ଜନ୍ମ ହେବାକୁ ଥିବା ସନ୍ତାନର ମୁହଁ ମଧ୍ୟ ଦେଖିପାରିଲେ ନାହିଁ ଶହୀଦ ବିକ୍ରମଜିତ… ଦେଶରକ୍ଷା କରିବା ସମୟରେ ଏଭଳି ହୋଇଥିଲେ ଶହୀଦ
![](https://odiaexpress.net/wp-content/uploads/2019/06/15442212_647121268793705_62043091902606758_n.jpg)
ଦେଶମାତୃକାର ରକ୍ଷା ନିମନ୍ତେ ଅନେକସମୟରେ ଆମର ଜବାନଗଣ ଶହୀଦ ହେଉଛନ୍ତି । ସେମାନେ ନିଜ ପଛରେ ଏପରି କାହାଣୀ ଛାଡି ଯାଉଛନ୍ତି ଯାହା ଆଖିରେ ଲୁହ ଆଣିଦଉଛି । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ସୈନିକଙ୍କ କାହାଣୀ କହୁଛୁ ଯାହାଙ୍କର ବଳିଦାନର ଛ ମାସ ପୂର୍ବରୁ ବିବାହ ହୋଇଥିଲା , ତିନିମାସ ପରେ ପିତା ହୋଇଥାନ୍ତେ କିନ୍ତୁ ଅଘଟଣ ଘଟିଲା ଓ ନିଜ ସନ୍ତାନର ମୁହଁ ଦେଖିବା ପୂର୍ବରୁ ଶହୀଦ ହୋଇଗଲେ । ୨୦୧୮ରେ ବିକ୍ରମଜିତ ଶତ୍ରୁମାନଙ୍କ ସହ ମହାପରାକ୍ରମସହ ଲଢି ନିଜ ଛାତିରେ ଗୁଳି ଖାଇ ଦେଶ ପାଇଁ ଶହୀଦ ହୋଇଗଲେ । ସେ ସେହି ସମୟରେ ମାତ୍ର ୨୬ବର୍ଷର ଥିଲେ । ତାଙ୍କର ଛ ମାସ ପୂର୍ବରୁ ବିବାହ ହୋଇଥିଲା ଏବଂ ତାଙ୍କର ପତ୍ନୀ ଗର୍ଭବତୀ ଥିଲେ । ତାଙ୍କ ପିତା ବଳଜିନ୍ଦ୍ର ସିଂହ ପୁତ୍ରର ବାଲ୍ୟବେଳ କଥା ସ୍ମରଣ କରି କୁହନ୍ତି , ସ୍କୁଲ ସମୟରୁ ବିକ୍ରମଜିତ ନିଜ ଦାଦାଙ୍କ ଭଳି ସେନାରେ ଭର୍ତି ହେବ ପାଇଁ ଜିଦ କରୁଥିଲେ , ବିକ୍ରମଜିତଙ୍କର ଦାଦା ମଧ୍ୟ ସେନାବାହିନୀ ରେ ଚାକିରି କରିଥିଲେ ।
ସେ ପାରାକମାଣ୍ଡୋରୁ ଅବସର ନେଇ ସାରିଥିଲେ । ତାଙ୍କର ବଡ ପୁଅ ମୋନୁ ସିଂହ ମଧ୍ୟ ସେନାରେ ଗୌହାଟିଠାରେ କାର୍ଯ୍ୟରତ। ଦେଶ ସେବା ଏହି ପରିବାରକୁ ଉତ୍ତରାଧିକାର ସୂତ୍ରରେ ମିଳିଛି ।୨୦୧୩ମସିହାରେ ବିକ୍ରମଜିତ ସିଂହ ସେନାରେ ଭର୍ତ୍ତି ହୋଇଥିଲେ । ସେ ପ୍ରଥମେ ଫିରୋଜପୁର ଠାରେ ପୋଷ୍ଟିଂ ପାଇଥିଲେ । ଦେଢବର୍ଷ ପରେ ସେ ଜମ୍ମୁକାଶ୍ମୀରକୁ ବଦଳି ହୋଇଥିଲେ । ଏହିବର୍ଷ ଜାନୁଆରୀ୧୫ରେ ସେ ଯମୁନାନଗର ଜିଲ୍ଲାର ପାମନୀପୁର ଗାଁର ହରପ୍ରିତ କଉରଙ୍କୁ ବିବାହ କରିଥିଲେ । ଛୁଟି ସରିଯିବା ପରେ ୨୪ମାର୍ଚ ରେ ସେ ନିଜ କାର୍ଯ୍ୟସ୍ଥଳ କୁ ଫେରିଯାଇଥିଲେ । ପ୍ରାୟସମୟରେ ଫୋନ କରି ଘର ଓ ଗାଁ ର ହାଲଚାଲ ବୁଝୁଥିଲେ । ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ସେ ପତ୍ନୀ ହରପ୍ରିତ କଉର ଙ୍କ ସହ ଏକଘଣ୍ଟା ଯାଏଁ କଥା ହୋଇଥିଲେ । ଘରର ସଦସ୍ୟ ମାନଙ୍କର କଥା ପଚାରି ବୁଝିଥିଲେ । ନିଜ ୟୁନିଟ ବିଷୟରେ ମଧ୍ୟ କହିଲେ ଓ ଆଗାମୀ ଯୋଜନା ସମ୍ପର୍କରେ ମଧ୍ୟ କଥା ହୋଇଥିଲେ । ଡେଲିଭରି ପୂର୍ବରୁ ଘରକୁ ଆସିବାକୁ କହିଥିଲେ ।
ତାଙ୍କ ବନ୍ଧୁ ମାନେ କୁହନ୍ତି କି ସେ ବହୁତ ସାହସୀ ଥିଲେ । ଦେଶ ପାଇଁ ଜୀବନ ଦେଇ ସେ ଦେଖେଇ ଦେଲେ କି ଦେଶରକ୍ଷା ତାଙ୍କ ପାଇଁ ସବୁର ଉର୍ଦ୍ଧ୍ଵରେ । ସେନାରେ ଭର୍ତ୍ତି ହେବାରେ ତାଙ୍କର ଏତେ ମାତ୍ରାରେ ଆଗ୍ରହ ଥିଲା ଯାଦ୍ବାରା ସେ ବାଲ୍ୟକାଳରୁ ଏହତିନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ତେପଳା ଗାଁ ର ମାଟିରେ ସୈନିକ ହେବାର ଉତ୍ସ ରହିଛି । ପ୍ରାୟ ୨୫୦ପରିବାରରେ ସେନା ର ଜବାନ ଅଛନ୍ତି । ଏହା ପୂର୍ବରୁ ଗାଁର ଦୁଇଜଣ ସୈନିକ ମେଜର ଗୁରପ୍ରିତ ସିଂହ କାର୍ଗିଲ ଓ ୨୦୦୫ରେ ଜମ୍ମୁକାଶ୍ମୀର ଠାରେ ହରଜିନ୍ଦର ସିଂହ ଆତଙ୍କି ମୁକାବିଲାରେ ଶହୀଦ ହୋଇଥିଲେ । ଅରୁଣାଚଳପ୍ରଦେଶରେ ଡ୍ୟୁଟି ସମୟରେ ପାହାଡରେ ଗୋଡ ଖସିବା କାରଣରୁ ବିନୋଦ ସିଂହଙ୍କର ମୃତ୍ୟୁ ହୋଇଥିଲା ।