March 8, 2025

Odia Express

Here, There and Everywhere

ଆପଣଙ୍କୁ ହାତରୁ ଏହି ସବୁ ଜିନିଷ ପଡିବା ହୋଇଥାଏ ଅଶୁଭ ସଙ୍କେତ – ଆଜି ହିଁ ସଚେତନ ହୋଇଯାଆନ୍ତୁ..

ସାଧାରଣତଃ ଦେଖାଯାଏ କି ହଡବଡ ଓ ସବୁଦିନର କର୍ମବ୍ୟସ୍ତରେ ବହୁତଥର ଆମର ହାତରୁ କିଛି ନା କିଛି ଜିନିଷ ତଳେ ପଡିଯାଏ , କିମ୍ବା ଖରାପ ହୋଈଯାଏ , ବହୁତଥର ଏମିତି ହୋଇଥାଏ କି ଆମେ ନିଜେ ହିଁ ପଡିଯାଇଥାଉ,  ଏହି ସବୁ କଥାରୁ ଆମେ ମାନେ ଭାବି ବସୁ କି ଏହା କେଉଁ ପ୍ରକାରର ଅଲକ୍ଷଣର ସଙ୍କେତ ହୋଇଥାଏ,  କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ସହ ଏମିତି ହେଉଛି ତେବେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ , କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ହାତରୁ ଜିନିଷ ପଡିବା କିମ୍ବା ଏପରି ଘଟଣା ଘଟିବା କେଉଁ ପ୍ରକାରର ବାସ୍ତୁଦୋଷ ଦର୍ଶାଇଥାଏ , ଓ ତାହାର ଭଲ ପ୍ରଭାବ ପଡିଥାଏ କି ଖରାପ ପ୍ରଭାବ ।

୧) ସବୁଠାରୁ ପ୍ରଥମେ ଆମେ କଥା ହେବା କ୍ଷୀର ଉତୁରିବା, କହିଦେବୁ କି କ୍ଷୀର କୁ ଚନ୍ଦ୍ରମା ସହ ଯୋଡିକରି ଦେଖାଯାଇଛି , ଓ ବାସ୍ତୁର ଅନୁସାରେ ଏମିତି କୁହାଯାଏ କି କ୍ଷୀର ତଳେ ପଡିଲେ ସୁଖ ସମୃଦ୍ଧିରେ ବାଧା ଆସିଥାଏ , କ୍ଷୀର ତଳେ ପଡିବା ପରିବାର ସଦସ୍ୟଙ୍କ ମଧ୍ୟରେ ଲଢେଇ ଝଗଡା ହେବାର ସଙ୍କେତ ଦେଇଥାଏ , ସେମିତି ଅନ୍ୟପଟେ କିଛି ଅନ୍ୟ ଧାର୍ମିକ ମାନ୍ୟତା ଅନୁସାରେ କୁହାଯାଇଛି କି ଯଦି କ୍ଷୀର କିମ୍ବା କ୍ଷୀରରୁ ତିଆରି ବସ୍ତୁ ତଳେ ପଡିଯାଏ ତେବେ ଏହା ଘୋର ସଙ୍କଟର ଚେତାବନୀ ଦେଇଥାଏ ।

୨) ଏହା ଛଡା ଆମେ କଥା ହେଉଛୁ ତେଲର କେଉଁ ପାତ୍ର ବିଷୟରେ ଯାହାକୁ ନେଇକରି କୁହାଯାଇଛି କି ଯଦି ତେଲର ପାତ୍ର କିମ୍ବା ବାସନ ଆପଣଙ୍କ ହାତରୁ ଖସିଯାଏ କିମ୍ବା କଡେଇରେ ତେଲ ପକାଉଥିବା ସମୟରେ ଏହା ହାତରୁ ଖସିଯାଏ ତେବେ ଏହା ପରିବାର ଉପରେ ବଡ ସଙ୍କଟ ଆସିବାର ସଙ୍କେତ ଦେଇଥାଏ,  ଆସୁଥିବା ସମ୍ୟରେ ଆପଣଙ୍କ ଉପରେ କିଛି ବଡ୍ ଖର୍ଚ୍ଚ ହେବାର ଆଶଙ୍କା ଅଛି , ଏଥିପାଇଁ ଆପଣ ତୁରନ୍ତ ସାବଧାନ ହୋଇଯାଆନ୍ତୁ , ଓ ବେକାର ଖର୍ଚ୍ଚରୁ ନିଜକୁ ଦୁରରେ ରଖନ୍ତୁ ।

୩) ସେମିତି ଅନ୍ୟପଟେ ଯେପରି ଗହମ କିମ୍ବା ଚାଉଳ ପରି ଜିନିଷ ହାତରୁ ପଡିଗଲେ ଏହା ଏକ ଅଶୁଭ ସଙ୍କେତ ହୋଇଥାଏ , କାରଣ ଏହା ହିନ୍ଦୁ ଧର୍ମରେ ଚାଉଳକୁ ଅପମାନ ମାନେ ଅନ୍ନପୁର୍ଣ୍ଣାଦେବୀଙ୍କ ଅପମାନ ମାନାଯାଇଛି, ଅତଃ ଜଣା ଅଜଣାରେ ଯଦି ଆପଣଙ୍କ ହାତରୁ ଏମିତି ଭୁଲ୍ ହୋଇଯାଏ , ତେବେ ଆପଣ ଏହାକୁ ତଳୁ ଗୋଟାଇ ଏହାକୁ ମୁଣ୍ତିଆ ମାରିନେବା ଉଚିତ୍ , ଓ ଆପଣଙ୍କ ଦ୍ୱାରା ହୋଇଥିବା ଭୁଲ୍ ପାଇଁ କ୍ଷମା ଅବଶ୍ୟ ମାଗିନେବେ , ଅନ୍ୟଥା ମା ଲକ୍ଷ୍ମୀ ଓ ମା ଅନ୍ନପୁର୍ଣ୍ଣାଙ୍କ ଅପମାନ ଆପଣଙ୍କ ଘରେ ଦାରିଦ୍ରତାର ମୁହଁ ଦେଖାଇଥାଏ ।

୪) ଆପଣଙ୍କୁ ଜଣେଇଦେବୁ କି ବିବାହିତ୍ ହେବାର ଚିହ୍ନ ସିନ୍ଦୁର ଯଦି କେଉଁ କାରଣବଶତଃ ହାତରୁ ଖସିଯାଏ ତେବେ ଏହା ଏକ ଖରାପ ସଙ୍କେତ ହୋଇଥାଏ , ସିନ୍ଦୁରର ସିଧା କନେକ୍ସନ୍ ସ୍ୱାମୀ ସହ ହୋଇଥାଏ , ଏଥିପାଇଁ ଏହି ପ୍ରକାର ପରିସ୍ଥିତିରେ ସିଧା ପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡିଥାଏ , ପରିଣାମ ସ୍ୱରୁପ ଆପଣଙ୍କ ସ୍ୱାମୀ କେଉଁ ଭାରି ଚିନ୍ତାରେ ପଡିପାରନ୍ତି, କିମ୍ବା ତାଙ୍କୁ ବେପାର ସଂବନ୍ଧିତ କେଉଁ ପ୍ରକାରର ବଡ କ୍ଷତି ହୋଇପାରେ , ଏମିତିରେ ଯଦି ଏହି ପ୍ରକାରର ଘଟଣା ହୋଇଯାଏ ତେବେ କିଛି ଫଇସଲା ନେବାର ପୁର୍ବରୁ ସତର୍କ ହୋଇଯାଆନ୍ତୁ

Leave a Reply

Your email address will not be published. Required fields are marked *