June 28, 2025

Odia Express

Here, There and Everywhere

ଏହି କାମର ପାପ ଆମକୁ ଲାଗିନଥାଏ – ଜାଣନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ଏହି ଉତ୍ତର..

ଶ୍ରୀମଦ ଭାଗବତ ଗୀତାରେ ସଂସାର ର ସବୁ ବିଷୟରେ ଅଛି।ମଣିଷ ମନରେ ଉତ୍ପନ ହେଉଥିବା ସବୁ ପ୍ରଶ୍ନ ର ସଠିକ ଉତ୍ତର ଶ୍ରୀମଦ ଭାଗବତ ଗୀତାରେ ବର୍ଣ୍ଣିତ ଅଛି।ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ। ଯେଉଁଥିରେ ଅର୍ଜୁନ କେତେ ପ୍ରଶ୍ନ ପଚାରିଛନ୍ତି। ଶ୍ରୀକୃଷ୍ଣ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜୀବନ ମୂଲ୍ୟର ଜ୍ଞାନ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ଉତ୍ତର ବିଷୟରେ।ଅର୍ଜୁନ ପଚାରିଲେ “ହେ ପରାତ୍ମା ଆପଣ କହୁଛନ୍ତି ଯଦି ମନକୁ ପୁରା ବସରେ ରଖାଯାଏ ତେବେ ମୁକ୍ତିର ଦ୍ଵାରା ଖୋଲିଯାଏ। ତେବେ ମନକୁ ବସ ରେ ରଖିବାର କିଛି ସରଳ ମାର୍ଗ ଅଛି କି ?”

ଶ୍ରୀକୃଷ୍ଣ କହିଲେ ମାର୍ଗ ତ ଅଛି ହେଲେ ତାହା ଜଟିଳ ମାର୍ଗ।ଯେଉଁ ମଣିଷ ଧୀର ମତି, ଏବଂ ଦୃଢ ପ୍ରତିଜ୍ଞା ହୋଇଥିବ ତାହା ପାଇଁ ଏହି କାମ ବହୁତ ସରଳ। ଯାହାର ମତି ଧୀର ବା ଶାନ୍ତ ନୁହେଁ ଯିଏ ଦୃଢ ପ୍ରତିଜ୍ଞା କରିପାରେ ନାହିଁ ସେ ପୂରା ଜୀବନ ଏହି କାମ କରିପାରେନାହିଁ।

ପୁଣି ଅର୍ଜୁନ ପଚାରିଲେ “ହେ ମାଧବ ବାସ୍ତବରେ ଦୃଢ ପ୍ରତିଜ୍ଞା କିପରି ହୋଇଥାଏ।” ଶ୍ରୀକୃଷ୍ଣ ଏହାର ଉତ୍ତରରେ କହିଲେ ଦୃଢ ପ୍ରତିଜ୍ଞା ବିଶ୍ୱାସ ରୁ ହୋଇଥାଏ।ବିଶ୍ୱାସ ଧର୍ମ,ପରାତ୍ମା ଏବଂ ନିଜ କର୍ତ୍ତବ୍ୟ ରେ ରହିଥାଏ।ଯେବେ ମଣିଷ ନିଜର ଧର୍ମ ଏବଂ କର୍ତ୍ତବ୍ୟ କୁ ଜାଣିଯାଇଥାଏ ସେତେବେଳେ ସେ ଦୃଢ ପ୍ରତିଜ୍ଞା ନେଇ ନିଜ ମନକୁ ବସ ରେ ରଖିଥାଏ।ମନ କୁ ନିଜ ବସ ରେ ରଖି ସେ ନିଜ ବାଟରେ ଆଗକୁ ବଢିଥାଏ।

ଅର୍ଜୁନ ପଚାରିଲେ “ହେ ମଧୁସୂଦନ କେଉଁ କାମର ପାପ ମଣିଷକୁ ଲାଗିନଥାଏ।”ଏହାର ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯଦି କୌଣସି କାମ ତ୍ରୁଟିହୀନ ଭାବରେ କରାଯାଇଥାଏ ତେବେ ତାହାର ନା ପାପ ଲାଗିଥାଏ ନା ପୁଣ୍ୟ ।

ଅର୍ଜୁନ ପଚାରିଲେ “ହେ ମାଧବ ଏହି ତ୍ରୁଟିହୀନ କାମ ବାସ୍ତବରେ କଣ ଅଟେ ଏବଂ ଏହାକୁ କିପରି ଶିଖିବା।” ଏହାର ବିଷୟରେ କହିବାକୁ ଯାଇ ଶ୍ରୀକୃଷ୍ଣ କୁହନ୍ତି ଯେ ଏହି କାମର ସାଧନା ପାଇଁ ବର୍ଷକର ତପସ୍ୟା ଦରକାର ପଡିନଥାଏ। ଏହାକୁ କ୍ଷଣକେ ମଧ୍ୟରେ ପାଇପାରିବ। ଯେଉଁ କ୍ଷଣରେ ମଣିଷ ଆଶକ୍ତି ବା ଇଚ୍ଛାକୁ ତ୍ୟାଗ କରିକି ଫଳ ପାଇବା ଜାଗାରେ ନିଜର କର୍ତ୍ତବ୍ୟକୁ ପୂରଣ କରିବା ପାଇଁ କାମ କରିବା ଆରମ୍ଭ କରିଥାଏ ତେବେ ସେ ତ୍ରୁଟିହୀନ ଭାବରେ କାମକରିଥାଏ।

ପୁଣି ଅର୍ଜୁନ ପଚାରିଲେ “ହେ ଶ୍ରୀକୃଷ୍ଣ ଯଦି ଫଳ ପାଇବାପାଇଁ କାମ କରିବନାହିଁ ତେବେ ସେହି କାମର ଉଦେଶ୍ୟ କଣ ।” ଶ୍ରୀକୃଷ୍ଣ କହିଲେ ହେ ପାର୍ଥ କାମ କେବେ ବି ଫଳ ପାଇବା ଇଚ୍ଛାରେ କରିବାକଥା ନୁହେଁ। ନିଜର କର୍ତ୍ତବ୍ୟକୁ ପୂରଣ କରିବା ପାଇଁ କାମ କରିବା କଥା।ଫଳ ପାଇବା ତୁମ ହାତରେ ନାହିଁ କିନ୍ତୁ କାମ କରିବା ତୁମ ହାତରେ ଅଛି। ଏଥିପାଇଁ ବିନା କୌଣସି ଇଚ୍ଛା ଏବଂ ପ୍ରଲୋଭନ ଦ୍ୱାରା ଧର୍ମ ପଥରେ ଥିବା କାମ କରିବା କଥା ।ଏହି ଏକ ମାତ୍ର ରାସ୍ତା ଅଟେ ଯିଏ ଜୀବନକୁ ସୁଖ,ସମୃଦ୍ଧି ଏବଂ ସନ୍ତୁଷ୍ଟରେ ଭରିଦେଇଥାଏ।ଏହା ଇଚ୍ଛାରେ କରାଯାଇଥିବା କାମର ପାପ ପୁଣ୍ୟରୁ ବଞ୍ଚେଇକି ରଖିବା ସହିତ ତୁମକୁ ସଫଳତା ଦିଗରେ ନେଇକି ଯିବ।

Leave a Reply

Your email address will not be published. Required fields are marked *