ମଣିଷ ତାର ଅପମାନର ପ୍ରତିଶୋଧ କେମିତି ନେବ ଏବଂ ଜାଣିବା ଭଗବାନ ଶ୍ରୀକୃଷ୍ଣ କହିଥିବା ଅମୃତ ବାଣୀରୁ କିଛି ସନ୍ଦେଶ
କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କର ଅପମାନ କାହିଁକି କରେ, କଣ ଆପଣ କେବେ ବିଚାର କରିଛନ୍ତି। ଏମିତିରେ ବି ଆମେ ବିନା କାରଣରେ ବହୁତ ଲୋକଙ୍କ ଅପମାନ କରିଛେ ଆମ ନିଜର ବି ବହୁତ ଥର ଅପମାନ ହୁଏ, ସଂସାରର ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଜଣଙ୍କର ଅପମାନ କରିଥାଏ ଯେମିତି ସ୍ୱାମୀ ତା ସ୍ତ୍ରୀର ଅପମାନ କରିଥାଏ, ପିତା ତାଙ୍କ ପିଲାଙ୍କର ଅପମାନ କରନ୍ତି, ଚାକିରୀ ଦେଲା ଵାଲା ତାଙ୍କ କର୍ମଚାରୀଙ୍କର ଅପମାନ କରନ୍ତି, ଅର୍ଥାତ ପ୍ରତ୍ୟେକ ବଳବାନ ବ୍ୟକ୍ତି ନିର୍ବଳତା ଲୋକଙ୍କର ଅପମାନ କରନ୍ତି। ଯଦି ସେ ବଳଶାଳୀ ହୋଇଥିବେ ତାହେଲେ ଅପମାନର ବିରୋଧ କରି ଲଢେଇ କରିବେ ଆଉ ଯଦି ନିର୍ବଳ ହୋଇଥିବେ ତାହାଲେ ଅପମାନ ସହିଯିବେ।
ଆମେ ନିଜକୁ ଛୋଟ ହେବାର ଅନୁଭବ କରେ ଏମିତି ଲାଗେ ଯେମିତି ଆମ ଆତ୍ମାକୁ ଦଳି ଦିଆଯାଇଛି, କିନ୍ତୁ କେହି କାହାର ଅପମାନ କଣ ପାଇଁ କରିଥାଏ, ଆମେ ବିଚାର କରୁଥିଲେ କି ଯେତେବେଳେ ଅପମାନ ହୁଏ ମଣିଷକୁ ତାର ନିର୍ବଳତାର ଅନୁଭବ ହୁଏ ଆଉ ନିର୍ବଳତାର ବୋଝ ମଣିଷକୁ ଭିତରୁ ସୁଖେଇ ଦେଇଥାଏ, ଯାହା ଫଳରେ କି ସେ ନିର୍ବଳରୁ ଅଧିକ ନିର୍ବଳ ବନିଯାଇଥାଏ ଏହାପରେ ତାର ଅପମାନ ସହିବାର ଅଭ୍ୟାସ ହୋଇଯାଇଥାଏ ଆଉ ଆତ୍ମ ବିଶ୍ଵାସର ନାଶ ହୋଇଯାଇଥାଏ, ଆଉ ଯେବେ ମଣିଷର ଆତ୍ମ ବିଶ୍ୱାସ ନଥାଏ ,ସେ ଜୁଆ ଆଉ ମଦରେ ଅଭ୍ୟସ୍ତ ହୋଇ ସେଥିରେ ସୁଖ ଖୋଜିଥାଏ।
ଏହି କାରଣରୁ ମଣିଷ ମନରୁ ରୋଗୀ ବନିଯାଇଥାଏ । ପ୍ରକୃତରେ ମଣିଷର ଏମିତି ଦୁର୍ଗତି କିଏ ଆଉ କାହିଁକି କରିଥାଏ ଅପମାନ କଲା ଵାଲା ପ୍ରକୃତରେ କଣ ସ୍ପଷ୍ଟ କରିବାକୁ ଚାହେଁ କେବେ ଗଭୀରତାରେ ଚିନ୍ତା କରିଛନ୍ତି, ବାସ୍ତବରେ ଆମେ କାହାର ଅପମାନ ଏଥିପାଇଁ କରିଥାଏ କି ତାର ନିର୍ବଳତା ସିଦ୍ଧ କରିବା ପାଇଁ , ତାଙ୍କୁ ଜଣେଇବା ପାଇଁ କି ତାଙ୍କଠୁ ଆମେ ଅଧିକ ବଳଶାଳୀ ଅର୍ଥାତ ଅପମାନ କଲା ଵାଲା ନିଜକୁ ଶକ୍ତିଶାଳୀ ସିଦ୍ଧ କରିବାକୁ ଚାହେଁ, ପ୍ରକୃତରେ ତାର ନିଜ ଶକ୍ତି ଉପରେ ଭରସା ନଥାଏ ଅନ୍ୟ ଲକ୍ଷ୍ୟ ଦେଇ ସେ ତା ନିଜ ଶକ୍ତି ଉପରେ ବିଶ୍ୱାସ କରିବାକୁ ଚେଷ୍ଟା କରେ, କଣ ଏହା ସତ୍ୟ ନୁହେଁ କି ଯେତେବେଳେ ଆମେ ଅନ୍ୟ ଜଣଙ୍କର ଅପମାନ କରିଥାଏ ଏହା ପ୍ରମାଣ କରେ କି ଆମ ନିଜ ବଳ ଉପରେ ଆମର ଭରସା ନାହିଁ ।
ଏହା କେବେ ନ ଅଟକିଲା ଭଳି ଏକ ଯୁଦ୍ଧ ଭଳି ପ୍ରତୀତ ହୁଏ, ଆମ ପାଖକୁ ଆସୁଥିବା ସମସ୍ତଙ୍କୁ ଆମେ ଆମ ପ୍ରତିଦ୍ବନ୍ଦୀ ଭଳି ମାନେ ସେ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ ନା କାହିଁକି, ଆମକୁ ନିରନ୍ତରେ ଏହା ଲାଗେ କି ଆମେ ଆମ ଶକ୍ତିକୁ ସିଦ୍ଧ କରିବାକୁ ହିଁ ହେବ ନଚେତ ଆମର ଶୋଷଣ ହେବ ଆମେ ଅନ୍ୟର ଗୋଲାମ ବନିଯିବା କିନ୍ତୁ ହେଲେ ଆମେ କେବେ ବିଚାର କରିଛେ ଅନ୍ୟକୁ ପ୍ରତିଦ୍ବନ୍ଦୀ ଅଥବା ଶତ୍ରୁ ଭାବିବା ବଦଳରେ ନିଜର ଭାବି ନେବା, ସାହାଯ୍ୟ କଲା ଲୋକକୁ ଯଦି ସହଯୋଗୀ ମାନି ନେବା ତାହେଲେ ଅନ୍ୟ ଜଣକୁ ଆମକୁ ଅପମାନ କରିବାକୁ ଉଚିତ ମନେ ହେବ ନାହିଁ ।