June 24, 2025

Odia Express

Here, There and Everywhere

ମନୋବଳକୁ ସଲାମ୍ – ବାପାଙ୍କ ସାଇକେଲ୍ ଦୋକାନରେ ବନାଇଥାନ୍ତି ପଙ୍କଚର୍ ,କିନ୍ତୁ ଇଚ୍ଛାଶକ୍ତି ବନାଇଲା IAS – ନିଜ କାହାଣୀ କହି କାନ୍ଦି ପକେଇଲେ ଏହି ଅଫିସର..

1 min read

ଆଜି ଆମେ ଆପଣଙ୍କୁ ଏମିତି ଏକ ଆଇଏଏସ୍ ଅଧିକାରୀଙ୍କ ପ୍ରେରଣା ଦାୟୀ କାହାଣି କହିବାକୁ ଯାଊଛୁ , ଯିଏକି ନିଜ ସପ୍ନକୁ ଏତେ ଗୁରୁତ୍ୱ ଦେଇଥିଲେ କି କହିବା ଯଥେଷ୍ଟ ହେବନାହିଁ , ସେ ସ୍ୱପ୍ନର ଆଗକୁ ସେ ସବୁ ସମସ୍ୟାକୁ ବୁଝାମଣା କରିନଥିଲେ,  ଏହି ଆଇଏଏସ୍ ଅଧିକାରୀ ନିଜ ବାପାଙ୍କ ସାଇକେଲ୍ ଦୋକାନରେ ପଙ୍କଚର୍ ମାରିଲେ,  ନିଜେ ପଢିକରି ଟ୍ୟୁସନ୍ ପଢାଇକରି ଖର୍ଚ୍ଚ ବାହାର କଲେ , ଓ ଦରକାର ପଡିଲା ବେଳକୁ ନିଜ ସହ ସଂମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ମାଗିଲେ,  ଓ କିନ୍ତୁ ନିଜ ସ୍ୱପ୍ନ ସହ ବୁଝାମଣା କରିନଥିଲେ ।ଏହି ବ୍ୟକ୍ତିଙ୍କ ନାଁ ବରୁଣ୍ ବରନବାଲ୍ ଅଟେ, ସେ ମହାରାଷ୍ଟ୍ରର ପାଲଘରର ବାସିନ୍ଦା ଅଟନ୍ତି , ଆଜି ଗୁଜୁରାଟରେ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ପାଇଛନ୍ତି , ବରୁଣ୍ ୨୦୧୩ ର ଆଇଏଏସ୍ ପରୀକ୍ଷାରେ ୨୬ ତମ ସ୍ଥାନ ପାଇଥିଲେ,  ଆଜି ବରୁଣ ନିଜ ପୁରା ଜିଲ୍ଲାରେ ଏକ ମିଶାଲ୍ ହୋଇଛନ୍ତି , ଓ ତାହା ସହ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସବୁ ବିଦ୍ୟାର୍ଥୀଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ଅଟନ୍ତି , କିନ୍ତୁ ତାଙ୍କ ସ୍ୱପ୍ନର ସଂଘର୍ଷ ବାକି କାହାଣୀରୁ ଅଲଗା କରିଥାଏ

ବରୁଣଙ୍କ ଛୁଆବେଳ ବହୁତ ହିଁ ଦାରିଦ୍ରତାରେ ଅତିବାହିତ ହୋଇଥିଲା, ତାଙ୍କ ବାପାଙ୍କର ସାଇକେଲ୍ ରିପାରରିଙ୍ଗ୍ ଦୋକାନ ଥିଲା , ଯେଉଁଥିରେ ସେ ଖର୍ଚ୍ଚ ଚଲାଉଥିଲେ,  ପରିବାରରେ ବାପା ହିଁ ଏକମାତ୍ର ଆୟର ସ୍ରୋତଥିଲେ,  ବରୁଣ୍ ପାଠପଢାରେ ବହୁତ ଭଲ ଥିଲେ , ସେ ସବୁ ଶ୍ରେଣିରେ ପ୍ରଥମ ସ୍ଥାନରେ ରହୁଥିଲେ,  ଘରର ଆର୍ଥିକ ଅସୁବିଧାର କାରଣରୁ ସେ ୧୦ ମ ପାସ୍ କରିନେଲେ , ଓ ଆଗକୁ ପଢିବାପାଇଁ ମନ କରିଥିଲେ,  କିନ୍ତୁ ତାଙ୍କ ସ୍ୱପ୍ନକୁ ଏକ ବଡ ଧକ୍କା ତେବେ ଲାଗିଲା ଯେବେ ତାଙ୍କ ବାପା ଦୁନିଆଁ ଛାଡି ଚାଲିଗଲେ,  ଯେବେ ସେ ୧୦ମ ପରୀକ୍ଷାଦେଇଥିଲେ,  ତେବେ ଚାରିଦିନପରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା, ଯାହାପରେ ବରୁଣ୍ ହାର୍ ମାନିକରି ପାଠପଢା ଛାଡିଦେଇଥିଲେ,  ଓ ଘରର ଖର୍ଚ୍ଚ ଚଲାଇବାପାଇଁ ସେ ନିଜ ବାପାଙ୍କ ସାଇକେଲ୍ ଦୋକାନରେ ରିପାରିଙ୍ଗ୍ ରେ ପଙ୍କଚର୍ ମାରିବାକୁ ଆରମ୍ଭ କରିଦେଇଥିଲେ

