December 26, 2024

Odia Express

Here, There and Everywhere

ସମୟ ଆମ ପାଇଁ କେତେ ମୁଲ୍ୟବାନ, ସେହି ବିଷୟରେ କିଛି ପ୍ରେରଣା ଦାୟକ କଥା – ଏହାକୁ ପଢିବା ପରେ ଆପଣ ଆଉ କେବେ ସମୟ ନଷ୍ଟ କରିବେ ନାହିଁ

ଆଜିର ଏହି ଦୁନିଆରେ ସବୁଠୁ ଅଧିକ ମୁଲ୍ୟବାନ ହେଉଛି ସମୟ। ଯିଏ ସମୟର ମୂଲ୍ୟ ବୁଝିନି ସେ ଜୀବନରେ କିଛି କରି ଦେଖାଇବାର ସମ୍ଭାବନା ମଧ୍ୟ ବହୁତ ମାତ୍ରାରେ କମ ହୋଇଯାଇଥାଏ । ଟିକ ଟକ, ଟିକ ଟକ ଘଡ଼ିର ଏହି ଶବ୍ଦକୁ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି, ଏହାର ଅର୍ଥ ହେଲା ଯିବା ଆସିବା ଅର୍ଥାତ ଆମ ଜୀବନରେ ଦୁଇଟା ଜିନିଷ ନିଶ୍ଚିନ୍ତ ଅଟେ ସେଗୁଡି଼କ ହେଲା ‘ଜନ୍ମ’ ଆଉ ଗୋଟେ ହେଲା ‘ମୃତ୍ୟୁ’। ଏହି ଦୁଇଟି ଜିନିଷ ଆମ ଅଧିକାରରେ ନଥାଏ କିନ୍ତୁ ଏହାରି ମଝିରେ ଯାହାବି ହୁଏ ସବୁ ଆମ ଅଧିକାରରେ ଥାଏ । ଜୀବନରେ ସମୟ ହେଉଛି ଏମିତି ମୂଲ୍ୟବାନ ଜିନିଷ ଯାହାକୁ ଆମେ କେବେ ପଛକୁ ଫେରାଇ ଆଣି ପାରିବା ନାହିଁ , ଜୀବନରେ ଚାହିଁଲେ ଆମେ ସବୁ କିଛି ପୁନର୍ବାର ଅର୍ଜନ କରି ପାରିବା କିନ୍ତୁ ସମୟକୁ ଆମେ ଚାହିଁଲେ ବି କେଵବି ଆଉ ଥରେ ଅର୍ଜନ କରିପାରିବା ନାହିଁ ।

ଆମେ ଏହା ବି ଜାଣିନେ ଜୀବନ ଆଉ ମୃତ୍ୟୁର ଅନ୍ତରର ସମୟ କେତେ ଏହା କାହାକୁ ବି ଜଣା ନଥାଏ, ଯେତେବେଳେ ଜଣକୁ ଜଣା ପଡ଼ିଥାଏ କି ତାର ଜୀବନର ଅଧିକ ସମୟ ବଂଚିନି ସେ ଆଉ ଅଧିକ ସମୟ ବଂଚିବନି ସେତେବେଳେ ସେ ପ୍ରତିଟି ସେକେଣ୍ଡର ମୂଲ୍ୟ ବୁଝି ପାରିଥାଏ ଏବଂ ତାର ବାକି ଜୀବନର ଗୋଟେ ବି ମୁହୂର୍ତ ନଷ୍ଟ କରେନାହିଁ ।

ତେଣୁ ଆଜିର ଯୁବ ପିଢ଼ି ମାନଙ୍କୁ ଆମର ଏତିକି ଅନୁରୋଧ ଦୟାକରି ସମୟ ଅଯଥାରେ ନଷ୍ଟ କରନ୍ତୁ ନାହିଁ, ସମୟର ମୂଲ୍ୟ ବୁଝନ୍ତୁ, କାହିଁକି ନା ଯଦି ଆପଣ ଏହି ସମୟରୁ ସଜାଗ ନ ହେବେ ତାହେଲେ ଏହି ସମୟ ଆପଣଙ୍କ ହାତରୁ ଚାଲି ଯାଇଥିବ ଯାହାକି ଆଉ ଫେରିବ ନାହିଁ ତେଣୁ ସମୟ ଥାଉ ଥାଉ ସଜାଗ ହୁଅନ୍ତୁ। ଯଦି ଆପଣ ଏହି ସମୟରେ ସମୟର ମୂଲ୍ୟ ନ ବୁଝିବେ ତାହାଲେ ପରେ ଆପଣଙ୍କୁ ଏହାକୁ ନେଇ ପସ୍ତେଇବାକୁ ପଡିବ ।


ଘଡ଼ିରେ ପ୍ରତିଟି ଟକ ଟକ ଶବ୍ଦ ଏହା କୁହେ ଆପଣଙ୍କୁ କି ଆପଣଙ୍କ ଜୀବନର ଗୋଟେ ବି ସେକେଣ୍ଡ ନଷ୍ଟ କରନ୍ତୁ ନାହିଁ, ଜୀବନ ଆସିବା ଆଉ ଯିବା ଭଳି ଭଲ ଦିନ ମଧ୍ୟ ଆସି ଚାଲିଯାଏ ସେହି ପରି ଖରାପ ସମୟ ଆସିବ ଆଉ ଚାଲି ଯିବ, ତେଣୁ ଖରାପ ସମୟକୁ ନେଇ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ସବୁବେଳେ ଗୋଟିଏ କଥା ମନେ ରଖିଥିବେ କାନ୍ଥରେ ଥିବା ଘଡ଼ିର ତିନୋଟି କଣ୍ଟା କେବେ କାହା ପାଇଁ ଅପେକ୍ଷା କରେନି ଆଉ ସେହି ତିନୋଟି କଣ୍ଟାର ଟକ ଟକର ହିସାବରେ ଦୁନିଆରେ ସବୁ କିଛି ଫଇସଲା ହୋଇଥାଏ।

ଆପଣଙ୍କ ଭବିଷ୍ୟତର ନିର୍ଣ୍ଣୟ ବି ଏହି ଟକ ଟକ ରେ ହିଁ ଅଛି, ଆଉ ଆପଣ ଏହା ଜାଣିକି ବି ବିନା ଚିନ୍ତାରେ ଅଯଥାରେ ଅଳସ କରୁଛନ୍ତି ଏବଂ ସମୟକୁ ନଷ୍ଟ କରୁଛନ୍ତି ତାହାଲେ ଭାବି ନିଅନ୍ତୁ ଆପଣଙ୍କ ଭବିଷ୍ୟତ ନଷ୍ଟ କରିବା ସହ ଜୀବନରେ କିଛି ନ କରିବାର ଦୁଃଖ ଭୋଗିବାକୁ ଯାଉଛନ୍ତି , ଏହି ସମୟରେ ଆପଣ ନିଜକୁ ସୁଧାରିବା ବହୁତ ଜରୁରୀ ଅଟେ, ଯଦି ଆପଣ ଏହି ସମୟରେ ନିଜକୁ ସୁଧାରିବେ ନାହିଁ ତାହେଲେ ଜୀବନରେ ଆପଣ ଆଗକୁ ବଢି ପାରିବେ ନାହିଁ, ତେଣୁ ସମୟର ସଠିକ ଭାବେ ସଦୁପଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *