October 15, 2025

Odia Express

Here, There and Everywhere

ଏହି ଫଳର ମଞ୍ଜି ମଧ୍ୟରେ ଥାଏ ଚମତ୍କାରୀକ ଗୁଣ , ଫିଙ୍ଗିବା ପୁର୍ବରୁ ଥରେ ଭାବିନିଅନ୍ତୁ – ଲାଭ ଅନେକ ଅଟେ..

1 min read

ବହୁତଥର ଆମେ କେଉଁ ଫଳ ଖାଇଲେ ତାହାର ମଞ୍ଜିକୁ ଆମେ ପକାଇଦେଇଥାଉ , ଫଳ ଖାଇବାପରେ ମଞ୍ଜି କିଏ ବା ଖାଉଥିବ ,ସେମିତିରେ ତାକୁ ଫିଙ୍ଗିଦିଅନ୍ତି । ଆଜି ଆମେ ଆପଣଙ୍କୁ ଫଳର୍ ମଞ୍ଜି ବିଷୟରେ ଅନୋଖା ଫାଇଦା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ , ଆପଣଙ୍କୁ କହିଦେବୁ କି ଫଳ ଆମ ପାଇଁ ଯେତେ ଲାଭଦାୟକ ହୋଇଥାଏ ସେମିତି ତାର ମଞ୍ଜି ଆମ ପାଇଁ ତାଠାରୁ ଅଧିକା ଲାଭଦାୟକ ହୋଇଥାଏ , ଆପଣଙ୍କୁ କହିଦେବୁ କି କେଉଁ ସେ ଫଳ ଅଛି ଯାହାର ମଞ୍ଜି ଅଧିକା ହୋଇଥାଏ ଲାଭଦାୟକ ।

୧) ଆମ୍ବର ଟାକୁଆ- ବହୁତଥର ଲୋକେ ଆମ୍ବକୁ ଖାଇଲେ ତାର ଟାକୁଆକୁ ପକାଇଦିଅନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯଦି ଆପଣ ଆମ୍ବର ଟାକୁଆକୁ ସୁଖାଇକରି ତାହାର ପାଉଡର୍ ବନାଇନିଅନ୍ତି ସେବନ କରନ୍ତି , ଏହାର ବହୁତ୍ ଫାଇଦା ଅଛି, ଆମ୍ବର ଟାକୁଆ ପାଉଡର୍ ସକାଳ ସଂନ୍ଧ୍ୟା ପାଣିର ସହ ଏକ ଚାମଚ ନେଲେ କବଜ୍ ସମସ୍ୟାରୁ ମୁକ୍ତି ମିଳିଥାଏ,  ଏହା ଛଡା ସେହି ମହିଳାଙ୍କ ପାଇଁ ଫାଈଦାଦାୟକ ହୋଇଥାଏ ଯାହାଙ୍କ ମାସିକ ଧର୍ମ ସମୟରେ ଅଧିକା ରକ୍ତସ୍ରାବ ହୋଇଥାଏ ।

୨) ତରଭୁଜର ମଞ୍ଜି- ତରଭୁଜ ମଞ୍ଜିକୁ ସାଧାରଣତଃ ଲୋକେ ପକାଇଦିଅନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ତରଭୁଜର ମଞ୍ଜି ଆପଣଙ୍କ ପାଇଁ ବହୁତ ଫାଇଦାଦାୟକ ଅଟେ , ଯେତେ କି ଆପଣଙ୍କୁ ତରଭୁଜ ଖାଇବାରେ ହୋଇଥାଏ,  ଆପଣଙ୍କୁ କହିଦେବୁ କି ତରଭୁଜ ଫଳ ବହୁତ ଥଣ୍ତା ଓ ପୋଷ୍ଟିକ ହୋଇଥାଏ,  ଯଦି ତରଭୁଜ ମଞ୍ଜିକୁ ସୁଖାଇ ତାର ଚୋପା ବାହାର କରି କେଉଁ ଗର୍ଭବତୀ ମହିଳାଙ୍କୁ ସକାଳ ସଂନ୍ଧ୍ୟାରେ ଏକ ଗିଲାସ କ୍ଷୀର ସହ ଦିଆଯାଏ , ତେବେ ତାଙ୍କର ଓଜନ କମ୍ ହୋଇଯାଏ , ଓ ଏଥିରେ ତାଙ୍କ ଓଜନରେ ବହୁତ ଫରକ ନଜର ଆସେ, ତରଭୁଜ ମଞ୍ଜିକୁ ସେକିକି ବି ଖାଇପାରିବେ ।

