀର, ଦହି, ଲହୁଣି, ଘିଅ, ଓ ଗଙ୍ଗାଜଳ ବେଲପତ୍ର  ଅରଖଫୁଲ, ଦୁଦୁରା ଚଢାଇଲେ ଫଳଦାୟୀ ହୋଇଥାଏ , ଜ୍ୟୋତିଷ୍ୟଙ୍କ ଅନୁଯାୟୀ ଏହି ମାସରେ ଭଗବାନ ଶଙ୍କରଙ୍କ ପୁଜା କରିଲେ କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ , ଏହା ପାଇଁ ଶିବାଳୟରେ ରୁଦ୍ରାଭିଷେକ ସହ କଳ ସର୍ପର ପୁଜା କରିବେ , ହିନ୍ଦୁ ପୌରାଣିକ ଗ୍ରନ୍ଥର ଅନୁସାରେ ଅମରନାଥ ଯାତ୍ରାର ମହତ୍ତ୍ୱ ବି କେବଳ ଗୁରୁ ପୁର୍ଣ୍ଣିମା ଠାରୁ ରକ୍ଷାବନ୍ଧନ ଯାଏଁ ହୋଇଥାଏ

Leave a Reply

Your email address will not be published. Required fields are marked *