June 27, 2025

Odia Express

Here, There and Everywhere

ଏହି ବୟସ୍କ ମହିଳାଙ୍କୁ ଦେଖା କରିବାକୁ ଆସନ୍ତି ବଲିଉଡ୍ ର ବଡ ଷ୍ଟାରର୍ସ, ତାଙ୍କୁ ଦେଖାକରିବାକୁ ଅପେକ୍ଷା କରିଥାନ୍ତି…

ସାଧାରଣତଃ ଦେଖାଯାଏ କି ବଲିଉଡ୍ କଳାକାରଙ୍କୁ ଦେଖାକରିବାକୁ ସାଧାରଣ ଲୋକଙ୍କର ଲମ୍ବା ଲାଇନ୍ ଲାଗିଯାଏ , ବଲିଉଡ୍ କଳାକାରଙ୍କ ଗୋଟେ ଝଲକ ପାଇବାକୁ ଲୋକେ ଘଣ୍ଟା ଘଣ୍ଟା ଘର ବାହାରେ ଲାଇନ୍ ଲଗାଇଥାନ୍ତି , କିନ୍ତୁ କେବେ ଆପଣ ଭାବିଛନ୍ତି କି ବଡ ବଡ କଳାକାର କେବେ କାହାର ଅପେକ୍ଷାରେ ଠିଆ ହୋଇଥିବେ , ଓ ସେ ପୁଣି ଜଣେ ବୟସ୍କ ମହିଳାଙ୍କ ପାଇଁ ବୋଧେ ଏହା ଭାବିବା ଟିକିଏ ମୁସକିଲ୍ ହୋଇପାରେ,  ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୟସ୍କ ମହିଳାଙ୍କ ବିଷୟରେ କହିବାକୁ ଯାଊଛୁ, ଯାହାଙ୍କୁ ଦେଖାକରିବାକୁ ନିଜେ ବଡ ବଡ କଳାକାର ତାଙ୍କ ପାଖକୁ ଆସନ୍ତି , ଓ ସେ ତାଙ୍କ ସହ ତଳେ ବସିକରି ସମୟ ଅତିବାହିତ କରନ୍ତି  ଆସନ୍ତୁ ତାଙ୍କ ବିଷୟରେ କଥା ହେବା ।

ଆପଣଙ୍କୁ କହିଦେବୁ କି ଗତ କିଛି ଦିନ ହେବ ବଲିଉଡ୍ ର ପ୍ରସିଦ୍ଧ ଡାଇରେକ୍ଟର ଶେଖର କାପୁର୍ ନିଜ ଟ୍ୱିଟର୍ ହ୍ୟାଣ୍ତେଲରେ ଏକ ଫୁଟପାଥ୍ ରେ ବସିଥିବା ବୟସ୍କ ମହିଳାଙ୍କ ଫଟୋ ସେୟାର୍ କରିଥିଲେ,  କହିଦେବୁ କି ଶେଖର୍ କପୁର୍ ଯେଉଁ ମହିଳାଙ୍କ ବିଷୟରେ ଜଣାଇଥିଲେ, ଅସଲରେ ରାସ୍ତା କଡରେ ଏକ ଛୋଟ ଦୋକାନ ଲଗାଇକରି ଚାହା ବିକ୍ରି କରୁଥିବା ଜଣେ ମହିଳା ଅଟନ୍ତି , ଯାହାଙ୍କ ପାଖରେ ଏଠାରେ ବଲିଉଡ୍ କଳାକାରଙ୍କ ଜାମ୍ ଲାଗିଯାଏ , କହିଦେବୁ କି ଶେଖର୍ କାପୁର୍ ଏହି ମହିଳାଙ୍କ ଚାହା ବିଷୟରେ ପ୍ରଶଂସା କରି ସୋସିଆଲ୍ ମିଡିଆ ଏକାଉଣ୍ଟରେଲେଖିଥିଲେ କି ଆମ୍ମାଙ୍କ ହାତରେ ଯାଦୁ ଅଛି