୩) ବଢିଆଳ ବା ଆତ : ଆତ ଏକ ପ୍ରକାରର ଜଙ୍ଗଲୀ ଫଳ ହୋଇଥାଏ , ଯାହାର ସେବନ ରୋଗ ସହ ଲଢିବାରେ ସାହାଯ୍ୟକାରି ହୋଇଥାଏ , ଏହା ଛଡା ଆତର ମଞ୍ଜି ବହୁତ ଲାଭଦାୟକ ହୋଇଥାଏ,  ଆତ ଖାସକରି ସେ ଲୋକଙ୍କୁ କ୍ୟାନ୍ସର୍ ଓ ଡାଇବେଟିଜ୍ ପରି ରୋଗକୁ ମୁକ୍ତି ଦେଇଥାଏ । ଏହାର ମଞ୍ଜିରେ ଖାସକରି ଭିଟାମିନ୍ ସି ଓ ବି ଭରପୁର୍ ହୋଇଥାଏ , ଯଦି ନିୟମିତ ରୁପରେ ଏହାର ମଞ୍ଜିକୁ ସେବନ କରାଯାଏ , ତେବେ ଲୋକଙ୍କର ଇମ୍ୟୁନୋ ସିଷ୍ଟମ୍ ମଜବୁତ୍ ହୋଇଥାଏ , ଓ ଏହାର୍ ସେବନ ଦ୍ୱାରା ଡାଇବେଟିଜ୍ ରୋଗୀ ବି ଆଶ୍ୱସ୍ତି ପାଇଥାନ୍ତି , ଆତର ମଞ୍ଜିରେ ଅତ୍ୟାଧିକ ମାତ୍ରାରେ ଆଣ୍ଟିଏକ୍ସିଡେଣ୍ଟ ମିଳିଥାଏ,  ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

୪) କଖାରୁ – ଖରାର ଦିନରେ କଖାରୁ ସେବନ କରିବା ବହୁତ ଲାଭଦାୟକ ହୋଇଥାଏ , କାରଣ ଏହା ଶରୀରରେ ତାପମାନକୁ ଶେଷ କରିଦିଏ , ଓ ଶରୀରକୁ ଥଣ୍ତାପ୍ରଦାନ କରିଥାଏ,  କଖାରୁର ମଞ୍ଜିକୁ ଯଦି ସୁଖାଇ ଏହାର ସେବନ କରାଯାଏ , ତେବେ ପରିଶ୍ରା ସଂବନ୍ଧିତ ରୋଗରୁ ମୁକ୍ତି ମିଳିଥାଏ,  ଯେପରି କଖାରୁର ମଞ୍ଜି ସେହି ଲୋକଙ୍କ ପାଇଁ ଫାଈଦାଦାୟକ ହୋଇଥାଏ , ଯାହାଙ୍କୁ ପରିଶ୍ରା କମ୍ ଆସିଥାଏ, କିମ୍ବା ପରିଶ୍ରାରେ ଜଳାପୋଡା ଅନୁଭବ ହୁଏ , କଖାରୁର ମଞ୍ଜିକୁ ଉପଯୋଗ ମିଠା ଓ ମିକ୍ଚର ଆଦିରେ କରାଯାଏ , ଏହା ଛଡା ଏହାକୁ ସୁଖାଇ ତାର ଚୋପା ଛଡେଇ ଏହାର ସେବନ ଆପଣ କ୍ଷିର ସହ କରିପାରିବେ ।

୫) ଡାଳିମ୍ବ- ଡାଳିମ୍ବ ଏମିତି ଏକ ଫଳ ଅଟେ ଯାହାର ମଞ୍ଜିକୁ ଲୋକେ ଖାଇଥାନ୍ତି , ଡାଳିମ୍ବ ଖାଇବା ଦ୍ୱାରା ମେଟାବଲିଜିମ୍ ରେଟ୍ ସଠିକ୍ ରହିଥାଏ,  ଓ ଏହା ଓଜନ କମାଇବାରେ ବି ଫାଇଦାଦେଇଥାଏ,  ଏହା ଛଡା ଯଦି ଆପଣ ଡାଲିମ୍ବର ସେବନ କରୁଛନ୍ତି ତେବେ ଏଥିରୁ ଏନିମିଆ ପରି ରୋଗରୁ ମୁକ୍ତି ମିଳିଥାଏ

Leave a Reply

Your email address will not be published. Required fields are marked *