କିନ୍ତୁ କିଛି ଦିନ ପରେ ତାଙ୍କର ଦଶମ ଶ୍ରେଣୀର ପରିକ୍ଷା ଫଳ ବାହାରିଲା,  ଯେଉଁଥିରେ ବରୁଣ୍ ଟପ୍ କରିଥିଲେ,  ତାଙ୍କ ଭାଗ୍ୟର ସାଥ୍ ଦେଇଥିଲା,  ଓ ଏବେ ଏଇ ଖବର ସେଇ ଡାକ୍ତରଙ୍କୁ ଜଣାପଡିଲା ଯିଏକି ତାଙ୍କ ବାପାଙ୍କ ଚିକିତ୍ସା କରିଥିଲେ,  ଡାକ୍ତର ଏହି ସବୁ ଦେଖିକରି ଆଗକୁ ପଢିବାକୁ କହିଲେ, ଓ ଆଗର ଫିସ୍ ଭରିଲେ,  ବରୁଣ୍ ନିଜେ ଏକ ବଡ ଭାଗ୍ୟବାନମାନନ୍ତି , ଆଜି ବି ସେ ଯେଉଁ ବି ପୋଗ୍ରାମ୍ ଯାଇ କହନ୍ତି ଏଇ କଥାର ବିଷୟରେ ନିଶ୍ଚିତ ଶୁଣାନ୍ତି , ମୁଁ କେବେ ୧ ଟଙ୍କା ବି ପାଠପଢାରେ ଖର୍ଚ୍ଚ କରିନାହିଁ,  କେହି ବି ମୋର ବହି, ଫର୍ମ, ଫିସ୍ ଭରିଦେଉଥିଲା,  ମୋର ପ୍ରାରମ୍ଭିକ ଫିସ୍ ତ ଡାକ୍ତର ଭରିଦେଉଥିଲେ,  କିନ୍ତୁ ଏହାପରେ

ଟେନସନ୍ ଏହା ଥିଲା କି ସ୍କୁଲର ମାସିକ ଫିସ୍ କେମିତି ଦିଆଯିବ , ଯାହାପରେ ମୁଁ ଭାବିନେଲି କି ଭଲରେ ପାଠପଢିବି, ଓ ତାପରେ ସ୍କୁଲର ପ୍ରିନ୍ସିପାଲ୍ ଙ୍କୁ ଗୁହାରି କରିବି ମୋର ଫିସ୍ ଛାଡ କରିଦେବେ , ଓ ଏହା ହେଲା ବି, ଘରର ଆର୍ଥିକ ଅବସ୍ଥାକୁ ଦେଖି ତାଙ୍କର ଦୁଇ ବର୍ଷର ପୁରା ଫିସ୍ ତାଙ୍କର ଶିକ୍ଷକ ଦେଲେ, ଏହାପରେ ସେ ପାଠପଢାରେ ସ୍କୋଲାର୍ ସିପ୍ , ଟ୍ୟୁସନ୍ ର ପଇସାରେ ଚଳିଯାଉଥିଲେ , ବିନା କୋଚିଙ୍ଗ୍ ଯାଇ ସେ ଆଇଏଏସ୍ ପରୀକ୍ଷା ପାସ୍ କରିଥିଲେ

Leave a Reply

Your email address will not be published. Required fields are marked *