ଏହା ବି ମାନିବାକୁ ପଡିବ ଆମ ଦେଶରେ ବହୁତ ଛୋଟ ବଡ ଚାହା ଦୋକାନ ଅଛି , କିନ୍ତୁ କେହି ବଲିଉଡ୍ ସେଲିବ୍ରେଟି ଏହା ବିଷୟରେ ଆଲୋଚନା କରନ୍ତି ନାହିଁ,  ଏବେ ଏହି ମହିଳାଙ୍କ କଥା କହିଲେ କହିଦେବୁ କି ମୁମ୍ବାଇର ଚେମ୍ବୁର୍ ଇଲାକାରେ ରାସ୍ତା କଡରେ ଚାହା ବିକ୍ରି କରୁଥିବା ଏହି ମହିଳା ଅସଲରେ ୧୦୦ ବର୍ଷିୟ ଅଟନ୍ତି ,ଓ ସ୍ୱାଧୀନତା ପୁର୍ବରୁ ଏଠାରେ ଚାହାର ଦୋକାନ ଲଗାଇକରି ବହୁତ ଶସ୍ତା ଦରରେ ମାତ୍ର ପାଞ୍ଚ ଟଙ୍କାରେ ଏକ କପ୍ ଚାହା ପିଆନ୍ତି ।

ସୁତ୍ରରୁ ଜଣାଯାଏ କି ଏହି ବୟସ୍କ ମହିଳାଙ୍କ ହାତରୁ ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଜବାହାର୍ ଲାଲ୍ ନେହେରୁ ଚାହା ପିଇସାରିଛନ୍ତି, ଆପଣଙ୍କୁ କହିଦେବୁ କି ଅସଲରେ ଏହି ମହିଳା ସବୁବେଳେ ଚାହାର ଦୋକାନରେ ବସନ୍ତି ନାହିଁ, ବରଂ ତାଙ୍କର ସ୍ୱାମୀ ଏହି କାମ କରୁଥିଲେ,  କିନ୍ତୁ ରୋଗାଗ୍ରସ୍ତ୍ ହେବା କାରଣରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା,  ଯାହାପରେ ପରିବାର ଓ ଛୁଆଙ୍କ ବୋଝ ତାଙ୍କ ଉପରକୁ ଆସିଗଲା,  ଆପଣଙ୍କୁ କହିଦେବୁ କି ଏହି ବୟସ୍କ ମହିଳା ନିଜ ଛୋଟ ଚାହାର ଦୋକାନ ଲଗାଇ ଛୁଆଙ୍କ ପାଠପଢା ପୁରା କରିଥିଲେ, କିନ୍ତୁ ତାଙ୍କ ଛୁଆ ତାଙ୍କୁ ଛାଡିକରି ଚାଲିଗଲେ

କହିଦେବୁ କି ଏହି ମହିଳାଙ୍କ ଦୋକାନରେ ବହୁତ ଫିଲ୍ମର କଳାକାର ଓ ଅନ୍ୟ କଳାକାର ଆସନ୍ତି, ଗତ କିଛି ଦିନ ହେବ ଜ୍ୟାକିଶ୍ରଫ୍ ବି ଆସିଥିଲେ , ଜ୍ୟାକି ଶ୍ରଫ୍ ନା କେବଳ ଆମ୍ମାଙ୍କ ହାତରୁ ଚାହା ପିଇଲେ ବରଂ ତାଙ୍କ ସହ ତଳରେ ବସି ବହୁତ ସାରା କଥା ହୋଇଥିଲେ , ଏହା କହିବା ଭୁଲ୍ ହେବ ନାହିଁ କି ସେ ଜଣେ ଚାହା ବିକ୍ରି କରୁଥିବା ଆମ୍ମାଙ୍କ ହାତରୁ ଚାହାପିଇଥିଲେ, ପ୍ରକୃତରେ ତାଙ୍କ ହାତରେ କିଛି ଯାଦୁ ଥିବ , ଯାହାକାରଣରୁ ସମସ୍ତେ ତାଙ୍କ ଚାହା ପିଇବାକୁ ଟାଣି ହୋଇ ଆସିଯାଆନ୍ତି ।

Leave a Reply

Your email address will not be published. Required fields are marked *